ETV Bharat / bharat

ଲୋକସଭା ନିର୍ବାଚନ ୨୦୨୪; ଭୋଟ ଦେଲେ ରିତେଶ-ଜେନେଲିଆ - Riteish Deshmukh Family Cast Vote

Riteish Deshmukh And Family Cast Vote: ଲୋକସଭା ନିର୍ବାଚନର ଆଜି ୩ୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ବର୍ତ୍ତମାନ ରିତେଶ ଦେଶମୁଖ ଏବଂ ପତ୍ନୀ ଜେନିଲିଆ ଦେଶମୁଖଙ୍କ ସମେତ ପୁରା ପରିବାର ଭୋଟ୍ ଦେଇଛନ୍ତି । ଭୋଟ୍ ପରେ ଏହି ଦମ୍ପତି ସୋସିଆଲ ମିଡିଆରେ ପରିବାର ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।

author img

By ETV Bharat Odisha Team

Published : May 7, 2024, 2:24 PM IST

ପରିବାର ସହ ଭୋଟ ଦେଲେ ରିତେଶ ଦେଶମୁଖ
ପରିବାର ସହ ଭୋଟ ଦେଲେ ରିତେଶ ଦେଶମୁଖ (Pics Credit@geneliad)
ଲୋକସଭା ନିର୍ବାଚନ ୨୦୨୪; ପରିବାର ସହ ଭୋଟ ଦେଲେ ରିତେଶ ଦେଶମୁଖ (ETV Bharat Odisha)

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ୨୦୨୪ ନେଇ ସରଗରମ ଦେଶର ରାଜନୈତିକ ମାହୋଲ । ଏହାରି ମଧ୍ୟରେ ବର୍ତ୍ତମାନ ୨ଟି ମତଦାନ ପର୍ଯ୍ୟାୟ ସରିଥିବା ବେଲେ ଆଜି ୩ୟ ପର୍ଯ୍ୟାୟ ରହିଛି । ବର୍ତ୍ତମାନ ବଲିଉଡ ଅଭିନେତା ରିତେଶ ଦେଶମୁଖ ଏବଂ ପତ୍ନୀ ତଥା ଅଭିନେତ୍ରୀ ଜେନିଲିଆ ଦେଶମୁଖଙ୍କ ସମେତ ପୁରା ପରିବାର ଭୋଟ୍ ଦେଇଛନ୍ତି । ମହାରାଷ୍ଟ୍ରର ଲାତୁର ଅଞ୍ଚଳରେ ପୁରା ପରିବାର ସହ ରିତେଶ ଭୋଟ ଦେଇଛନ୍ତି ।

ଜେନିଲିଆ ଦେଶମୁଖଙ୍କ ପୋଷ୍ଟ
ଜେନିଲିଆ ଦେଶମୁଖଙ୍କ ପୋଷ୍ଟ (Pics Credit@geneliad)

ଆଜି, ମେ ୭ ରେ, ଜେନିଲିଆ ଦେଶମୁଖ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ରିତେଶ ଏବଂ ଶାଶୁ ବୈଶାଲୀଙ୍କ ସହ ନଜର ଆସିଛନ୍ତି । ତାଙ୍କ ପଛରେ କାନ୍ଥରେ ସ୍ୱର୍ଗତ ନେତା ଭିଲାସ୍ରାଓ ଦେଶମୁଖଙ୍କ ଫଟୋ ମଧ୍ୟ ଅଛି । ପାରିବାରିକ ଫଟୋ ସେୟାର କରି ଜେନେଲିଆ କ୍ୟାପସନରେ ଲେଖିଛନ୍ତି, 'ନିଜ ପାଇଁ ଭୋଟ୍ ଦିଅ, ତୁମର ଭବିଷ୍ୟତ ପାଇଁ ଭୋଟ୍ ଦିଅ, ନିଜ ଦେଶକୁ ଭୋଟ୍ ଦିଅ ।'

ଭୋଟ୍ ଦେବା ପରେ ମଧ୍ୟ ରିତେଶ ଦେଶମୁଖ ଗଣମାଧ୍ୟମ ସହ କଥା ହୋଇଥିଲେ । ସେ କହିଛନ୍ତି, 'ମୁଁ ଭୋଟ୍ ଦେବା ପାଇଁ ମୁମ୍ବାଇରୁ ଲାତୁର ଆସିଥିଲି । ସମସ୍ତେ ନିଜ ଘରୁ ବାହାରି ଭୋଟ୍ ଦେବା ଉଚିତ । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସମସ୍ତେ ଭୋଟ୍ ଦେବା ଜରୁରୀ । ଏଥିସହିତ ଜେନେଲିଆ ଦେଶମୁଖ ମଧ୍ୟ ଗଣମାଧ୍ୟମକୁ କଥାବାର୍ତ୍ତା କରି ଲୋକଙ୍କୁ ଭୋଟ୍ ଦେବାକୁ ଉତ୍ସାହିତ କରି ସେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ମୁଁ ଭାବୁଛି ଆଜି ସମସ୍ତେ ଭୋଟ୍ ଦେବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ ୨୦୨୪; ଭୋଟ ଦେବାକୁ ନିଆରା ଅନ୍ଦାଜରେ ଅପିଲ୍ କଲେ ତାରକା

ସୂଚନା ଥାଉ କି, ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ୯୩ ଟି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହେଉଛି, ଯେଉଁଥିରେ ୧୦ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ରହିଛି । ୧୩୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରାର୍ଥୀଙ୍କ ମଧ୍ୟରେ ୧୨୦ ଜଣ ମହିଳା ରହିଛନ୍ତି । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ଦୁଇ ପର୍ଯ୍ୟାୟରେ ମଧ୍ୟ ସାଉଥରୁ ବଲିଉଡ ତାରକା ଭୋଟ ଦେଇଥିବା ବେଳେ ସମସ୍ତ ତାରକା ଫ୍ୟାନ୍ସଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ ହୋଇ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.