ETV Bharat / bharat

ଜନାଦେଶ 2024: ରାହୁଲ ଗାନ୍ଧୀଙ୍କୁ ଜନତାଙ୍କ ଆଶୀର୍ବାଦ, ଉଭୟ ରାୟବରେଲି-ୱାୟନାଡରୁ ବିଜୟୀ ହେଲେ - Lok Sabha election results 2024

author img

By ETV Bharat Odisha Team

Published : Jun 4, 2024, 7:23 AM IST

Updated : Jun 4, 2024, 8:14 PM IST

Lok sabha general election poll results live
Lok sabha general election poll results live (ETV Bharat Odisha)
ହାଇଦ୍ରାବାଦ: କେନ୍ଦ୍ରରେ କିଏ ଗଠନ କରିବ ସରିବ? ଆଜି ସ୍ପଷ୍ଟ ହେବ ଚିତ୍ର । ଲୋକସଭାର 543ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । 80 ଦିନର ଅପେକ୍ଷାର ଆଜି ଅନ୍ତ ଘଟିବ । 751 ଦଳର ମୋଟ 8ହଜାର 360ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିଷ୍ପତ୍ତି ହେବ । 543 ଲୋକସଭା, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ହୋଇଥିବା ନିର୍ବାଚନରେ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ଅଷ୍ଟାଦଶ ଲୋକସଭା ନିର୍ବାଚନ କାହାର ତାହା ଅପରାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ । ମୋଟ 543 ଆସନ ରହିଥିବା ବେଳେ ମ୍ୟାଜିକ ନମ୍ବର ରହିଛି 272 । ଆଜି ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । 8 ହଜାର 360ଜଣଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ କ୍ରମାଗତ ତୃତୀୟ ଥର ଲାଗି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟ ଦଖଲ କରିବା ପାଇଁ ଆଶା ରଖିଛି । ଜୋରଦାର ଟକ୍କର ହେବା ନେଇ ଆକଳନ କରାଯାଇଛି । ତେବେ ସର୍ଭେ ରିପୋର୍ଟ ସତ ହେଉଛି ନା ବଦଳୁଛି ତାହା ଉପରେ ଆଜି ସମସ୍ତଙ୍କ ନଜର ।

LIVE FEED

8:12 PM, 4 Jun 2024 (IST)

ରାୟବରେଲି ଓ ୱାୟନାଡରୁ ଜିତିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ପ୍ରକାଶ ପାଇଛି ଜନାଦେଶ । ରାହୁଲ ଗାନ୍ଧୀଙ୍କ ଉପରେ ସୁନା କଳସ ଢାଳିଛନ୍ତି ଜନତା । ଉଭୟ ଉତ୍ତର ପ୍ରଦେଶ ରାୟବରେଲି ଓ କେରଳ ୱାୟନାଡରୁ ବିଜୟୀ ହୋଇଛନ୍ତି ରାହୁଲ ।

6:49 PM, 4 Jun 2024 (IST)

ୟୁପିରେ ଇଣ୍ଡି ମେଣ୍ଟକୁ ବହୁମତ, ଗଣତନ୍ତ୍ରର ବିଜୟ କହିଲା କଂଗ୍ରେସ

ୟୁପିରେ ମୋଟ 80 ଲୋକସଭା ଆସନରୁ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ 42 ଆସନ ମିଳିଥିବା ବେଳେ ବିଜେପିକୁ 37 ଆସନ ମିଳିଛି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ବିଜେପି ସାରା ଦେଶରେ ଭୋଟ ମାଗିଥିବା ବେଳେ ଅଯୋଧ୍ୟା ସମେତ ଉତ୍ତର ପ୍ରଦେଶ ବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜନାଦେଶ ଆସିବା ପରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡାକି ଖୁସିବ୍ୟକ୍ତ କରିବା ସହ ଗଣତନ୍ତ୍ରର ବିଜୟ ବୋଲି କହିଛି ।

6:38 PM, 4 Jun 2024 (IST)

