ETV Bharat / bharat

ଖାଲି ପଡ଼ିଛି ୩୦ ଲକ୍ଷ ସରକାରୀ ପଦବୀ, ଅଣଦେଖା କରୁଛନ୍ତି ମୋଦି: ଖଡ଼ଗେ

author img

By ETV Bharat Odisha Team

Published : Feb 2, 2024, 9:48 PM IST

Mallikarjun Kharge to Modi govt: ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟସଭାରେ ଶୁକ୍ରବାର ଏଭଳି ଅଭିଯୋଗ କରିଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଅଧିକ ପଢନ୍ତୁ

Mallikarjun Kharge
Mallikarjun Kharge

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣଦେଖା କରୁଛନ୍ତି ବୋଲି ଆଜି (ଶୁକ୍ରବାର) ରାଜ୍ୟସଭାରେ ଅଭିଯୋଗ କରିଛନ୍ତି ରାଜ୍ୟସଭା ବିରୋଧୀ ଦଳ ନୋ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ବେକାରୀ ସମସ୍ୟା ଭାରତର ପ୍ରମୁଖ୍ୟ ସମସ୍ୟା ମଧ୍ୟରୁ ଗୋଟିଏ । ତେବେ ଦେଶରେ ପ୍ରାୟ ୩୦ ଲକ୍ଷ ସରକାରୀ ପଦବୀ ଖାଲିଥିବା ବେଳେ ଏଥିପ୍ରତି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ନାହିଁ ବୋଲି କହିଛନ୍ତି ଖଡ଼ଗେ ।

ଏନେଇ ଖଡ଼ଗେ କହିଛନ୍ତି, " ବିଜେପି ପବ୍ଲିକ ସେକ୍ଟରକୁ ମୂଳପୋଛ କରିବାକୁ ବସିଛି । ଦେଶରେ ସଂରକ୍ଷିତ ବର୍ଗଙ୍କ ଲାଗି ପବ୍ଲିକ ସେକ୍ଟର ହେଉଛି ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବର୍ଗ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ବା ଅର୍ଥନୈତିକ ଦୁର୍ବଳ ବର୍ଗ ହେଉ ନା କାହିଁକି । ଆଜି ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି । ହେଲେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଅଣଦେଖା କରୁଛନ୍ତି । ଏମ୍ସରେ ୪୧% ପଦବୀ ଖାଲି ପଡିଛି । ସେହିପରି ୨୦ଟି ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀ ଅଭାବ ରହିଛି । ସରକାର କହୁଛନ୍ତି ଆମେ ହସ୍ପିଟାଲ ନିର୍ମାଣ କରୁଛି, ତେବେ ମୋରି ପ୍ରଶ୍ନ ଏହି ପଦବୀ କାହିଁକି ଖାଲି ପଡୁଛି ?"

ଏହା ବି ପଢନ୍ତୁ- 'ଅବ୍‌ କି ବାର୍‌ ୪୦୦ ପାର୍‌' କହିଲେ ଖଡ଼ଗେ, ହସିଲେ ମୋଦି

'ଅଗ୍ନିପଥ ଯୋଜନା' ନେଇ ମଧ୍ୟ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଏହି ଯୋଜନା ସମ୍ପର୍କରେ ମୋଦି କାହା ସହିତ ବିଚାର ବିମର୍ଶ ନ କରି ବାୟୁସେନା ଓ ନୌସେନାରେ ଏହାକୁ ଲାଗୁ କରାଇଥିଲେ । ନିକଟରେ ଜେନେରାଲ ଏମଏମ ନରୱଣେ କହିଥିଲେ ଅଗ୍ନିପଥ ଯୋଜନାରେ ୭୫ ପ୍ରତିଶତଙ୍କୁ ଭର୍ତ୍ତି କରାଯିବ ଓ ୨୫ ପ୍ରତିଶତଙ୍କୁ ବାହାର କରାଯିବ । ହେଲେ ଏବେ କିନ୍ତୁ ସ୍ଥିତି ଭିନ୍ନ । ଏବେ ଏହି ଯୋଜନାରେ ୨୫ ପ୍ରତିଶତଙ୍କୁ ଭର୍ତ୍ତି କରାଯାଉଥିବା ବେଳେ ୭୫ ପ୍ରତିଶତଙ୍କୁ ବାହାର କରାଯାଉଛି ।"

ଖଡ଼ଗେ ଦରଦାମ ବୃଦ୍ଧିକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି, "ଏବେ ଦେଶରେ ଟମାଟୋ, ପିଆଜ, କ୍ଷୀର, ଚାଉଳର ଦର ବୃଦ୍ଧି ପାଇଛି । ହେଲେ ମୋଦି ଦରଦାମ ବୃଦ୍ଧି ସମ୍ପର୍କରେ ଏଯାଏଁ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ମୋଦି ସରକାର ଚାଷୀଙ୍କ ଆୟକୁ ଦ୍ବିଗୁଣା କରିବା ସହ ଏମଏସପି ବୃଦ୍ଧି ନେଇ ପ୍ରତିଶୃତି ଦେଇଥିଲେ । ହେଲେ ଏବେ ଚାଷୀଙ୍କ ବାର୍ଷିକ ଆୟ ୧.୫%କୁ ହ୍ରାସ ପାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.