ETV Bharat / bharat

ବାଚସ୍ପତି ପଦ ବଜାୟ ରଖିବେ ବିର୍ଲା, ‘ଏନଡିଏ’ ମେଣ୍ଟ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ - Om Birla NDA speaker candidate

author img

By ETV Bharat Odisha Team

Published : Jun 25, 2024, 11:57 AM IST

Updated : Jun 25, 2024, 2:32 PM IST

Om Birla NDA Speaker candidate: ବାଚସ୍ପତି ପଦ ବଜାୟ ରଖିପାରନ୍ତି ଓମ ବିର୍ଲା । ଆଜି କଲେ ନାମାଙ୍କନ ଦାଖଲ । ‘ଇଣ୍ଡିଆ’ ମେଣ୍ଟରୁ ପ୍ରାର୍ଥିପତ୍ର ଭରିଲେ କେ. ସୁରେଶ । କାଲି ନିର୍ବାଚନ । ଅଧିକ ପଢନ୍ତୁ

ଓମ୍‌ ବିର୍ଲା ‘ଏନଡିଏ’ର ବାଚସ୍ପତି ପ୍ରାର୍ଥୀ, ଆଜି ଭରିବେ ନାମାଙ୍କନ !
ଓମ୍‌ ବିର୍ଲା ‘ଏନଡିଏ’ର ବାଚସ୍ପତି ପ୍ରାର୍ଥୀ, ଆଜି ଭରିବେ ନାମାଙ୍କନ ! (ETV Bharat Odisha)

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ପଦ ବଜାୟ ରଖିପାରନ୍ତି ବିଜେପିର ବରିଷ୍ଠ ନେତା ଓମ୍‌ ବିର୍ଲା । ଆସନ୍ତାକାଲି (ବୁଧବାର) ବାଚସ୍ପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଶାସକ ‘ଏନଡିଏ’ ମେଣ୍ଟ ବିର୍ଲାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଛି । ଆଜି ବିର୍ଲା ତମାନ ଦଳୀୟ ନେତାଙ୍କ ଉପସ୍ଥିତିରେ ଲୋକସଭା ମହାସଚିବଙ୍କ ନିକଟରେ ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିଛନ୍ତି । ଗତକାଲିଠାରୁ ଅଷ୍ଟାଦଶ ଲୋକସଭା ଅଧିବେଶନ ଆରମ୍ଭ ହୋଇସାରିଛି । ଏବେ କାମଚଳା ବାଚସ୍ପତିଙ୍କ ଦ୍ବାରା ନବନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ କରିବା ପ୍ରକ୍ରିୟା ଜାରି ରହିଛି । କାଲି ବାଚସ୍ପତି ନିର୍ବାଚନ ଶେଷ ହେବା ପରେ 28 ତାରିଖରେ ରାଷ୍ଟ୍ରପତିଙ୍କ ମିଳିତ ଗୃହକୁ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ବିର୍ଲାଙ୍କ ବିପକ୍ଷରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ ସୁରେଶ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ବାଚସ୍ପତି ପଦ ବଜାୟ ରଖିବେ ବିର୍ଲା, ‘ଏନଡିଏ’ ମେଣ୍ଟ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ
ବାଚସ୍ପତି ପଦ ବଜାୟ ରଖିବେ ବିର୍ଲା, ‘ଏନଡିଏ’ ମେଣ୍ଟ ପ୍ରାର୍ଥୀ ଭାବେ ଭରିଲେ ନାମାଙ୍କନ (ETV Bharat Odisha)

ଓମ ବିର୍ଲା:- 2003ରେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ବିର୍ଲା । ସେ ସେହିବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିଥିଲେ । 2013 ପର୍ଯ୍ୟନ୍ତ ସେ ତିନିଥର କୋଟାରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଜାତୀୟ ରାଜନୀତିରେ ପ୍ରବେଶ କରିଥିଲେ । 2014 ସାଧାରଣ ନିର୍ବାଚନରେ ସେ ପ୍ରଥମ ଥର ସାଂସଦ ଭାବେ କୋଟାରୁ ନିର୍ବାଚନ ଜିତିଥିଲେ । ଏହାପରେ କ୍ରମାଗତ 2019 ଓ 2024 ସାଧାରଣ ନିର୍ବାଚନରେ ସେ ବିଜୟୀ ହୋଇଥିଲେ । ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ ।

ଏହା ମଧ୍ୟ ପଢନ୍ତୁ :-ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ, ସଂସ୍କୃତରେ ପ୍ରତାପ ଓ ସାନ୍ତାଳୀରେ ନବଚରଣ - ODISHA MPs TOOK OATH

ସପ୍ତଦଶ ଲୋକସଭାର ବାଚସ୍ପତି ନିର୍ବାଚିତ:-

ଗତଥର ସର୍ବସମ୍ମତି କ୍ରମେ ବିର୍ଲା ଲୋକସଭା ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ଗତ ଲୋକସଭାରେ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପ୍ରସ୍ତାବିତ ହେବା ପରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଟିଏମସି ଓ ଡିଏମକେ, ଟିଡିପି, ଓ୍ବାଇଏସଆର କଂଗ୍ରେସଓ ବିଜେଡି ପରି ଦଳ ନିସର୍ତ୍ତ ସମର୍ଥନ ଦେଇଥିଲେ । ସେ ରାଜସ୍ଥାନ କୋଟାରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମିନାଙ୍କୁ ପରାସ୍ତ କରିଥିଲେ । ଏଥର ମଧ୍ୟ ସେ ସମାନ ଆସନରୁ ବିଜୟୀ ହୋଇଛନ୍ତି । ଷୋଡଶ ଲୋକସଭାରେ ବିର୍ଲା ଲୋକସଭା ଏନର୍ଜି ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 25, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.