ETV Bharat / bharat

ସହମତି ନୁହେଁ ପ୍ରତିଦ୍ବନ୍ଦ୍ବିତା, ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ବିର୍ଲା-ସୁରେଶ - Lok Sabha Speaker election

author img

By ETV Bharat Odisha Team

Published : Jun 25, 2024, 2:29 PM IST

Updated : Jun 25, 2024, 5:55 PM IST

Lok Sabha Speaker election: ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ 'ଏନ୍‌ଡିଏ' ମେଣ୍ଟରୁ ଓମ ବିର୍ଲା ଓ 'ଇଣ୍ଡିଆ' ମେଣ୍ଟ ପ୍ରାର୍ଥୀ କେ.ସୁରେଶ । ଦେଶର ରାଜନୈତିକ ଇତିହାସରେ ହେବାକୁ ଯାଉଛି ତୃତୀୟ ଲୋକସଭା ବାଚସ୍ପତି ଲଢେଇ । ଅଧିକ ପଢନ୍ତୁ

ଦେଶରେ ପ୍ରଥମଥର ସହମତି ନୁହେଁ ପ୍ରତିଦ୍ବନ୍ଦ୍ବିତା, ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ବିର୍ଲା- ସୁରେଶ
ଦେଶରେ ପ୍ରଥମଥର ସହମତି ନୁହେଁ ପ୍ରତିଦ୍ବନ୍ଦ୍ବିତା, ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ବିର୍ଲା- ସୁରେଶ (ETV Bharat Odisha)

ନୂଆଦିଲ୍ଲୀ: ରୋଚକ ହେବାକୁ ଯାଉଛି ଚଳିତ ଥରର ଲୋକସଭା ବାଚସ୍ପତି ନିର୍ବାଚନ । ସ୍ବାଧୀନତା ଭାରତରେ ତୃତୀୟ ଥର ଦେଶ ଲୋକସଭା ବାଚସ୍ପତି ପଦ ପାଇଁ ଶାସକ ବିରୋଧୀ ବୁଝାମଣା ପରିବର୍ତ୍ତେ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ଯାଉଛି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଜି ଉଭୟ ମେଣ୍ଟର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । 'ଏନଡିଏ' ମେଣ୍ଟର ପ୍ରାର୍ଥୀ ଭାବେ ଗତ ଲୋକସଭାର ବାଚସ୍ପତି ତଥା ବରିଷ୍ଠ ବିଜେପି ସାଂସଦ ଓମ ବିର୍ଲା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିରୋଧୀ 'ଇଣ୍ଡିଆ' ମେଣ୍ଟର ପ୍ରାର୍ଥୀ ଭାବେ କଂଗ୍ରେସର 8 ଥରର ସାଂସଦ କେ.ସୁରେଶ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ସମୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୁଝାମଣା ମାଧ୍ୟମରେ ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚିତ ହୋଇଆସୁଥିବାର ଧାରା ରହିଥିଲା । ହେଲେ ଏଥର ଉଭୟ ଗୋଷ୍ଠୀ ମଧ୍ୟରେ ଏହି ପଦ ପାଇଁ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ ।

ଓମ ବିର୍ଲା:-

ଗତଥର ସର୍ବସମ୍ମତି କ୍ରମେ ଓମ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ଗତ ଲୋକସଭାରେ ବାଚସ୍ପତି ପଦ ପାଇଁ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରସ୍ତାବିତ ହେବା ପରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଟିଏମସି ଓ ଡିଏମକେ, ଟିଡିପି, ୱାଇଏସଆର-କଂଗ୍ରେସ ଓ ବିଜେଡି ପରି ଦଳ ନିଃସର୍ତ୍ତ ସମର୍ଥନ ଦେଇଥିଲେ । 2019ରେ ବିର୍ଲା ରାଜସ୍ଥାନ କୋଟାରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମିନାଙ୍କୁ ପରାସ୍ତ କରିଥିଲେ । ଏଥର ମଧ୍ୟ ସେ ସମାନ ଆସନରୁ ବିଜୟୀ ହୋଇଛନ୍ତି । ଷୋଡଷ ଲୋକସଭାରେ ବିର୍ଲା ଲୋକସଭା ଏନର୍ଜି ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିଲେ ।

