ETV Bharat / bharat

ବିଜ୍ଞପ୍ତି ଜାରି କରିବେ ରାଷ୍ଟ୍ରପତି, ନିର୍ବାଚନ ତାରିଖ ପଠାଇଲା କେନ୍ଦ୍ର - LS poll dates sent to President

Lok Sabha poll dates sent to President Murmu for notification: ରାଷ୍ଟ୍ରପତିଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ବାରା ସୁପାରିଶ ତାରିଖ ପଠାଇଲେ କେନ୍ଦ୍ର ସରକାର । ପର୍ଯ୍ୟାୟକ୍ରମେ ଜାରି ହେବ ନିର୍ବାଚନ ବିଜ୍ଞପ୍ତି । ଅଧିକ ପଢନ୍ତୁ

ବିଜ୍ଞପ୍ତି ଜାରି କରିବେ ରାଷ୍ଟ୍ରପତି, ପଠାଗଲା ନିର୍ବାଚନ ତାରିଖ

author img

By ETV Bharat Odisha Team

Published : Mar 17, 2024, 10:50 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ପାଇଁ କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କ ସୁପାରିଶ ତିଥିସୂଚୀ (ନିର୍ବାଚନ ତାରିଖ) ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି । ଗତକାଲି ନିର୍ବାଚନ କମିଶନ 7ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ କମିଶନଙ୍କ ସୁପାରିଶକୁ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ, ରାଷ୍ଟ୍ରପତି ହିଁ ନିର୍ବାଚନ ବିଜ୍ଞପ୍ତି ଘୋଷଣା କରିବେ ।

ସୂଚନାନୁସାରେ, ଆଜି ସକାଳେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଷ୍ଟ୍ରପତିଙ୍କୁ ବିଭିନ୍ନ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ସୁପାରିଶ ପତ୍ର ପଠାଯାଇଛି । ଜନପ୍ରତିନିଧି ଅଧିନିୟମ-1951 ଅନୁସାରେ, ଏହି ପ୍ରକ୍ରିୟାର କ୍ରିୟାନ୍ବୟନ କରିଛି କେନ୍ଦ୍ର ସରକାର । ମାର୍ଚ୍ଚ 19 ତାରିଖରେ 102ଟି ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇବ । ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହେବ । ସମସ୍ତ ପର୍ଯ୍ୟାୟ ପାଇଁ ଭିନ୍ନ ଭିନ୍ନ ବିଜ୍ଞପ୍ତି ରହିବ ।

ଗତକାଲି ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରିଛନ୍ତି । 7ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଶେଷ ହେବ । ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ 102 ଲୋକସଭା ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ 27 ତାରିଖରୁ ଆରମ୍ଭ ହେବ । 2ୟ ପର୍ଯ୍ୟାୟ ପାଇଁ ଏପ୍ରିଲ 4 ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ଏପ୍ରିଲ 26 ତାରିଖରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 89 ଆସନରେ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ 19 ତାରିଖରେ ନାମାଙ୍କନ ଆରମ୍ଭ ହୋଇ ମେ’ 7 ତାରିଖରେ 94 ଆସନରେ ଭୋଟିଂ ହେବ । ସେହିପରି ମେ’ 13 ତାରିଖରେ 4ର୍ଥ ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବାସୀ ଭୋଟ ଦେବେ ।

ଏହା ମଧ୍ୟ ପଢନ୍ତୁ :- ମୁମ୍ବାଇରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମାପିତ: ରାହୁଲ କହିଲେ EVM ବିନା ନିର୍ବାଚନ ଜିତି ପାରିବେନି ମୋଦି

ଏହି ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ 49 ଆସନରେ ଭୋଟିଂ ହେବ । ଏଥିରେ ମେ’ 3 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ମେ’ 25 ରେ 6ଷ୍ଠ ପର୍ଯ୍ୟାୟରେ ମୋଟ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ଜୁନ ପହିଲାରେ ଅନ୍ତିମ ବା 7ମ ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଆସନରେ ଭୋଟ ହେବ । ଆଜି ଉତ୍ତର ପୂର୍ବ ଦୁଇ ରାଜ୍ୟ ସିକ୍କିମ ଓ ଅରୁଣାଚଳ ପ୍ରଦେଶର ଗଣତି ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । 4 ତାରିଖରେ ଲୋକସଭା ଫଳାଫଳ ଆସିବାକୁ ଥିବା ବେଳେ 2 ତାରିଖରେ ଏହି ଦୁଇ ରାଜ୍ୟର ବିଧାନସଭା ଫଳାଫଳ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.