ସିକନ୍ଦରାବାଦରୁ ଜିତିଲେ ବିଜେପି ପ୍ରାର୍ଥୀ ଜି. କିଶନ ରେଡ୍ଡୀ

ତେଲେଙ୍ଗାନା ସିକନ୍ଦରାବାଦ ଲୋକସଭା ଆସନରୁ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ।

G Kishan Reddy wins
G Kishan Reddy wins (null)

4:31 PM, 4 Jun 2024 (IST)

ରାହୁଲଙ୍କ ବିଶାଳ ବିଜୟ

ଥିରୁଅନନ୍ତପୁରମ: ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ଓ୍ବାୟନାଡ ଏବଂ ଉତ୍ତରପ୍ରଦେଶର ରାୟବରେଲୀ ଆସନରୁ ନିର୍ବାଚନ ଲଢିଥିଲେ । ତେବେ ରାୟବରେଲୀରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ରାହୁଲ । ପ୍ରାୟ 4 ଲକ୍ଷ ଭୋଟରେ ସେ ବାଜି ମାରିଛନ୍ତି । ରାହୁଲ ଗାନ୍ଧୀ 679173 ଭୋଟ୍ ପାଇଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ବିଜେପିର ଦୀନେଶ ପ୍ରତାପ ସିଂ 293672 ଭୋଟ୍ ପାଇଛନ୍ତି ।

rahul gandhi
rahul gandhi (null)

4:13 PM, 4 Jun 2024 (IST)

ବାରଣାସୀରେ ମୋଦିଙ୍କ ହ୍ୟାଟ୍ରିକ

ଲକ୍ଷ୍ନୌ: ବାରାଣସୀରେ ଚୂଡାନ୍ତ ହୋଇଛି ଫଳାଫଳ । ଏହି ଆସନରେ ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସର ଅଜୟ ରାୟ ଏବଂ ବିଏସପିରୁ ଉଥର ଜମାଲଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ତେବେ ଏହି ଆସନରୁ ବାଜି ମାରିଛନ୍ତି ପ୍ରଧାନମନ୍ତ୍ରୀ । ବାରାଣାସୀରେ 2 କୋଟି 50 ଲକ୍ଷ 56 ହଜାର 877 ଭୋଟର ରହିଛନ୍ତି ।

narendra modi win
narendra modi win (null)

4:01 PM, 4 Jun 2024 (IST)

ବାଜି ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ବାଜି ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ । କର୍ଣ୍ଣାଟକର ମାଣ୍ଡ୍ୟା ଆସନରୁ ଜେଡିଏସ ନେତା ଏଚ.ଡି କୁମାରାସ୍ବାମୀ ବାଜି ମାରିଛନ୍ତି । ହାସନରେ ଜେଡିଏସ (ଜନତା ଦଳ ସିକ୍ୟୁଲାର)କୁ ଦଣ୍ଡ ଦେଇଛନ୍ତି ଜନତା । ଭାରତୀୟ ନିର୍ବାଚନ ଆୟୋଗ (ECI) ତଥ୍ୟ ଅନୁସାରେ କଂଗ୍ରେସ ପ୍ରାର୍ଥୀ ଶ୍ରେୟାସ ପଟେଲଙ୍କୁ 6 ଲକ୍ଷ 69 ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ପ୍ରଜ୍ଜ୍ବଳଙ୍କୁ ମିଳିଛି 6ଲକ୍ଷ 26 ହଜାର ଭୋଟ୍‌ ।

HD Kumaraswamy
HD Kumaraswamy (ETV Bharat Odisha)

3:24 PM, 4 Jun 2024 (IST)

ମଣ୍ଡି ଦଖଲ କଲେ କଙ୍ଗନା ରାଣାୱତ

ଶିମଲା: ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ବିଜୟୀ । ହିମାଚଳ ପ୍ରଦେଶ ମଣ୍ଡି ଆସନରୁ ପ୍ରାୟ ୭୨ ହଜାରରୁ ଅଧିକ ଭୋଟରେ ଜିତିଲେ କଙ୍ଗନା । କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ।

2:59 PM, 4 Jun 2024 (IST)

ଅପରାହ୍ନ 2ଟା30 ସୁଦ୍ଧା କେଉଁ ଦଳ କେତେ ଆସନରେ ବିଜୟୀ ?

