ETV Bharat / bharat

ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ବୟାନ: ଆକବର ଜଣେ ଦୁଷ୍କର୍ମକାରୀ ଥିଲା, ମହାନ କହିବା ମୂର୍ଖତା

author img

By ETV Bharat Odisha Team

Published : Feb 28, 2024, 7:30 AM IST

Education Minister Madan Dilawar: ଆକବର ଜଣେ ଦୁଷ୍କର୍ମକାରୀ ଥିଲା, ତାକୁ ମହାନ କହିବା ମୂର୍ଖତା ବୋଲି କହିଲେ ରାଜସ୍ଥାନ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

ଆକବର ଜଣେ ଦୁଷ୍କର୍ମକାରୀ ଥିଲା: ରାଜସ୍ଥାନ ଶିକ୍ଷାମନ୍ତ୍ରୀ

ଜୟପୁର: ‘‘ମୋଗଲ ସମ୍ରାଟ ଆକବର କୌଣସି ମହାନ ଶାସକ ନଥିଲା । ସେ ଜଣେ ଆକ୍ରମଣକାରୀ ଥିଲା । ଦୁଷ୍କର୍ମକାରୀ ମଧ୍ୟ ଥିଲା । ମୀନା ବଜାର ଆୟୋଜନ କରି ମହିଳା ଓ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ କରୁଥିଲା । ତାକୁ ମହାନ କହିବା ମୂର୍ଖତା ।’’ ଏପରି ବୟାନ କୌଣସି ଅନ୍ୟ ବ୍ୟକ୍ତିବିଶେଷଙ୍କର ନୁହେଁ ବରଂ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମଦନ ଦିଲୱାରଙ୍କର । ଶିକ୍ଷାମନ୍ତ୍ରୀଙ୍କ ଏହି ବିବୃତ୍ତି ଏବେ ଗଣମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛି ।

ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ମଦନ ଦିଲୱାର କ୍ରମାଗତ ଭାବେ ଇତିହାସ ପାଠ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଛନ୍ତି । ମୋଗଲ ଶାସକ ଆକବରଙ୍କୁ ମହାନ ବୋଲି ଇତିହାସରେ ବର୍ଣ୍ଣନା କରିବା ଏକ ବଡ ମୂର୍ଖତା ବୋଲି ସେ କହିଛନ୍ତି । ନିକଟରେ ପଶ୍ଚିମ ରାଜସ୍ଥାନର ବାରମର ଏବଂ ଯୋଧପୁର ଗସ୍ତ ସମୟରେ ଶିକ୍ଷାମନ୍ତ୍ରୀ ଦିଲୱାର ପୂର୍ବ ପରି ସମାନ ପ୍ରତିକ୍ରିୟା ଦେଇଛନ୍ତି । ଆକବରଙ୍କୁ ଜଣେ ଦୁଷ୍କର୍ମୀ ବୋଲି ବର୍ଣ୍ଣନା କରିବା ସହ ସେ ଆକବର ଓ ମୋଗଲ ଶାସନ ସମ୍ପର୍କିତ ପାଠ୍ୟକ୍ରମକୁ ସ୍କୁଲର ଇତିହାସରୁ ହଟାଇବା ବିଷୟରେ ମଧ୍ୟ କହିଥିଲେ ।

ଯେଉଁମାନେ ଆକବର ଉପରେ ପୁସ୍ତକ ଲେଖିଥିଲେ ସେମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ଶିକ୍ଷାମନ୍ତ୍ରୀ । ମଦନ ଦିଲୱାର ତାଙ୍କ ବିବୃତ୍ତିରେ ଏହା ମଧ୍ୟ କହିଛନ୍ତି, ‘‘ଯେଉଁମାନେ ପୂର୍ବରୁ ପୁସ୍ତକ କିମ୍ବା ଇତିହାସ ଲେଖିଥିଲେ ସେମାନଙ୍କ ମଧ୍ୟରେ ଦାସତ୍ୱର ମାନସିକତା ଥିଲା । ତେଣୁ ସେମାନେ ଏହାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଥିଲେ । ମୁଁ ସବୁକିଛି ସମୀକ୍ଷା କରୁଛି । ମୁଁ ଏଥିପାଇଁ ଏକ କମିଟି ଗଠନ କରିଛି । ଇତିହାସକୁ କେଉଁଠାରେ ବିକୃତ ଭାବେ ବର୍ଣ୍ଣନା କରାଯାଇଛି, ସେ ସମ୍ପର୍କରେ ଏହି କମିଟି ସୂଚନା ଦେବ । ଆବଶ୍ୟକ ସ୍ଥଳେ ପାଠ୍ୟକ୍ରମରେ ସଂଶୋଧନ କରାଯାଇ ଏହାକୁ ବାଦ ମଧ୍ୟ ଦିଆଯିବ । ’’

ଏହା ମଧ୍ୟ ପଢନ୍ତୁ :- ବିଜାପୁର ଏନକାଉଣ୍ଟରରେ 4 ନକ୍ସଲ ନିପାତ, ବିପୁଳ ବିସ୍ଫୋରକ ଓ ମାଓସାମଗ୍ରୀ ଜବତ

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍କୁଲ ପାଠ୍ୟକ୍ରମ ଠାରୁ ଆରମ୍ଭ କରି ସ୍ନାତକର ଇତିହାସ ବିଷୟରେ ଦିଲ୍ଲୀର ମୋଗଲ ଶାସନ ସମ୍ପର୍କରେ ଉଲ୍ଲେଖ ରହିଛି । ସେହି ଭାବରେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତର ଅନ୍ୟ ଘଟଣାକ୍ରମକୁ ଉଚିତ ସ୍ଥାନ ମିଳନଥିବା ମଧ୍ୟ ଅନେକ ସମୟରେ ଅଭିଯୋଗ ହୋଇଆସିଛି । ନିକଟରେ କେନ୍ଦ୍ର ସରକାର ମଧ୍ୟ ‘ଏନସିଇଆରଟି’ ପାଠ୍ୟକ୍ରମରେ ମୋଗଲ ଶାସନ ସମ୍ପର୍କିତ କଥାବସ୍ତୁ ଓ ବିଷୟ ରେ ସଂଶୋଧନ କରିଥିଲେ । କିଛି ଚାପ୍ଟରକୁ ବାଦ ମଧ୍ୟ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.