ETV Bharat / bharat

ଅଧା ରହିଗଲା ମହାଦେବଙ୍କୁ ଜଳାଭିଷେକ, ବିଦ୍ୟୁତ ସଂସ୍ପର୍ଶରେ ଆସି 9 କାଉଡିଆଙ୍କ ମୃତ୍ୟୁ - Bihar Accident

author img

By ETV Bharat Odisha Team

Published : Aug 5, 2024, 7:02 AM IST

Updated : Aug 5, 2024, 7:34 AM IST

Nine Kanwariyas Died In Vaishali: ଶ୍ରାବଣ ତୃତୀୟ ସୋମବାରରେ ମହାଦେବଙ୍କୁ ଜଳାଭିଷେକ ପାଇଁ ବୋଲବମରେ ବାହାରିଥିଲେ କାଉଡିଆ । ବାଟରେ ଛକିଥିଲା ମୃତ୍ୟୁ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ 9 କାଉଡିଆଙ୍କ ମୃତ୍ୟୁ ହୋଇଛି । ବିହାରରେ ଏପରି ଦୁଃଖଦ ଘଟଣା ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ପାଟନା: ଶ୍ରାବଣ ତୃତୀୟ ସୋମବାରରେ ବଡ ଅଘଟଣ । ମହିଦେବଙ୍କୁ ଜଳାଭିଷେକ ପୂର୍ବରୁ ଚାଲିଗଲା କାଉଡିଆଙ୍କ ଜୀବନ । ଏକ ଡିଜେ ଗାଡି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ 9 ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବିହାର ବୈଶାଲି ଜିଲ୍ଲାର ସୁଲତାରପୁର ଗ୍ରାମରେ । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ 2 ଜଣ କାଉଡିଆ ଗୁରୁତର ଆହତ ହୋଇଛନ୍ତି ।

Bihar Accident
Bihar Accident (ETV BHARAT ODISHA)

ଅଧା ରହିଗଲା ମହାଦେବଙ୍କୁ ଦର୍ଶନ: ଆଜି ଶ୍ରାବଣ ତୃତୀୟ ସୋମବାର ଥିବାରୁ ସମସ୍ତ ମୃତ କାଉଡିଆ ମହାଦେବଙ୍କୁ ଜଳଲାଗି ପାଇଁ ଡିଜେ ଗାଡି ସହ ବାହାରିଥିଲେ । ସୋନପୁର ବାବା ହରିହରନାଥରେ ଜଳାଭିଷେକ ପାଇଁ ଯୋଜନା ଥିଲା । ଏହା ପୂର୍ବରୁ ସମସ୍ତ କାଉଡିଆ ପାଣି ଆଣିବା ପାଇଁ ସାରନର ପହେଲାଜା ଘାଟକୁ ଯାଉଥିଲେ । ଆଜି ଭୋର ସମୟରେ ଚାଲି ଚାଲି ଯାଉଥିବା ବେଳେ ଏକ ବିଦ୍ୟୁତ ତାର ହଠାତ ଡିଜେ ଗାଡି ସଂସ୍ପର୍ଶରେ ଆସିଯାଇଥିଲା । ଫଳରେ 11 ଜଣ କାଉଡିଆ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ଚିକିତ୍ସା ନିମନ୍ତେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଗଡଗଡିଆରେ ଘାଟରେ ଭାସିଗଲେ କାଉଡିଆ, ଅଧାରେ ରହିଗଲା ମହାଦେବଙ୍କୁ ଜଳ ଲାଗି; କାର ଦୁର୍ଘଟଣାରେ 2 ବୋଲବମ୍ ଭକ୍ତଙ୍କ ମୃତ୍ୟୁ - Kaudia drowns at Gadagadia Ghat

ସୁଲତାନପୁରରୁ ବାହାରିଥିଲା ଡିଜେ ଗାଡି: ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ବଳେ 8 ଜଣ ଯୁବକ ହୋଇଥିବା କୁହାଯାଉଛି । ଆଜି ସକାଳେ ସମସ୍ତ କାଉଡିଆ ଡିଜେ ଲଗାଇ ସୁଲତାର ପୁର ଗାଁରୁ ବାହାରିଥିଲେ । ରାସ୍ତାରେ ଯାଉଥିବା ବେଳେ ଡିଜେ ଗାଡିରେ 11000 ଭୋଲ୍ଟ ତାର ଲାଗି ୟାଇଥିଲା । ଫଳରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଥିବା ବେଳେ 10 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି ।

ସଦର ଏସଡିପିଓ କହିଛନ୍ତି, ''ଇଣ୍ଡଷ୍ଟ୍ରିଆଲ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ସୁଲତାନପୁର ଗ୍ରାମରେ ଏକ ବଡ ଅଘଟଣ ଘଟିଛି । ଏକ ଡିଜେ ଗାଡି ଯାଉଥିବା ବେଳେ 11 ହଜାର ଭୋଲ୍ଟ ତାରରେ ଲାଗି ଯାଇଥିଲା। ଫଳରେ ବିଦ୍ୟୁତ ଝଟକାରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁଇ ଜଣ ଆହତ ହୋଇଥିଲେ। ସେମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 5, 2024, 7:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.