ETV Bharat / bharat

ଭୂତ ଭୟରେ ଥରହର ଲାଲବାହିନୀ, ଘଟୁଛି ଅଲୌକିକ ଘଟଣା ! - Maoist Afraid Of Ghosts - MAOIST AFRAID OF GHOSTS

Maoist Commanders Afraid Of Ghosts: ମାଓବାଦୀଙ୍କ ଶୀର୍ଷ କମାଣ୍ଡରମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଜଣେ ନକ୍ସଲ ଗିରଫ ହେବା ପରେ ମାଓ କ୍ୟାମ୍ପରେ ଭୂତ ଭୟ କଥା ସାମନାକୁ ଆସିଛି । ଅଧିକ ପଢନ୍ତୁ

Maoist Afraid Of Ghosts
Maoist Afraid Of Ghosts (ETV Bharat)
author img

By ETV Bharat Odisha Team

Published : Jun 13, 2024, 9:38 PM IST

ରାଞ୍ଚି: ନକ୍ସଲ ସଂଗଠନ ଶିବିରରେ ଭୟର ବାତାବରଣ । ମାଓବାଦୀଙ୍କ ଶୀର୍ଷ କମାଣ୍ଡରମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ମାଓବାଦୀଙ୍କ ଶୀର୍ଷ କମାଣ୍ଡର ଭୂତପ୍ରେତଙ୍କୁ ଦେଖୁଥିବା ଭଳି ଅଭିଯୋଗ ଆସୁଛି । ଚତୁର୍ପାଶ୍ବରେ ଅଜବ କାର୍ଯ୍ୟକଳାପ ହେଉଥିବା ଭଳି ଅନୁଭବ କରୁଛନ୍ତି ମାଓ ନେତା ଏପରିକି ଅନେକ ସମୟରେ କେତେକ କମାଣ୍ଡୋ ଏକାକୀ ବସି କଥାବାର୍ତ୍ତା କରୁଥିବାବେଳେ କେହି କେହି ହଠାତ୍ ଅଜ୍ଞାତ ଛାଇ ଦେଖୁଥିବା କଥା ପ୍ରକାଶ କରିଛନ୍ତି ।

ମୃତ କମାଣ୍ଡରଙ୍କ ସହ କଥାବାର୍ତ୍ତା!

ସୂଚନା ଅନୁସାରେ, ମାଓ ସଂଗଠନର ରବି ଗଂଝୁକୁ ଗିରଫ କରିଛି ଗୁମଲା ପୋଲିସ । ଏଭଳି କିଛି ଅଲୌକିକ କାର୍ଯ୍ୟକଳାପ ହେଉଥିବା ନେଇ ପଚରାଉଚରା ସମୟରେ ପୋଲିସ ନିକଟରେ ପ୍ରକାଶ କରିଛି ରବି । ମାଓବାଦୀଙ୍କ ଆଞ୍ଚଳିକ କମାଣ୍ଡର (ମୁଣ୍ଡରେ ରହିଛି ୧୫ ଲକ୍ଷ ପୁରସ୍କାର ରାଶି) ଛୋଟୁ ଖରୱାର ଗ୍ୟାଙ୍ଗର ସଦସ୍ୟମାନେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକଳାପ କରୁଛନ୍ତି । ସଦସ୍ୟମାନେ ମୃତ ନକ୍ସଲ କମାଣ୍ଡର ସଞ୍ଜୟ ଟେକ୍ନିକଲଙ୍କ ସହ କଥାବାର୍ତ୍ତା କରୁଥିବା କହିଛନ୍ତି । ଅପରପକ୍ଷେ, ନକ୍ସଲମାନଙ୍କ ଏଭଳି ଅଜବ କାର୍ଯ୍ୟକଳାପକୁ ନେଇ ମନସ୍ତତ୍ତ୍ବବିତଙ୍କ କହିବା କଥା, ଏହା ଏକ ପ୍ରକାର ମାନସିକ ରୋଗ । ଯାହାକୁ ବୈଜ୍ଞାନିକ ଭାଷାରେ 'ସ୍କିଜୋଫ୍ରେନିୟା' ବୋଲି କୁହାଯାଏ । ଏହି ରୋଗରେ ପୀଡିତ ବ୍ୟକ୍ତି ଅଦୃଶ୍ୟ କାର୍ଯ୍ୟକଳାପ ଉପରେ ବିଶ୍ବାସ କରିବାରେ ଲାଗିଥାନ୍ତି ।

ସଞ୍ଜୟ ଟେକ୍ନିକଲ କିଏ?

