ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ ମମତା, ମୁଣ୍ଡରେ ପଡିଛି ଷ୍ଟିଚ - Mamata Banerjee Discharged

Mamata Banerjee Discharged: ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ଉପରେ ନଜର ରଖିଛନ୍ତି ଏକ ଡାକ୍ତରୀ ଟିମ । ଅଧିକ ପଢନ୍ତୁ

Mamata Banerjee
Mamata Banerjee
author img

By ETV Bharat Odisha Team

Published : Mar 15, 2024, 7:21 AM IST

କୋଲକାତା: ମୁଣ୍ଡ ଫାଟିଯିବାରୁ ଗୁରୁବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଚିକିତ୍ସା ପରେ ହସ୍ପିଟାଲରୁ ଗତ ରାତିରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କ ମୁଣ୍ଡରେ ତିନୋଟି ଷ୍ଟିଟ ପଡିଛି । ତାଙ୍କୁ ହସ୍ପିଟାଲରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ସେ ଘରକୁ ଯିବାକୁ କହିଥିଲେ । ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ନିମନ୍ତେ ରହିଥିବା ସୂଚନା ଦେଇଛନ୍ତି ଏସଏସକେଏମ ହସ୍ପିଟାଲ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢନ୍ତୁ- ବାସଭବନରେ ପଡି ମମତା ବାନାର୍ଜୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ସେ ଆହୁରି ମଧ୍ୟ କହିଛନ୍ତି, "ବାସଭବନରେ ପଡିଯିବା କାରଣରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଏହାପରେ ଗତକାଲି ସନ୍ଧ୍ୟା ପ୍ରାୟ 7.30 ସମୟରେ ଆମ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପ୍ରଥମେ ତାଙ୍କୁ HoD ନ୍ୟୁରୋ ସର୍ଜରୀ, HoD ମେଡିସିନ୍ ଏବଂ ହୃଦ୍‌ରୋଗ ବିଶେଷଜ୍ଞଙ୍କ ଚିକିତ୍ସା କରିଥିଲେ । ତାଙ୍କ କପାଳରେ ତିନୋଟି ଷ୍ଟିଚ ପଡିଛି । ଇସିଜି, ସିଟି ସ୍କାନ ମଧ୍ୟ କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡାକ୍ତରଖାନାରେ ରହିବାକୁ ପରାମର୍ଶ ଦିଆଯାଇଛି, କିନ୍ତୁ ସେ ଘରକୁ ଯିବାକୁ ପସନ୍ଦ କରିଛନ୍ତି । ତେଣୁ ତାଙ୍କୁ ଡିସଚାର୍ଜ କରାଯାଇଛି । ଏକ ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଛି । ଘରେ ତାଙ୍କର ଚିକିତ୍ସା ଜାରି ରହିବ । ଆଜି ପୁଣି ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ଏହାପରେ ଅଧିକ ଚିକିତ୍ସା ଯୋଗାଇ ଦିଆଯିବ । '' ।

ମମତାଙ୍କ ଆହତ ହେବା ଖବର ଶୁଣିବା ପରେ ବହୁ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ''ମମତା ଦିଦିଙ୍କ ଆଶୁ ଆରୋଗ୍ୟ ମୁଁ କାମନା କରୁଛି । ଖୁବଶୀଘ୍ର ସେ ସୁସ୍ଥ ହୋଇଯାଆନ୍ତୁ । ସେହିପରି କଂଗ୍ରେସ ମୁଖ୍ୟ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମମତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ବର୍ତ୍ତମାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଚିକିତ୍ସା ମଧ୍ୟ ଜାରି ରହିବ । ମମତା ଆହତ ହେବା ସମ୍ପର୍କରେ ତୃଣମୂଳ କଂଗ୍ରେସ ‘ଏକ୍ସ’ରେ ଫଟୋ ସେୟାର କରି ସୂଚନା ଦେଇଥିଲା ।

ଗୁରୁବାର ଅପରାହ୍ନରେ ମମତା ବାସଭବନରେ ଥିବା ବେଳେ କୌଣସି କାରଣବଶତଃ ତଳେ ପଡିଯାଇଥିଲେ । ଏହା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । କ୍ଷତ ସୃଷ୍ଟି ହେବା ସହ ରକ୍ତସ୍ରାବ ମଧ୍ୟ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କ ପୁତୁରା ତଥା ସାଂସଦ ଅଭିଶେକ ବାନାର୍ଜୀ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.