ETV Bharat / bharat

ଖଡଗେଙ୍କୁ ରହିଛି ବିପଦ, ମିଳିଲା Z+ ସୁରକ୍ଷା - Congress president

Mallikarjun Kharge gets Z plus security based on threat perception report: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ରହିଛି ବିପଦ । ମିଳିଲା Z+ ସୁରକ୍ଷା । ଅଧିକ ପଢନ୍ତୁ

ଖଡଗେଙ୍କୁ ରହିଛି ବିପଦ, ମିଳିଲା Z+ ସୁରକ୍ଷା
ଖଡଗେଙ୍କୁ ରହିଛି ବିପଦ, ମିଳିଲା Z+ ସୁରକ୍ଷା
author img

By ETV Bharat Odisha Team

Published : Feb 22, 2024, 10:56 PM IST

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲା ଜେଡ-ପ୍ଲସ ସୁରକ୍ଷା । କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ରିପୋର୍ଟରେ ଖଡଗେଙ୍କ ପ୍ରତି ବିପଦ ଆଶଙ୍କା ଥିବା ଜଣାପଡିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖଡଗେଙ୍କ ସୁରକ୍ଷା ବଢାଇଛି । ଏବେ ଖଡଗେଙ୍କୁ କେନ୍ଦ୍ରୀୟ ବଳ ସୁରକ୍ଷା ଯୋଗାଇବ । CRPF ତାଙ୍କୁ ସୁରକ୍ଷା କଭର ଯୋଗାଇବ । Z-ପ୍ଲସ୍ ସୁରକ୍ଷା ହେଉଛି ସର୍ବୋଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା । ପ୍ରଧାନମନ୍ତ୍ରୀଙ୍କୁ ଏସପିଜି କଭର ପରେ ସରକାର ସେହି ବିଶିଷ୍ଟ ବ୍ୟକ୍ତି ବ୍ୟକ୍ତିଙ୍କୁ ଏହି ସ୍ତରର ସୁରକ୍ଷା ପ୍ରଦାନ କରନ୍ତି, ଯାହାଙ୍କ ଜୀବନ ପ୍ରତି ବିପଦ ରହିଛି ।

ଏହି ସୁରକ୍ଷା ବଳୟରେ CRPF କମାଣ୍ଡୋଙ୍କ ସହିତ 55 ଜଣ ପାରାମଲିଟାରୀ ଫୋର୍ସ ଯବାନ ଓ ପୋଲିସ କର୍ମୀ ଅନ୍ତର୍ଭୁକ୍ତ ରହିବେ । ଏହି ସୁରକ୍ଷା କଭର ମଧ୍ୟରେ ବୁଲେଟ୍ ପ୍ରୁଫ କାର ଓ ତିନୋଟି ସିଫ୍ଟରେ ଏସକର୍ଟ ମଧ୍ୟ ଅନ୍ତର୍ଭୁକ୍ତ ରହିବ । ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କୁ 24 ଘଣ୍ଟିଆ ସୁରକ୍ଷା ପ୍ରଦାନ କରିବ ।

ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ଅନୁସାରେ, ଏହି ସୁରକ୍ଷା ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଏ । ଭାରତରେ ଭିଆଇପି ସୁରକ୍ଷାର ଚାରୋଟି ଶ୍ରେଣୀ ହେଉଛି Z ପ୍ଲସ, Z, Y ଏବଂ X । ପ୍ରଧାନମନ୍ତ୍ରୀଙ୍କ ପାଇଁ କେବଳ ସ୍ପେଶାଲ ପ୍ରଟେକ୍ସନ ଗ୍ରୁପ ସୁରକ୍ଷା ଯୋଗାଇଥାଏ । ଅନେକ କେନ୍ଦ୍ରମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ରାଜନେତା ଓ ସେଲିବ୍ରିଟି ଏହି ଜେଡ ପ୍ଲସ ସୁରକ୍ଷା ବର୍ଗରେ ଅନ୍ତର୍ଭୁକ୍ତ ରହିଛନ୍ତି । ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ଦ୍ବିତୀୟ ସୁରକ୍ଷା ବ୍ୟବସ୍ଥା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ମଧ୍ୟ ଜେଡ ପ୍ଲସ୍ ସୁରକ୍ଷା ମିଳିଛି । 2019 ମସିହା ପର୍ଯ୍ୟନ୍ତ ଗାନ୍ଧୀ ପରିବାରର ସଦସ୍ୟଙ୍କୁ ଏସପିଜି ସୁରକ୍ଷା କଭର ପ୍ରଦାନ କରାଯାଉଥଲା । ଯାହାକି ପରବର୍ତ୍ତୀ ସମୟରେ ଜେଡ ପ୍ଲସକୁ ହ୍ରାସ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଗୋମାଂସ ନେଉଥିବା ଅଭିଯୋଗରେ ମହିଳାଙ୍କୁ ବସରୁ ଓହ୍ଲାଇ ଦେଇ ଡ୍ରାଇଭର ଓ କଣ୍ଡକ୍ଟର ନିଲମ୍ବିତ

ଏସପିଜି କିମ୍ବା ‘ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ’ କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଉତ୍ତରଦାୟୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏହି ପାରାମିଲିଟାରୀ ଫୋର୍ସକୁ 1984 ରେ ପ୍ରତିଷ୍ଠା ହୋଇଥିଲା । ଏଥିରେ 3000 ପ୍ରଶିକ୍ଷିତ କମାଣ୍ଡୋ ନିୟୋଜିତ ରହଛନ୍ତି । SPG ହେଉଛି ଏକ ବିଶେଷ ସୁରକ୍ଷା ପ୍ରଦାନକାରୀ ବଳ । ଯାହା କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁରକ୍ଷା ଯୋଗାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.