ହାଇଦ୍ରାବାଦ: ସକାଳ 8ଟାରୁ କାଉଣ୍ଟିଂ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଅପରାହ୍ନ 2ଟା 30 ସୁଦ୍ଧା ବିଜେପି 240 ସିଟରେ ଆଗୁଆ ରହିଛି । ସେହିପରି କଂଗ୍ରେସ 98 ସିଟରେ ଆଗୁଆ ରହିଥିବା ସୂଚନା ଦିଆଯାଇଛି ।

party wise result status
party wise result status (ECI)

2:49 PM, 4 Jun 2024 (IST)

ଜିତିଲେ ଚରଣଜିତ ସିଂ ଚନ୍ନି

ଚଣ୍ଡିଗଡ: ବାଜି ମାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଚରଣଜିତ ସିଂ ଚନ୍ନି । ଜଳନ୍ଧର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସୁଶୀଲ କୁମାର ରିଙ୍କୁ । 1,75,993 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଚନ୍ନି ।

ଜିତିଲେ ଚରଣଜିତ ସିଂ ଚନ୍ନି
ଜିତିଲେ ଚରଣଜିତ ସିଂ ଚନ୍ନି (ETV Bharat Odisha)

2:22 PM, 4 Jun 2024 (IST)

ହାରିଲେ ମେହବୁବା ମୁଫ୍ତି

ଶ୍ରୀନଗର: ପରାଜିତ ହେଲେ ପିଡିବି ମୁଖ୍ୟ ମେହବୁବା ମୁଫ୍ତି । ଅନନ୍ତନାଗ-ରଜୌରୀ ଲୋକସଭା ଆସନରେ ଏନସି ନେତା ମିଆଁନ ଅଲତଫଙ୍କ ଠାରୁ ପରାଜିତ ହୋଇଛନ୍ତି । ସେ ନିଜେ ଟ୍ବିଟ କରି ପରାଜିତ ସ୍ବିକାର କରିଛନ୍ତି ।

Mehbooba Mufti
Mehbooba Mufti (ETV Bharat Odisha)

2:00 PM, 4 Jun 2024 (IST)

ହାରିଲେ ପ୍ରଜ୍ଜ୍ବଳ ରେବନ୍ନା

ବେଙ୍ଗାଲୁରୁ: ଭୋଟିଂ ସମୟରେ ଆଗରେ ରହିଥିବା ଏନଡିଏ ହାସନ ପ୍ରାର୍ଥୀ ପ୍ରଜ୍ଜ୍ବଳ ରେବନ୍ନା ପରାଜିତ ହୋଇଛନ୍ତି । ସାଙ୍ଘାତିକ ଯୌନ କେଳେଙ୍କାରୀ ମାମଲାରେ ଜଡି଼ତ ଏନଡିଏ ହାସନ ପ୍ରାର୍ଥୀ ପ୍ରଜ୍ଜ୍ବଳ ରେବନ୍ନା ଶ୍ରେୟସ ପଟେଲ ବାଜି ମାରିଛନ୍ତି । 43,719 ଭୋଟରେ ବାଜି ମାରିଲେ ଶ୍ରେୟସ ଏମ ପଟେଲ ।

Prajwal Revann
Prajwal Revann (ETV Bharat Odisha)

1:03 PM, 4 Jun 2024 (IST)

ଆନ୍ଧ୍ରରେ ସରକାର ଗଠନ କରିବ NDA !

