ETV Bharat / bharat

କୋତବାଲି ରେଳ ଷ୍ଟେସନ ନିକଟ ହୋଟେଲରେ ଅଗ୍ନିକାଣ୍ଡ; 8 ମୃତ - PATNA FIRE INCIDENT

author img

By ETV Bharat Odisha Team

Published : Apr 25, 2024, 4:43 PM IST

Updated : Apr 25, 2024, 7:49 PM IST

FIRE IN PATNA: ବିହାର କୋତବାଲି ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଏଯାବତ 8 ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

FIRE IN PATNA
FIRE IN PATNA
କୋତବାଲି ରେଳ ଷ୍ଟେସନ ନିକଟ ହୋଟେଲରେ ଅଗ୍ନିକାଣ୍ଡ; 6 ମୃତ

ପାଟନା: ବିହାର କ୍ୟାପିଟାଲ ସିଟି ପାଟନା କୋତବାଲି ଥାନା ସ୍ଥିତ ରେଳ ଷ୍ଟେସନ ନିକଟ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ଅକାଳରେ ଚାଲିଗଲା 8 ଜଣଙ୍କ ଜୀବନ । ଅଗ୍ନିକାଣ୍ଡ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ନେଇ ଉଦ୍ୟମ ଜାରି ରଖିଛି । ଅଗ୍ନିକାଣ୍ଡ ଆହତଙ୍କୁ ତୁରନ୍ତ ପିଏମସିଏଚରେ ଭର୍ତ୍ତି କରାଯାଇଥିଲା । ଯେଉଁ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ପରେ ଏବେ ମୃତକଙ୍କ ସଂଖ୍ୟା 6ରୁ 8କୁ ବୃଦ୍ଧି ପାଇଛି । ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ହୋଟେଲରେ ଅଗ୍ନି ନିବାପକ ଯନ୍ତ୍ର ଥିଲା କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି ।

FIRE IN PATNA
FIRE IN PATNA

ପାଟନା ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ: ପ୍ରାଥମିକ ସୂଚନା ଅନୁସାରେ ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ପୋଲିସ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଯାଞ୍ଚ କରୁଛି । ସେପଟେ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ ପାଟନା ମଧ୍ୟ ସିଟି ଏସପି ଚନ୍ଦ୍ର ପ୍ରକାଶ କହିଛନ୍ତି, "ପାଟନା ଜଙ୍କସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ମୋଟ 20 ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ 6 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ପରିଚୟ ଖୋଜୁଛି ପୋଲିସ ।"

FIRE IN PATNA
FIRE IN PATNA

ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣାସ୍ଥଳରେ କୋତବାଲି ଥାନା ପୋଲିସ ସହିତ ପାଟନା ଏସଡିଏମ ମଧ୍ୟ ଉପସ୍ଥିତ ରହିଛନ୍ତି । ଅସହ୍ୟ ଗରମ ଓ ପବନ ଯୋଗୁଁ ନିଆଁ ବ୍ୟାପୁଥିବା ବେଳେ ଏହାକୁ ଆୟତ୍ତ ଆଣିବା ମୁସ୍କିଲ ହୋଇପଡ଼ିଛି । ଖୁବଶୀଘ୍ର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଜାରି ରଖିଛି । ଏହି ଅଗ୍ନିକାଣ୍ଡ ପରେ ଆଖପାଖ ବିଲ୍ଡିଂକୁ ମଧ୍ୟ ଖାଲି କରାଯାଇଛି ।

ଏହା ବି ପଢନ୍ତୁ- ନିଆଁ ଆଁରେ ୧୨ ବଖରା ଭସ୍ମୀଭୂତ - Fire broke out

ସେପଟେ ଏହି ଘଟଣାରେ ଅଗ୍ନିଶମ ବିଭାଗ ଡିଆଇଜି ମୃତ୍ୟୁଞ୍ଜୟ କୁମାର କହିଛନ୍ତି, "ପାଖାପାଖି 20ରୁ 25 ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ନିଆଁକୁ ପ୍ରାୟତଃ ଆୟତ୍ତ କରାଗଲାଣି । ଆମେ ହୋଟେଲର ସମସ୍ତ କୋଠରୀ ଗୁଡିକୁ ତନ ତନ କରି ଯାଞ୍ଚ କରୁଛି । ଯଦି କେହି ଫସି ରହିଯାଇଥିବେ, ତାଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରଖୁଛି । ନିଆଁ କିପରି ବ୍ୟାପିଲା ତାର ପ୍ରକୃତ କାରଣ ଜଣାପଡ଼ିନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2024, 7:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.