ETV Bharat / bharat

ଟ୍ରକ-ଟାଭେରା ମୁହାଁମୁହିଁ ଧକ୍କା, ଗୋଟିଏ ପରିବାରର ୫ ମୃତ

author img

By ETV Bharat Odisha Team

Published : Feb 16, 2024, 10:36 AM IST

Road Accident In Bikaner: ସକାଳୁ ସକାଳୁ ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ଓ୍ବେରେ ବଡ ଧରଣର ଦୁର୍ଘଟଣା । ଆଖି ବୁଜିଲେ ଗୋଟିଏ ପରିବାରର ୫ ଜଣ । ଅଧିକ ପଢନ୍ତୁ

ରାଜସ୍ଥାନ ସଡକ ଦୁର୍ଘଟଣା
Road Accident In Bikaner

ଜୟପୁର: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୁହାଁମୁହଁ ଧକ୍କା ହେଲା କାର(ଟାଭେରା) ଏବଂ ଟ୍ରକ । ସକାଳୁ ସକାଳୁ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ବିକାନେର ଜିଲ୍ଲାର ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ଓ୍ବେରେ ଏହି ଦୁର୍ଘଟଣା ଘଟିଛି । ମୃତକ ୫ ଜଣ ଟାଭେରାରେ ଯାତ୍ରା କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ଓ୍ବେରେ ଏକ ଟ୍ରକ ଏବଂ ଟାଭେରା ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟାଭେରା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁନା ହୋଇଯାଇଛି । ଏହି ଦୁର୍ଘଟଣାରେ ଟାଭେରାରେ ଯାତ୍ରା କରୁଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକମାନେ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁର୍ଘଟଣା ବିଷୟରେ ଖବର ପାଇ ନୋଖା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରକ ତଳେ ଚାପି ହୋଇଗଲା କାର୍: ତେବେ ସ୍ଥାନୀୟ ପୋଲିସ ଅଧିକ୍ଷକ ତେଜସ୍ବିନୀ ଗୌତମଙ୍କ କହିବା ଅନୁସାରେ, "ଟାଭେରାରେ ରହିଥିବା ୫ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷଙ୍କ ସମେତ ଜଣେ ଛୁଆ ଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏକ୍ସପ୍ରେସରେ ଓ୍ବେରେ ଏହି ଦୁର୍ଘଟଣା ହୋଇଥିବା ବେଳେ କାର ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ଯାନ ଦ୍ରୁତ ଗତିରେ ଯାଉଥିବାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଟାଭେରା ଟ୍ରକ ତଳେ ଚାପି ହୋଇଯାଇଥିଲା ।"

ଏହା ମଧ୍ୟ ପଢନ୍ତୁ: ଟେମ୍ପୋକୁ ଧକ୍କା ଦେଲା ବସ: 5 ମୃତ, ଏକାଧିକ ଆହତ

ସମସ୍ତ ମୃତକ ଗୁଜୁରାଟର: ଦୁର୍ଘଟଣାଗସ୍ତ ହୋଇଥିବା ଟାଭେରା ଗାଡି ଗୁଜୁରାଟ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ସୂଚନା ଅନୁସାରେ, ଟାଭେରାରେ ଗୋଟିଏ ପରିବାରର ୫ଜଣ ଗୁଜୁରାଟରୁ ରାଜସ୍ଥାନ ଆସୁଥିଲେ । ହେଲେ ଭୟଙ୍କର ଦୁର୍ଘଟଣାରେ ପୁରା ପରିବାର ଶେଷ ହୋଇଯାଇଛି । ଏହି ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଏବଂ ଟାଭେରାକୁ ଅଲଗା କରିବା ସହିତ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.