କେ. ସୁରେଶ:-

ଦକ୍ଷିଣତମ ରାଜ୍ୟ କେରଳରୁ ପ୍ରତିନିଧିତ୍ବ କରୁଥିବା କଂଗ୍ରେସର ଏହି ବରିଷ୍ଠ ନେତା ଏପର୍ଯ୍ୟନ୍ତ 8ଥର ନିର୍ବାଚିତ ହୋଇଛନ୍ତି । ସେ ସଂସଦରେ ପ୍ରାୟ 29ବର୍ଷ ନିର୍ବାଚିତ ସଦସ୍ୟ ଭାବେ ଅଂଶଗ୍ରହଣ କରିବାର ଅଭିଜ୍ଞତା ରଖିଛନ୍ତି । 1989 ମସିହାରେ ସେ ପ୍ରଥମ ଥର ସାଧାରଣ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ 1991, 1996 ଓ 1999 ସାଧାରଣ ନିର୍ବାଚନରେ ଅଦୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । 2004ରେ ସେ ନିର୍ବାଚନ ହାରିଥିଲେ । ଚଳିତଥର ସେ କେରଳର ମାଭେଲିକ୍କାର ଆସନରୁ ବିଜୟୀ ହୋଇଛନ୍ତି । ସେ ପୂର୍ବ ଲୋକସଭାରେ କଂଗ୍ରେସର ମୁଖ୍ୟ ସଚେତକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତେବେ ସେ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହେବା ନେଇ କଂଗ୍ରେସ ଆଶା କରିଥିଲା । ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଏହି ପଦବୀରେ ନିଯୁକ୍ତ କରାଯିବାକୁ କଂଗ୍ରେସ ନାପସନ୍ଦ କରିବା ସହ ଏହାକୁ ଅସଂସଦୀୟ ବୋଲି କହିଥିଲା । କାମଚଳା ବାଚସ୍ପତି ପଦ ପାଇଁ ଲବିରେ ଥିବା ସୁରେଶ ଏବେ ବାଚସ୍ପତି ପଦ ପାଇଁ ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବାଚସ୍ପତି ପଦ ବଜାୟ ରଖିବେ ବିର୍ଲା, ଆଜି ‘ଏନଡିଏ’ ମେଣ୍ଟ ପ୍ରାର୍ଥୀ ଭାବେ ଭରିବେ ନାମାଙ୍କନ ! - Om Birla NDA speaker candidate

ଉପବାଚସ୍ପତି ପଦ ଦାବି କରୁଛି ବିରୋଧୀ ମେଣ୍ଟ:-

ଆଜି ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ଏକ ବଡ ସଙ୍କେତ ଦେଇଛନ୍ତି । ସେମାନେ (ବିରୋଧୀ) 'ଏନଡିଏ' ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ରାଜନାଥ ସିଂଙ୍କୁ ଅବଗତ କରିସାରିଛନ୍ତି । ମାତ୍ର ବିରୋଧୀ ମେଣ୍ଟକୁ ଉପବାଚସ୍ପତି ପଦ ଦେବାକୁ ସର୍ତ୍ତ ରଖାଯାଇଛି । ହେଲେ 'ଏନଡିଏ' ପକ୍ଷରୁ ଏହି ସର୍ତ୍ତମୂଳକ ପ୍ରସ୍ତାବକୁ ନେଇ କ’ଣ ଆଭିମୁଖ୍ୟ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

ଏପଟେ ବାଚସ୍ପତି ପଦ ପାଇଁ ନିର୍ବାଚନ ନକରିବା ପାଇଁ ନିବେଦନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜୁ । ସେ କହିଛନ୍ତି, "48 ବର୍ଷ ପରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବକୁ ଯାଉଛି । କଂଗ୍ରେସ ଏଥିରୁ କ୍ଷାନ୍ତ ରହିବା ଉଚିତ । ବାଚସ୍ପତି ପଦ ମର୍ଯ୍ୟଦାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ (ବିରୋଧୀଙ୍କ ପ୍ରାର୍ଥୀ)ରୁ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରିବା ଉଚିତ । ଆମ ପାଖରେ ଯଥେଷ୍ଟ ସଂଖ୍ୟା ରହିଛି । ସର୍ବସମ୍ମତି କ୍ରମେ ବାଚସ୍ପତି ନିର୍ବାଚନ ହେବା ଉଚିତ । ତେବେ ମୁଁ କଂଗ୍ରେସକୁ ନିର୍ବାଚନରୁ ପ୍ରତ୍ୟାହାର ପାଇଁ ଅପିଲ କରୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2024, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.