ETV Bharat / bharat

ଖାଦ୍ୟକୁ ଫୋନ ଭାବି କାନରେ ଦେଲା ଶିଶୁ, ଭିଡିଓ ସେୟାର କରି ଏମିତି କହିଲେ ଶିଳ୍ପପତି ଆନନ୍ଦ

Mahindra Shares Adorable Video On X: ଫୋନ ପିଲାମାନଙ୍କର ଦୁନିଆରେ ପରିଣତ ହୋଇଯାଇଛି । ତେବେ ଏଭଳି ଏକ ଭିଡିଓକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ " ଏକ୍ସ" ଆକାଉଣ୍ଟରେ ସେୟାର କରିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 21, 2024, 11:02 PM IST

ଆନନ୍ଦ ମହିନ୍ଦ୍ରା
ଆନନ୍ଦ ମହିନ୍ଦ୍ରା

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ମୋବାଇଲ ମଣିଷର ଏକ ଅବିଚ୍ଛେଦ ଅଙ୍ଗ ପାଲଟି ଯାଇଛି । ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏହା ଆମ ହାତରେ ରହିଥାଏ । ଏହାକୁ ଗୋଟିଏ ମୁହୂର୍ତ୍ତ ଛାଡ଼ି ରହିବା ଆଜିକାର ମଣିଷଙ୍କ ପକ୍ଷେ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଫୋନର ବ୍ୟବାହାର କରୁଛନ୍ତି । ଏହା ମନୋରଞ୍ଜନର ଏକ ମାଧ୍ୟମ ପାଲଟିଛି । ଆଜିକାଲି ଛୋଟ ଛୁଆମାନେ ମଧ୍ୟ ମୋବାଇଲ ସହ ଅଧିକ ଅଭ୍ୟସ୍ତ ହୋଇଗଲେଣି । ଫୋନ ପିଲାମାନଙ୍କର ଦୁନିଆରେ ପରିଣତ ହୋଇ ଯାଇଛି । ତେବେ ଏଭଳି ଏକ ଭିଡିଓକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କ " ଏକ୍ସ" ( ପୂର୍ବର ଟ୍ବିଟର) ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ମାଆ ନିଜ ଛୋଟ ଛୁଆ ଖାଇବା ପାଇଁ ଥାଳିରେ କିଛି ସ୍ନାକ୍ସ ରଖିଛନ୍ତି । କିନ୍ତୁ କୁନି ଝିଅଟି ଏହାକୁ ମୋବାଇଲ ଭାବି ନିଜ କାନ ପାଖକୁ ନେଉଛି ।

  • Oh no, no, no….

    It’s true. Our species has irreversibly mutated..

    It’s now PHONE, and only AFTER that Roti, Kapda aur Makaan…! pic.twitter.com/49PmgGOYDV

    — anand mahindra (@anandmahindra) January 20, 2024 " class="align-text-top noRightClick twitterSection" data=" ">

ତେବେ ଏହି ଭିଡିଓକୁ ଏକ୍ସ ଆକାଉଣ୍ଟରେ ସେୟାର କରି ଆନନ୍ଦ ମହିନ୍ଦ୍ର କମେଣ୍ଟ କରିଛନ୍ତି, " ମାନବଜାତି ବହୁତ ବଦଳି ଯାଇଛି । ଏହା ସତ୍ୟ । ବର୍ତ୍ତମାନ ପିଲାମାନଙ୍କର ପ୍ରଥମେ ଫୋନର ଆବଶ୍ୟକ ହୋଉଛି । ଏହାପରେ ଯାଇ ରୋଟି, ପୋଷାକ, ଘର । ବର୍ତ୍ତମାନର ପିଲାଙ୍କ ପାଇଁ ମୋବାଇଲ ପ୍ରାଥମିକତା ହୋଇଯାଇଛି । "

ଏହା ମଧ୍ୟ ପଢ଼ନ୍ତୁ.....2023 ଶେଷ ସୁଦ୍ଧା ୧୩କୋଟିରେ ପହଞ୍ଚିବ ୫ଜି ମୋବାଇଲ ସବସ୍କ୍ରିପସନ: ଏରିକସନ ରିପୋର୍ଟ

ଏହା ମଧ୍ୟ ପଢ଼ନ୍ତୁ.....WhatsApp Email Verification Feature: ଆସିଲା ନୂଆ ଫିଚର, ଏଣିକି ଆବଶ୍ୟକ ହେବନି ମୋବାଇଲ ନମ୍ବର

ଧିରେ ଧିରେ ସମାଜ ପରିବର୍ତ୍ତନ ହେବା ସହ ବର୍ତ୍ତମାନର ପିଲାମାନେ ମଧ୍ୟ ଏହି ପରିବର୍ତ୍ତନ ସହ ଜଡିତ ହୋଇ ରହୁଛନ୍ତି । ପ୍ରାୟତଃ ପିଲାମାନେ କମ ବୟସରୁ ମୋବାଇଲ ସଂସ୍ପର୍ଶରେ ଆସୁଛନ୍ତି । ଛୋଟ ଛୁଆମାନେ ବାଲ୍ୟକାଳରୁ ମୋବାଇଲ ଫୋନ ସହ ଅଭ୍ୟସ୍ତ ହେଉଛନ୍ତି । ତେବେ ବୌଜ୍ଞାନିକମାନେ ଏହାକୁ ପିଲାମାନଙ୍କ ପ୍ରତି ହାନିକାରକ ବୋଲି ଚେତାବନୀ ଦେଇଛନ୍ତି । 2020 ମସିହାରେ ପ୍ୟୁ ରିସର୍ଚ୍ଚ ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, 60 ପ୍ରତିଶତ ପିଲା ପାଞ୍ଚ ବର୍ଷ ବୟସ ପୂର୍ବରୁ ସ୍ମାର୍ଟଫୋନ ସହ ଅଭ୍ୟସ୍ତ ରହୁଛନ୍ତି । ଏହା ପ୍ରକାଶ ପାଇଛି ଯେ, ମୋବାଇଲ ଫୋନର ନିୟମିତ ବ୍ୟବହାର ଫଳରେ ଛୋଟ ଛୁଆଙ୍କ ଆଚରଣ ଓ ସ୍ବଭାବରେ ଅସାଧାରଣ ପରିବର୍ତ୍ତନ ଘଟୁଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.