ହାଇଦ୍ରାବାଦ: ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳ ଟ୍ରେଣ୍ଡ ଅନୁସାରେ ଚନ୍ଦ୍ରବାବୁ ନାଇଡୁଙ୍କ ‘ଟିଡିପି’ ଓ ବିଜେପି ମେଣ୍ଟ ସଂଖ୍ୟା ଗରିଷ୍ଠତା ନିକଟବର୍ତ୍ତୀ ହୋଇଛି । ପଛରେ ରହିଛି ରାଜ୍ୟରେ କ୍ଷମତାସୀନ ଜଗନ ରେଡ୍ଡୀଙ୍କ ଓ୍ବାଇଏସଆର । ଆନ୍ଧ୍ର ବିଧାନସଭାର ମୋଟ 175 ଆସନ ମଧ୍ୟରୁ ଟିଡିପି ଏବେ ସୁଦ୍ଧା ପ୍ରାୟ 125ରୁ ଅଧିକ ଆସନରେ ଆଗରେ ରହିଛି ।

ଆନ୍ଧ୍ରରେ ସରକାର ଗଠନ କରିବ NDA !
ଆନ୍ଧ୍ରରେ ସରକାର ଗଠନ କରିବ NDA ! (ETV Bharat Odisha)

12:29 PM, 4 Jun 2024 (IST)

ସ୍ମୃତି ଇରାନୀଙ୍କ ଠାରୁ ପ୍ରାୟ 50 ହଜାର ଭୋଟ ଆଗରେ କଂଗ୍ରେସ ପ୍ରାର୍ଥୀ କେଏଲ ଶର୍ମା

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଗୁଆ ରହିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ କେଏଲ ଶର୍ମା 50758 ଭୋଟରେ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ପଛୁଆ ରହିଛି ବିଜେପି ।

(null)

11:31 AM, 4 Jun 2024 (IST)

ଦିଲ୍ଲୀର ସମସ୍ତ ଆସନରେ ଆଗୁଆ NDA

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସକାଳ 8ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଜାତୀୟ ରାଜଧାନୀରେ ରେକର୍ଡ ଭାଙ୍ଗିଲା ଏନଡିଏ । ଇଣ୍ଡିଆ ମେଣ୍ଟକୁ ପଛରେ ପକାଇ ସମସ୍ତ ଆସନରେ ବାଜି ମାରିଲା ଏନଡିଏ ।

delhi election
delhi election (ETV Bharat Odisha)

11:26 AM, 4 Jun 2024 (IST)

ଇନ୍ଦୋର ଲୋକସଭା ଆସନରେ ନୋଟାର ରେକର୍ଡ

ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା ଆସନରେ ରେକର୍ଡ ସୃଷ୍ଟି କରିଛି ନୋଟା । ବର୍ତ୍ତମାନ ସୁଦ୍ଧା ପ୍ରାୟ 63000 ଭୋଟରେ ଆଗୁଆ ରହିଛି । 1ଲକ୍ଷ ଛୁଇଁବା ନେଇ ଆକଳନ କରାଯାଉଛି । ପ୍ରକାଶଥାଉକି, ବିଜେପି ପ୍ରାର୍ଥୀ ଶଙ୍କର ଲାଲବାନୀ ଆଗୁଆ ରହିଥିବା ସୂଚନା ।

11:14 AM, 4 Jun 2024 (IST)

ଦିନ 11ଟା ସୁଦ୍ଧା ଏନଡିଏକୁ 292 ଆସନ

ହାଇଦ୍ରାବାଦ: ମୋଟ 543 ଆସନ ରହିଥିବା ବେଳେ ମ୍ୟାଜିକ ନମ୍ବର ରହିଛି 272 । ଆଜି ଦିନ 11ଟା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏକୁ 294 ଆସନ, ଇଣ୍ଡି ମେଣ୍ଟକୁ 192 ଏବଂ ଅନ୍ୟାନ୍ୟଙ୍କୁ 57 ସିଟ ମିଳିଛି । ତୃତୀୟ ଥର ଲାଗି ପ୍ରାଧାନମନ୍ତ୍ରୀ ମୋଦି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟ ଦଖଲ କରିବା ପାଇଁ ଆଶା ରଖିଛି ।

