ETV Bharat / bharat

ସରକାରଙ୍କ ବଡ ଘୋଷଣା; ଯୁକ୍ତ ଦୁଇ ପାସ୍ ପିଲାଙ୍କୁ ମାସକୁ ୬୦୦୦, ଯୁକ୍ତ ତିନି ପାଇଁ ଏତିକି... - Student Stipend Scheme

author img

By ETV Bharat Odisha Team

Published : Jul 17, 2024, 2:33 PM IST

Updated : Jul 17, 2024, 4:46 PM IST

Maharashtra govt announces Rs 6000 for 12th pass: ଯୁକ୍ତ ଦୁଇ, ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ବର୍ଷା କଲେ ସରକାର । ଯୁକ୍ତ ଦୁଇ ପାସ୍ କରିଥିଲେ ପାଇବେ ୬ ହଜାର । ଯୁକ୍ତ ତିନି ପିଲାଙ୍କୁ ମିଳିବ ସବୁଠୁ ଅଧିକ । ପଢନ୍ତୁ ପୁରା ଖବର

କଲେଜ ପିଲାଙ୍କ ଚିନ୍ତା ଗଲା; ଯୁକ୍ତ ଦୁଇ ପାସ୍ କରିଥିଲେ ମାସକୁ ମିଳିବ ୬୦୦୦, ଯୁକ୍ତ ତିନି ପାଇଁ ଏତିକି
କଲେଜ ପିଲାଙ୍କ ଚିନ୍ତା ଗଲା; ଯୁକ୍ତ ଦୁଇ ପାସ୍ କରିଥିଲେ ମାସକୁ ମିଳିବ ୬୦୦୦, ଯୁକ୍ତ ତିନି ପାଇଁ ଏତିକି (ETV Bharat Odisha)

ହାଇଦ୍ରାବାଦ: କଲେଜ ପଢୁଆ ପିଲାଙ୍କ ପାଇଁ ଖୁସି ଖବର । ଯୁକ୍ତ ଦୁଇ, ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ବର୍ଷା କଲେ ସରକାର । ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୬ ହଜାର ଟଙ୍କା । ସେହିପରି ଡିପ୍ଲୋମା ପାସ୍ ପିଲାଙ୍କୁ ମାସିକ ୮ ହଜାର ଏବଂ ଯୁକ୍ତ ତିନି ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ମହାରାଷ୍ଟ୍ରରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ସିନ୍ଦେ ସରକାର କଲେଜ ପାସ୍ ପିଲାଙ୍କ ପାଇଁ ଆଜି ଏମିତି ଏକ ବଡ଼ ଘୋଷଣା କରିଛନ୍ତି ।

ମହାରାଷ୍ଟ୍ର ସରକାର ରାଜ୍ୟର ଯୁକ୍ତ ଦୁଇ, ଯୁକ୍ତ ତିନି ଓ ଡିପ୍ଲୋମାଧାରୀ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହାୟତା ପାଇଁ ଲାଡଲା ଭାଇ ଯୋଜନାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସରକାରଙ୍କ ଦୃଷ୍ଟିରେ ପୁଅ-ଝିଅଙ୍କ ମଧ୍ୟରେ କିଛି ଫରକ୍ ନାହିଁ । ଏହି ଯୋଜନା ରାଜ୍ୟରେ ବେରୋଜଗାର ସମସ୍ୟାର ସମାଧାନ କରିପାରିବ । ଲାଡନା ଭାଇ ଯୋଜନା ଅଧିନରେ ମହରାଷ୍ଟ୍ର ସରକାର ଯୁକ୍ତ ଦୁଇ (12th) ପାସ୍ ଯୁବବର୍ଗକୁ ମାସିକ ୬୦୦୦ ଟଙ୍କା, ଡିପ୍ଲୋମଧାରୀଙ୍କୁ ୮୦୦୦ ଏବଂ ଗ୍ରାଜୁଏଟଙ୍କୁ ୧୦,୦୦୦ ଟଙ୍କା ଦିଆଯିବ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା - Odisha hike pension

ଆଗକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଥିବାବେଳେ ସିନ୍ଦେ ସରକାର ଏପରି ବଡ଼ ଘୋଷଣା କରିଛନ୍ତି । ଯୁବବର୍ଗଙ୍କୁ ଆକର୍ଷିତ କରିବାକୁ ସରକାରଙ୍କ ଏହା ନିର୍ବାଚନୀ ଥୋପ ଭାବେ ଦେଖାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କହିବା କଥା, ଏହି ଯୋଜନାର ଉଦ୍ଦେଶ୍ୟ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା । ଫଳରେ ଛାତ୍ରଛାତ୍ରୀ ଆର୍ଥିକ ସମସ୍ୟା ବିନା ଭଲ ଭାବେ ପାଠ ପଢିପାରିବେ ଏବଂ ନିଜ କ୍ୟାରିୟର ଉପରେ ଅଧିକ ଫୋକସ୍ କରିପାରିବେ ।

ଗତ ମାସରେ ମହାରାଷ୍ଟ୍ର ସରକାର 'ଲାଡଲି ବେହନା' ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିରେ ୨୧ରୁ ୬୦ ବର୍ଷ ବୟସ୍କା ଆର୍ଥିକ ଅନଗ୍ରସର ମହିଳାଙ୍କୁ ମାସିକ ୧୫୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା ।

ଏହା ମଧ୍ୟ ପଢନ୍ତୁ: ବୟସ ସାଙ୍ଗରେ ବଢୁଥିଲା ଲାଞ୍ଜ, 3ମାସ ଶିଶୁର ବିରଳ ଅସ୍ତ୍ରୋପଚାର - Baby with 15cm long tail

Last Updated : Jul 17, 2024, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.