ETV Bharat / bharat

RAGGING: ମଧ୍ୟପ୍ରଦେଶରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ରାଗିଂ, ସାର୍ଟିଫିକେଟ ପାଇଁ ୩୦ ଲକ୍ଷ ମାଗିଥିଲେ କର୍ତ୍ତୃପକ୍ଷ - Odisha Girl Student Ragging

author img

By ETV Bharat Odisha Team

Published : Sep 6, 2024, 1:54 PM IST

Madhya Pradesh Jabalpur High Court Verdict On Odisha Student Ragging case: ମଧ୍ୟପ୍ରଦେଶ ମେଡିକାଲ କଲେଜରେ ଓଡ଼ିଆ ଛାତ୍ରୀଙ୍କୁ ରାଗିଂ । କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଖପ୍ପା ହେଲେ ହାଇକୋର୍ଟ । ଛାତ୍ରୀଙ୍କୁ ସାର୍ଟିଫିକେଟ ଫେରାଇବା ପାଇଁ କଲେଜ କର୍ତ୍ତୃପକ୍ଷ ୩୦ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ଆସିଥିଲା ।

Madhya Pradesh Jabalpur High Court Verdict On Odisha Student Ragging case
Madhya Pradesh Jabalpur High Court Verdict On Odisha Student Ragging case (ETV Bharat)

ଭୋପାଳ: ମଧ୍ୟପ୍ରଦେଶରେ ଓଡ଼ିଆ ଛାତ୍ରୀଙ୍କୁ ରାଗିଂ ଘଟଣା । ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଜବାବ ମାଗିଲେ ଜବଲପୁର ହାଇକୋର୍ଟ । ପିଜି ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଛାତ୍ରୀ କଲେଜ ଛାଡିବାକୁ ଚାହୁଁଥିବା ବେଳେ ତାଙ୍କର ସମସ୍ତ କାଗଜପତ୍ର ମାଗିଥିଲେ । ହେଲେ ଏହି ସାର୍ଟିଫିକେଟର ପ୍ରତିବଦଳରେ କଲେଜ କର୍ତ୍ତୃପକ୍ଷ ୩୦ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ଆସିଥିଲା ।

କାହିଁକି କଲେଜ ଛାଡିବାକୁ ଚାହୁଁଥିଲେ ଛାତ୍ରୀ ?

ରାଂଗିର ସମ୍ମୁଖୀନ ହୋଇଥିବା ଛାତ୍ରୀ ଜଣଙ୍କ ସିଟ୍ ଛାଡିବାକୁ ଚାହୁଁଥିଲେ । ତେଣୁ ସେ ନିଜର ସମସ୍ତ କାଗଜପତ୍ର ମାଗିଥିଲେ । ହେଲେ ସେ ସମୟରେ କଲେଜ ତରଫରୁ ତାଙ୍କୁ କୌଣସି ଦସ୍ତାବିଜ ଦିଆଯାଇନଥିଲା । ପ୍ରତିବଦଳରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିବା ନେଇ ଅଭିଯୋଗ ଆଣିଥିଲେ ଛାତ୍ରୀ ।

ଓଡ଼ିଶାର ଛାତ୍ରୀଙ୍କୁ ଜବଲପୁରରେ ରାଗିଂ:

ଜବଲପୁରର ସୁବାଷ ଚନ୍ଦ୍ର ମେଡିକାଲ କଲେଜରେ ପିଜି ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ଆସିଥିଲା । ସୂଚନା ଅନୁସାରେ, ଛାତ୍ରୀ ଜଣକ ୨୦୨୨ ମସିହାରେ ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ପାଇଁ ନାମ ଲେଖାଇଥିଲେ । ତାଙ୍କ ବାପା ଜଣେ ଗରିବ ଶ୍ରେଣୀର ହୋଇଥିବାବେଳେ ସେ ଚାଷ କାମ କରି ଜୀବିକା ନିର୍ବାହ କରନ୍ତି । ଡିଏମଇ(DME) କାଉନସେଲିଂ ମାଧ୍ୟମରେ ପିଜି ସିଟ୍ ଆବଣ୍ଟିତ ହୋଇଥିଲା । ନିଜ ଯୋଗ୍ୟତା ଅନୁସାରେ ଛାତ୍ରୀ ଜଣକ ସେଠାରେ ଆଡମିଶନ ନେଇଥିଲେ । ହେଲେ ସେଠାରେ ତାଙ୍କୁ ରାଗିଂ କରାଯାଇଥିଲା । ଯାହାକୁ ନେଇ ଛାତ୍ରୀ ଜଣକ ଡିପ୍ରେସନରେ ଥିଲେ । ଲଗାତାର ୩୪-୪୮ ଘଣ୍ଟା ତାଙ୍କୁ କାମ କରିବାକୁ କୁହାଯାଉଥିଲା । ବାଥରୁମ ଯିବାକୁ ମଧ୍ୟ ଦିଆଯାଉନଥିଲା । ଜୁନିୟର ଡାକ୍ତର ଭାବେ କାମ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ରାଗିଂ କାରଣରୁ ଅସୁସ୍ଥ ହେଲେ ଛାତ୍ରୀ:

ଏହିପରି ଭାବେ ଲଗାତାର ରାଗିଂ କରାଯାଉଥିବାରୁ ମାନସିକ ସନ୍ତୁଳନ ହରାଇ ବସିଲେ ଛାତ୍ରୀ । ଆଉ ଡିପ୍ରେସନକୁ ଚାଲିଯାଇଥିଲେ ସମ୍ପୃକ୍ତ ଛାତ୍ରୀ । ପରବର୍ତ୍ତୀ ସମୟରେ ତାଙ୍କର ସ୍ପାଇନାଲ କର୍ଡ (Spinal Cord) ବା ମେରୁଦଣ୍ଡରେ ଆଘାତ ଲାଗିଥିଲା । ଫଳରେ ଛାତ୍ରୀ ଜଣକ ଆବଶ୍ୟକୀୟ ଦସ୍ତାବିଜ ନେଇ କଲେଜ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ସାର୍ଟିଫିକେଟ ବାବଦକୁ ୩୦ ଲକ୍ଷ ଟଙ୍କା ମାଗିଥିଲେ କଲେଜ କର୍ତ୍ତୃପକ୍ଷ ।

ଏହା ବି ପଢନ୍ତୁ...ଏମ୍‌କେସିଜି ରାଗିଂ ଘଟଣା: ଚାରି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଏହା ବି ପଢନ୍ତୁ...ବ୍ରହ୍ମପୁର MKCG ମେଡିକାଲରେ ରାଗି°! ଜୁନିୟର ଛାତ୍ରଙ୍କୁ ମାରିଲେ ସିନିୟର, ଟ୍ବିଟ୍ କରି କର୍ତ୍ତୃପକ୍ଷଙ୍କୁ ଜଣାଇଲେ ପରିବାର

କ'ଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ?

ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ମଧ୍ୟପ୍ରଦେଶ ଜବଲପୁର ହାଇକୋର୍ଟ । ମେଡିକାଲ ପକ୍ଷରୁ କୌଣସି ଅର୍ଥରାଶି ଦାବିକୁ ନେଇ କୋର୍ଟ ତାଗିଦ କରିଛନ୍ତି । ବିନା କୌଣସି ଅର୍ଥରାଶିରେ ଛାତ୍ରୀଙ୍କୁ ତାଙ୍କର ସମସ୍ତ ଦସ୍ତାବିଜ ଫେରସ୍ତ କରିବାକୁ କୋର୍ଟ, ସଂପୃକ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ କଲେଜ ନିର୍ଦ୍ଦେଶକ, ଏବଂ ସୁବାଷ ବୋଷ ମେଡିକାଲ କଲେଜ ଡିନଙ୍କୁ ଏନେଇ ନୋଟିସ ଜରି କରି ଜବାବ ତଲବ କରିଛନ୍ତି ଉଚ୍ଚ ନ୍ୟାୟାଳୟ ।

ଏହା ବି ପଢନ୍ତୁ...ହୋମିଓପ୍ୟାଥି କଲେଜରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ - Ragging in Sambalpur

ଏହା ବି ପଢନ୍ତୁ...ଜିଲ୍ଲାପାଳଙ୍କୁ ୟୁଜିସିର ଚିଠି, 'ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି ' - Anti ragging committee

ଏହା ବି ପଢନ୍ତୁ...ରାଗିଂରେ ଲାଗୁନି ରୋକ୍, ସିନିୟରଙ୍କ ମାଡ଼ରେ ଭାଙ୍ଗିଲା ଜୁନିୟର ଛାତ୍ରୀଙ୍କ ହାତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.