10:48 AM, 4 Jun 2024 (IST)

ଥିରୁଅନନ୍ତପୁରମରେ ଆଗରେ ରହିଛନ୍ତି ରାଜୀବ ଚନ୍ଦ୍ରଶେଖର

ଥିରୁଅନନ୍ତପୁରମ: ଥିରୁଅନନ୍ତପୁରମ ସଂସଦୀୟ ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ପ୍ରାର୍ଥୀ ଶଶୀ ଥରୁରଙ୍କ ଠାରୁ ଆଗରେ ରହିନ୍ତି । ଏହି ଆସନରୁ ଏକାଧିକ ଥର ସାଂସଦ ହୋଇଥିବା ଥରୁରଙ୍କୁ ଏଥର ଟକ୍କର ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ରାଜୀବ । ଏଥର ଦକ୍ଷିଣତମ ରାଜ୍ୟ କେରଳରେ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ବିଜେପି । ପ୍ରାୟ 5 ହଜାର ଭୋଟ ଆଗରେ ରହିଛନ୍ତି ରାଜୀବ ଚନ୍ଦ୍ରଶେଖର ।

Rajeev Chandrasekhar
Rajeev Chandrasekhar (ETV Bharat Odisha)

10:12 AM, 4 Jun 2024 (IST)

ସକାଳ 10ଟା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏକୁ 298 ଆସନ

ମୋଟ 543 ଆସନ ରହିଥିବା ବେଳେ ମ୍ୟାଜିକ ନମ୍ବର ରହିଛି 272 । ଆଜି ସକାଳ 10ଟା ସୁଦ୍ଧା ପ୍ରାରମ୍ଭିକ ଟ୍ରେଣ୍ଡରେ ଏନଡିଏକୁ 298 ଆସନ, ଇଣ୍ଡି ମେଣ୍ଟକୁ 188 ଏବଂ ଅନ୍ୟାନ୍ୟଙ୍କୁ 57 ସିଟ ମିଳିଛି । ତୃତୀୟ ଥର ଲାଗି ପ୍ରାଧାନମନ୍ତ୍ରୀ ମୋଦି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟ ଦଖଲ କରିବା ପାଇଁ ଆଶା ରଖିଛି ।

10:05 AM, 4 Jun 2024 (IST)

ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ମୋଦି

ହାଇଦ୍ରାବାଦ: ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ବାରଣାସୀରୁ ପ୍ରାୟ 16ଶହ ଭୋଟରେ ପଛରେ ଚାଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆଗରେ ରହିଛନ୍ତି ।

9:52 AM, 4 Jun 2024 (IST)

ମ୍ୟାଜିକ ନମ୍ବର ପାର୍ କଲା NDA

ହାଇଦ୍ରାବାଦ: ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର୍ କଲା NDA ମେଣ୍ଟ । ମ୍ୟାଜିକ ନମ୍ବର 272 ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ 290 ଆସନରେ ଆଗୁଆ ରହିଛି ଏନଡିଏ ।

NDA MAGIC NUMBER
NDA MAGIC NUMBER (ETV Bharat Odisha)

9:32 AM, 4 Jun 2024 (IST)

କଣ ରହିଛି ବର୍ତ୍ତମାନର ଟ୍ରେଣ୍ଡ

ହାଇଦ୍ରାବାଦ: ସବୁ ରାଜ୍ୟରେ ସରିଲା ପୋଷ୍ଟାଲ ବାଲାଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ବାଧୀନ 'ଏନଡିଏ' ମେଣ୍ଟ 271 ଆସନରେ ଆଗୁଆ ।

9:31 AM, 4 Jun 2024 (IST)

