ETV Bharat / bharat

24 ଲୋକସଭା ରାୟ: କିଏ ମାରିଲା ହ୍ୟାଟ୍ରିକ, କିଏ ଚାଖିଲା ପରାଜୟ ସ୍ବାଦ - BIGGEST WINNER AND LOSERS CANDIDATES

author img

By ETV Bharat Odisha Team

Published : Jun 5, 2024, 5:59 PM IST

Five Biggest Winners And Losers Candidate: ଲୋକସଭା ନିର୍ବାଚନ 2024ର ଫଳାଫଳ ନିର୍ବାଚନ ଆୟୋଗଙ୍କ ଦ୍ବାରା ଘୋଷଣା କରାଯାଇଛି । ବିଜେପି 400 ପାର୍ ନାରା ଦେଉଥିବା ବେଳେ 240 ସିଟ୍ ପାଇଛି । ବହୁମତ ପାଇଁ ଏନଡିଏ ସମର୍ଥନ ଲୋଡିଛି ଦଳ । ତେବେ ନଜର ପକାନ୍ତୁ ରେଜଲ୍ଟ ଉପରେ ।

LOK SABHA ELECTION 2024 RESULTS
LOK SABHA ELECTION 2024 RESULTS (ETV Bharat Odisha)

ହାଇଦ୍ରାବାଦ: ଚଳିତ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ପୁଣି ଥରେ ସରକାର ଗଠନ କରିବ ଏନଡିଏ । ତୃତୀୟ ଥର ପାଇଁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏନଡିଏ । କିନ୍ତୁ ମୋଦିଙ୍କ 400 ପାର୍ ସ୍ବପ୍ନକୁ ଧୂଳିସାତ କରିଛି ଇଣ୍ଡିଆ ମେଣ୍ଟ । ଚଳିତ ଲୋକସଭା ନିର୍ବାଚନରେ ଅନେକ ହେଭିଓ୍ବେଟଙ୍କର ବିପୁଳ ବିଜୟ ହୋଇଥିବା ବେଳେ ଅନ୍ୟ କିଛି ହେଭିଓ୍ବେଟଙ୍କର ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି । ଅନେକ ଆସନରେ ବିଜେପିରୁ ଶୋଚନୀୟ ଭାବେ ପରାଜୟ ବରଣ କରିବାକୁ ପଡିଛି । ଉତ୍ତରପ୍ରଦେଶର ବାରଣାସୀ ଆସନରୁ ମୋଦି ବିଜୟ ଲାଭ କରି ହ୍ୟାଟ୍ରିକ କରିଥିବା ବେଳେ ୟୁପିରେ ପରାଜୟ ବରଣ କରିଛି । 80 ଆସନ ଲକ୍ଷ୍ୟ ରଖିଥିବା ବେଳେ 40 ଆସନ ମଧ୍ୟ ଛୁଇଁପାରିନାହିଁ । ଇଣ୍ଡି ମେଣ୍ଟର ଅପ୍ରତ୍ୟାଶିତ ସମର୍ଥନକୁ ନେଇ ଆବାକ୍ ହୋଇଛନ୍ତି ଦେଶବାସୀ । ବର୍ତ୍ତମାନ ଜବାହାରଲାଲ ନେହେରୁଙ୍କ ରେକର୍ଡ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

5 ପ୍ରାର୍ଥୀଙ୍କ ବିଶାଳ ବିଜୟ:

Narendra Modi
Narendra Modi (ETV Bharat Odisha)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(ବାରଣାସୀ): ଯଦି କହିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକି ସିଟ୍ ହେଉଛି ବାରାଣସୀ । ସେ ଲଗାତାର ତୃତୀୟ ଥର ପାଇଁ ଏହି ଆସନରୁ ବାଜିମାତ କରିଛନ୍ତି । ବାରଣାସୀରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଅଜୟ ରାୟଙ୍କ ହରାଇ ସେ ହ୍ୟାଟ୍ରିକ ମାରିଛନ୍ତି । ମୋଦିଙ୍କୁ 6,12,970 ଭୋଟ ମିଳିଥିବା ବେଳେ ଅଜୟଙ୍କୁ 4,60,457 ଭୋଟ ମିଳିଛି । 2019 ଲୋକସଭା ନିର୍ବାଚନରେ ମୋଦି ସମାଜବାଦୀ ପାର୍ଟିର ଶାଳିନୀ ଯାଦବଙ୍କୁ 4.79 ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । 543 ଲୋକସଭା ଆସନ ମଧ୍ୟକୁ ଏକ ହାଇପ୍ରୋଫାଇଲ ଆସନ ହେଉଛି ବାରାଣସୀ । ଆସି ଆସନରୁ ନିର୍ବାଚନ ଲଢି ଆସୁଛନ୍ତି ପ୍ରଧାନମନ୍ତ୍ରୀ । 1991 ମସିହାରୁ ବାରଣାସୀ ବିଜେପିର ଦୁର୍ଗ ରହିଥିବା ବେଳେ 2014 ମସିହାରୁ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଥିଲେ ମୋଦି । 2019 ମସିହାରେ 479,505 ଭୋଟ ମାର୍ଜିନରେ ବିଜୟ କରିଥିଲେ ନରେନ୍ଦ୍ର ମୋଦି । 2014 ମସିହାରେ ମୋଦି 3 ଲକ୍ଷ 70 ହଜାରରୁ ଅଧିକ ଭୋଟ ପାଇ ଜିତାପଟ ପାଇଥିବା ବେଳେ ଅରବିନ୍ଦ କେଜ୍ରିଓ୍ବାଲ ଦ୍ବିତୀୟ ସ୍ଥାନରେ ରହିଥିଲେ ।

amit shah
amit shah (ETV Bharat Odisha)

