ETV Bharat / bharat

8ରେ ମୋଦିଙ୍କ ଶପଥ ! ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ, ଫୋନରେ କଥା ହେଲେ ବାଇଡେନ୍ - Modi invites world leaders

author img

By ETV Bharat Odisha Team

Published : Jun 6, 2024, 9:06 AM IST

Modi invites world leaders: ଆସନ୍ତା ଜୁନ 8 ତାରିଖରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ମୋଦି । ଶତପଥ ସମାରୋହରେ ସାମିଲ ହେବାକୁ ବିଶ୍ବନେତାଙ୍କୁ ନିମନ୍ତ୍ରଣ । ଅଧିକ ପଢନ୍ତୁ

PM Modi set to take oath for third time
PM Modi set to take oath for third time (ANI)

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ ପରେ ଦେଶରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୋଦି 3.0 । ଆସନ୍ତା ଜୁନ 8 ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିପାରନ୍ତି ମୋଦି । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି । ଭୁଟାନ ରାଜା, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସେମତ ବାଂଲାଦେଶ, ନେପାଳ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ବିଜେପି ନେତୃତ୍ୱାଧୀନ ଏନଡିଏ ନିର୍ବାଚନରେ ​​ବିଜୟ ପରେ ବିଭିନ୍ନ ଦେଶର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଫୋନ କରି ମୋଦିଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଦୁଇ ନେତାଙ୍କ ମଧ୍ୟରେ ବାର୍ତ୍ତାଳପ ସମୟରେ ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ତାଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ କରିଥିଲେ, ଏହାକୁ ଗ୍ରହଣ ମଧ୍ୟ କରିଥିଲେ ରାନିଲ ବିକ୍ରମସିଙ୍ଘେ।

ଏହା ମଧ୍ୟ ପଢନ୍ତୁ-ଏନଡିଏ ସଂସଦୀୟ ଦଳର ନେତା ଭାବେ ମୋଦି ନିର୍ବାଚିତ - NDA Meeting

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବାଇଡେନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି । ହ୍ବାଇଟ ହାଉସର ବିବୃତ୍ତିରେ କୁହାଯାଇଛି ଯେ, ତୃତୀୟ ଥର ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି, ଐତିହାସୀକ ବିଜୟ ପାଇଁ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଦେଶର ସର୍ବ ବୃହତ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଭାଗ ନେଇଥିବାରୁ ଭାରତର ଜନସାଧାରଣଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ବାଇଡେନ । ଦୁଇ ନେତା ଆମେରିକା-ଭାରତ ବ୍ୟାପକ ଏବଂ ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଉପରେ ଗୁରୁତ୍ୱାରୋପ କରିଥିଲେ । ଏପଟେ ମୋଦିଙ୍କ ଶପଥ ଗ୍ରହଣରେ ଆମେରିକାରୁ କିଏ ସାମିଲ ହେବେ ସେ ନେଇ ହ୍ୱାଇଟ୍ ହାଉସ ପାଖରେ ବର୍ତ୍ତମାନ ଖବର ନଥିବା କହିଛନ୍ତି ଆମେରିକା ସରକାରଙ୍କ ମୁଖପାତ୍ର ।

2024 ଲୋକସଭା ନିର୍ବାଚନରେ ​​ ​​ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 75 ରୁ ଅଧିକ ବିଶ୍ୱ ନେତା ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ସାଧାରଣ ନିର୍ବାଚନରେ ​​ଜିତିବା ପରେ ଏସିଆ, ୟୁରୋପ, ଆଫ୍ରିକା, ଓ୍ବେଷ୍ଟ ଏସିଆ, ଡେନମାର୍କ, ନରୱେ କାରିବିଆନ୍, ନେପାଳ, ମରିସସ ଓ ଭୁଟାନର ରାଷ୍ଟ୍ରମୁଖ୍ୟ ମାନେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେନମାର୍କ ଏବଂ ନରୱେ ସମେତ ନର୍ଡିକ୍ ରାଷ୍ଟ୍ରର ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିର୍ବାଚନରେ ​​ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.