ନଜର ପକାନ୍ତୁ 2014 ଏବଂ 2019ର ଫଳାଫଳ ଉପରେ

ହାଇଦ୍ରାବାଦ: କେନ୍ଦ୍ରରେ କିଏ ଗଠନ କରିବ ସରିବ? ଆଜି ସ୍ପଷ୍ଟ ହେବ ଚିତ୍ର । ଲୋକସଭାର 543ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ନଜର ପକାନ୍ତୁ 2014 ଏବଂ 2019ର ଫଳାଫଳ ଉପରେ

9:03 AM, 4 Jun 2024 (IST)

କିଏ କେଉଁ ଆସନରୁ ଆଗୁଆ ଜାଣନ୍ତୁ

ହାଇଦ୍ରାବାଦ: ଇସିଆଇ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଗୁଜୁରାଟର ଗାନ୍ଧୀନଗରରୁ ଅମିତ ଶାହ ଆଗୁଆ । ପ୍ରାୟ 7ହଜାର ଭୋଟରେ ଆଗୁଆ ରହିଥିବା ସୂଚନା । ମଣ୍ଡି ଲୋକସଭା ଆସନରୁ କଙ୍ଗନା ରଣାଓ୍ବତ ପ୍ରାୟ 12ଶହ ଭୋଟରେ ଆଗୁଆ ରହିଛନ୍ତି । ଅନ୍ୟପଟେ ଅରୁଣାଚଳପ୍ରଦେଶ-ପଶ୍ଚିମ ଲୋକସଭା ଆସନରୁ ପ୍ରାୟ 4ହଜାର ଭୋଟରେ ଆଗୁଆ ରହିଛନ୍ତି କିରଣ ରିଜିଜୁ । ସାହିବ ଆସନରୁ ସ୍ବାଧୀନ ପ୍ରାର୍ଥୀ ଅମ୍ରିତ ପାଲ ସିଂ ଖଦୁର ଆଗୁଆ ସୂଚନା ।

କେଉଁ ଆସନରେ କିଏ ଆଗ
କେଉଁ ଆସନରେ କିଏ ଆଗ (ETV Bharat Odisha)

8:31 AM, 4 Jun 2024 (IST)

ସରିଲା ପୋଷ୍ଟାଲ ବାଲାଟ ଗଣତି

ହାଇଦ୍ରାବାଦ: ସବୁ ରାଜ୍ୟରେ ସରିଲା ପୋଷ୍ଟାଲ ବାଲାଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ନେତୃତ୍ବାଧୀନ 'ଏନଡିଏ' ମେଣ୍ଟ 70 ଆସନରେ ଆଗୁଆ । 33 ଆସନରେ ଆଗୁଆ 'ଇଣ୍ଡିଆ' ମେଣ୍ଟ । ଗୁଜୁରାଟରେ ଗୋଟିଏ ଆସନରେ ଅପ୍ରତିଦ୍ବନ୍ଦ୍ବୀ ଭାବେ ଜିତି ସରିଛି ବିଜେପି । ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିଲା ଇଭିଏମ । ଓ୍ବାଇନାଡ ଆସନରୁ ରାହୁଲ ଗାନ୍ଧୀ ଆଗୁଆ ରହିଥିବା ସୂଚନା ।

7:59 AM, 4 Jun 2024 (IST)

24 ଫଇସଲା, ଆରମ୍ଭ ହେଲା ଭୋଟ ଗଣତି

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଇଁ ସକାଳ 8ଟାରୁ ଆରମ୍ଭ ହେଲା ଭୋଟ ଗଣତି । କଡା ସୁରକ୍ଷା ବଳୟ ମଧ୍ୟରେ ଖୋଲିଲା ବିଭିନ୍ନ ଷ୍ଟ୍ରଙ୍ଗରୁମ୍ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି, ଅଧଘଣ୍ଟା ପରେ ଖୋଲିବ EVM । 751 ଦଳର ମୋଟ 8360 ପ୍ରାର୍ଥୀଙ୍କ ଭାଗ୍ୟ ନିଷ୍ପତ୍ତି ।

Lok sabha general election poll results
Lok sabha general election poll results (ETV Bharat Odisha)

Last Updated : Jun 4, 2024, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.