ମାଓବାଦୀଙ୍କ ଟପ୍ କମାଣ୍ଡରମାନେ ଯେଉଁ ମୃତ ନକ୍ସଲ କମାଣ୍ଡର ସଞ୍ଜୟ ଟେକ୍ନିକଲଙ୍କ ଆତ୍ମା କଥା ଭାବି ଭୟଭୀତ ଅଛନ୍ତି, ସେହି ସଞ୍ଜୟ ହେଉଛନ୍ତି ଲୋତେହାର ଅଞ୍ଚଳର ବେସରା ଗାଁର ବାସିନ୍ଦା । ୨୦୧୪ ମସିହାରେ ସିମଡେଗା ଅଞ୍ଚଳରେ ସୁରକ୍ଷା ବାହିନୀ ସହ ମୁହାଁମୁହିଁ ହୋଇଥିଲେ ମାଓବାଦୀ । ଫଳରେ ସଞ୍ଜୟଙ୍କ ଗୋଡରେ ଗୁଳି ବାଜିଥିଲା । ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା । 23 ଡିସେମ୍ବର 2023 ରେ ରାଞ୍ଚିର ହଟୱାର ଜେଲରେ ସଞ୍ଜୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ପରେ ସେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲେ ।

ସଞ୍ଜୟ ମାଓବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ସେ ମାଇନ୍ସ ଏକ୍ସପର୍ଟ ଥିଲା । ସଞ୍ଜୟ ଲ୍ୟାଣ୍ଡ ମାଇନ୍ସରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବିସ୍ଫୋରକ ସାମଗ୍ରୀ ଓ ମାରଣାସ୍ତ୍ର ପ୍ରସ୍ତୁତ ତଥା ମରାମତି କରିବାରେ ପାରଙ୍ଗମ ଥିଲା । ଡିସେମ୍ବର 2014 ରେ ଚାଇବାସା ଜେଲ ବ୍ରେକ୍ ଘଟଣା ଘଟିଥିଲା । ଏହି ଘଟଣାରେ 15 ଜଣ ମାଓବାଦୀ କମାଣ୍ଡର ଜେଲରୁ ଫେରାର ହୋଇଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ସଞ୍ଜୟ ଟେକ୍ନିକଲ ଏହି ଜେଲ ବ୍ରେକର ମାଷ୍ଟରମାଇଣ୍ଡଙ୍କ ମଧ୍ୟରୁ ଜଣେ ଥିଲା ବୋଲି କୁହାଯାଏ ।

ଛୋଟୁ ଥିଲା ସଞ୍ଜୟର ଘନିଷ୍ଠ ସହଯୋଗୀ:

ଛୋଟୁ ସଞ୍ଜୟ ସହ ମିଶି ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ସେ ସଞ୍ଜୟର ଘନିଷ୍ଠ ସହଯୋଗୀ ଥିବା କୁହାଯାଏ । ଲୋତେହାର, ଗୁମଲା, ଲୋହରଦଗା, ଚାଇବାସା ଏବଂ ବୁଢାପାହାଡ଼ ଭଳି ଅଞ୍ଚଳରେ ସେମାନେ ସକ୍ରିୟ ରହିଥିଲେ । ବୁଢାପାହାଡ଼ ଓ ସାରଂଡ଼ା ଅଞ୍ଚଳ ମଝିରେ ଏକ ସ୍ଥାନରେ ଲ୍ୟାଣ୍ଡମାଇନ ପ୍ରସ୍ତୁତ କରାଯାଉଥିଲା । ଯାହାର ଟ୍ରେନିଂ ଦେଉଥିଲା ସଞ୍ଜୟ ଟେକ୍ନିକଲ । ତେବେ ସଞ୍ଜୟ ଟେକ୍ନିକଲର ମୃତ୍ୟୁ ପରେ ବର୍ତ୍ତମାନ ଛୋଟୁ ଓ ତା' ଗ୍ୟାଙ୍ଗର ସଦସ୍ୟ ଭୟଭୀତ ଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.