ETV Bharat / bharat

ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ବସ୍ତି; ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ, ଦେଢ ବର୍ଷ ପରେ ଜେଲରୁ ମିଳିବ ମୁକ୍ତି - Manish Sisodia gets bail

author img

By ETV Bharat Odisha Team

Published : Aug 9, 2024, 11:05 AM IST

Updated : Aug 9, 2024, 11:51 AM IST

Manish Sisodia gets bail: ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ଜାମିନ୍ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜାମିନ ଦେଲେ ସର୍ବୋଚ୍ଚ ଅଦାଲତ । ଅଧିକ ପଢନ୍ତୁ

ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ଜାମିନ୍, ଦେଢ ବର୍ଷ ପରେ ବାହାରିବେ ଜେଲରୁ
ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ଜାମିନ୍, ଦେଢ ବର୍ଷ ପରେ ବାହାରିବେ ଜେଲରୁ (ETV Bharat Odisha)

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ବସ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଉଭୟ ସିବିଆଇ ଓ ଇଡି ମାମଲାରେ ଆଜି ତାଙ୍କୁ ଜାମିନ ମିଳିଛି । ଏଥିସହ ତାଙ୍କୁ ନିଜର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୀର୍ଘ ୧୭ ମାସ ହେଲା ସିସୋଦିଆ ତିହାର ଜେଲରେ ବନ୍ଦ ଥିଲେ । ଆଜି ଜାମିନ ମିଳିବା ପରେ ଆପ୍ ଶିବିରରେ ଖୁସିର ଲହରୀ ଖେଳିଯାଇଛି ।

ଜଷ୍ଟିସ ବିଆର ଗଭାଇ ଓ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଖଣ୍ଡପୀଠ କହିଛନ୍ତି, ''ଆପ୍ ନେତା ତ୍ବରିତ ଶୁଣାଣି ପାଇଁ ହକ୍‌ଦାର । ତାଙ୍କୁ ପୁଣିଥରେ ଟ୍ରାଏଲ କୋର୍ଟକୁ ପଠାଇବା ନ୍ୟାୟର ଉପହାସ ହେବ । ସେ ୧୭ ମାସ ହେଲା ଜେଲରେ ଅଛନ୍ତି କିନ୍ତୁ ଆଜି ଯାଏଁ ଶୁଣାଣି ଆରମ୍ଭ ହୋଇପାରିନି । ଯେଉଁ କାରଣରୁ ଆବେଦନକାରୀ(ସିସୋଦିଆ) ତ୍ବରିତ ଶୁଣାଣିର ଅଧିକାରରୁ ବଞ୍ଚିତ ଅଛନ୍ତି । ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟ ଏହା ଉପରେ ଧ୍ୟାନ ଦେବା ଉଚିତ୍ ।''

ମିଠା ବାଣ୍ଟିଲେ ସଞ୍ଜୟ ସିଂ:

ସିସୋଦିଆଙ୍କୁ ବେଲ୍ ମିଳିବା ପରେ ଆପ୍ ନେତା ସଞ୍ଜୟ ସିଂ ନିଜ ବାସଭବନରେ ମିଠା ବାଣ୍ଟି ଖୁସି ମନାଇଛନ୍ତି । ଏଥିପାଇଁ ସେ ସୁପ୍ରିମକୋର୍ଟକୁ ଧନ୍ୟବାଦ ଜଣାଇ କହିଛନ୍ତି, ''ସତ୍ୟର ବିଜୟ ହୋଇଛି । ଏହି ମଦ ଦୁର୍ନୀତି ମାମଲାରେ କୌଣସି ତଥ୍ୟ କିମ୍ବା ସତ୍ୟତା ନାହିଁ । ଜୋର ଜବରଦସ୍ତ ଆମ ନେତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରାଯାଇଛି । ଭାରତର ପ୍ରଧାନମନ୍ତ୍ରୀ କ'ଣ ସିସୋଦିଆଙ୍କ ଜୀବନର ସେହି ୧୭ ମାସର ଜବାବ ଦେବେ ?''

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀ ମଦ ଦୁର୍ନୀତି ମାମଲା: 14 ଦିନିଆ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ - Kejriwal sent to Judicial Custody

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୩ ଫେବୃଆରୀ ୨୬ରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ତତ୍କଳୀଳ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଏହାପରେ ସେହିବର୍ଷ ମାର୍ଚ୍ଚରେ ପୁଣି ଇଡି ତାଙ୍କୁ ଗିରଫ କରିଥିଲା । ୨୦୨୩ ଫେବୃଆରୀ ୨୮ରେ ସିସୋଦିଆ ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ।

ସଞ୍ଜୟ-ସିସୋଦିଆଙ୍କୁ ମିଳିଲା, କେଜ୍ରିୱାଲଙ୍କୁ କେବେ ?

ସଞ୍ଜୟ ସିଂଙ୍କ ପରେ ସିସୋଦିଆ ହେଉଛନ୍ତି ଦ୍ବିତୀୟ ଆପ୍ ନେତା ଯିଏକି ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ବେଲ୍ ପାଇଛନ୍ତି । କିଛି ଦିନ ତଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ । ମାତ୍ର ସିବିଆଇ ମାମଲା ଥିବାରୁ ସେ ଜାମିନରେ ଜେଲରୁ ମୁକୁଳି ପାରିନଥିଲେ । ଏବେ ବି କେଜ୍ରିୱାଲ ତିହାର ଜେଲ୍‌ରେ ଅଛନ୍ତି ।

Last Updated : Aug 9, 2024, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.