ଅମିତ ଶାହ(ଗାନ୍ଧୀନଗର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିପୁଳ ଭୋଟରେ ଗାନ୍ଧୀନଗର ଆସନରୁ ବିଜୟ ହୋଇଛନ୍ତି । ପ୍ରାୟ 7 ଲକ୍ଷ ମାର୍ଜିନ ସହିତ ସେ ବିଶାଳ ବିଜୟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସେନଲ ରମଣଭାଇ ପଟେଲଙ୍କୁ ପରାସ୍ତ କରି ସେ ବିଜୟ ମୁକୁଟ ପିନ୍ଧିଛନ୍ତି । ଇସିଆଇ ଡାଟା ଅନୁସାରେ, ଅମିତ ଶାହ 10,10,972 ଭୋଟ ପାଇଥିବା ବେଳେ ପଟେଲଙ୍କୁ ମାତ୍ର 2,66,256 ଭୋଟ ମିଳିପାରିଛି । ଅନ୍ୟପଟେ 2019 ଲୋକସଭା ନିର୍ବାଚନରେ ଅମିତ ଶାହ 5.57 ଲକ୍ଷ ଭୋଟରେ ଜିତିଥିଲେ । କଂଗ୍ରେସର ଚତୁରସିଂ ଜାଭାଞ୍ଜିଂ ଚାଭଡାଙ୍କୁ ପରାସ୍ତ କରିଥିଲେ । ବିଜେପି ପ୍ରଥମେ 1989 ମସିହାରେ ଗାନ୍ଧୀନଗର ଆସନକୁ କବ୍ଜା କରିଥିଲା । ଏହି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଲଢିଥିଲେ ।

rajnath singh
rajnath singh (ETV Bharat Odisha)

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ(ଲକ୍ଷ୍ନୌ): ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଚଳିତ ନିର୍ବାଚନରେ ବିପୁଳ ବିଜୟୀ ହୋଇଛନ୍ତି । ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ 1.35 ମାର୍ଜିନରେ ବିଜୟୀ ହୋଇଛନ୍ତି । ସମାଜବାଦୀ ପ୍ରାର୍ଥୀ ରିଭଲ ରବିଦାସ ମେହେରୋତ୍ରାଙ୍କୁ ପରାସ୍ତ କରିଥିଲେ । ରାଜନାଥ ସିଂଙ୍କୁ 612709 ଭୋଟ ମିଳିଥିବା ବେଳେ ମେହେରୋତ୍ରା 477550 ପାଇଥିଲେ । 135159 ଭୋଟରେ ବିଜୟୀ ହେଇଥିଲେ ରାଜନାଥ ସିଂ । ଯଦି 2019 ନିର୍ବାଚନ କଥା ଦେଖିବା ତାହେଲେ ପୁନମ ସିହ୍ନାଙ୍କୁ 3 ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

Rahul Gandhi
Rahul Gandhi (ETV Bharat Odisha)

ରାହୁଲ ଗାନ୍ଧୀ(ରାୟବରେଲୀ, ଓ୍ବାୟନାଡ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ବିଶାଳ ବିଜୟ ହୋଇଛି । ଉତ୍ତରପ୍ରଦେଶର ରାୟବରେଲୀ ଆସନରୁ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି । 2019 ମସିହାରେ ମା’ ସୋନିଆ ଗାନ୍ଧୀଙ୍କ ବ୍ୟବଧାନକୁ ମଧ୍ୟ ଟପି ଯାଇଛନ୍ତି । 3.5 ଲକ୍ଷ ମାର୍ଜିନରେ ସିପିଆଇ ପ୍ରାର୍ଥୀ ଆନେଇ ରାଜାଙ୍କୁ ପରାସ୍ତ କରିଛନ୍ତି । ରାହୁଲ ରାୟବରେଲୀରେ 6,47,445 ପାଇଛନ୍ତି । ଆନେଇ ରାଜାଙ୍କୁ 2,83,023 ଭୋଟ ମିଳିଛି । ଓ୍ବାୟନାଡରେ ମଧ୍ୟ ଜିତାପଟ ରାହୁଲଙ୍କ ସପକ୍ଷରେ ଆସିଛି । ରାହୁଲ ଗାନ୍ଧୀ 7,06, 367 ଭୋଟ ପାଇଥିବା ବେଳେ ପିପି ସୁନିର 2,74,597 ଭୋଟ୍ ପାଇଥିଲେ ।

Akhilesh Yadav
Akhilesh Yadav (ETV Bharat Odisha)

ଅଖିଳେଶ ଯାଦବ(କନୌଜ): ଉତ୍ତରପ୍ରଦେଶରେ ବିଜେପିକୁ ବଡ ଝଟକା ଲାଗିଛି । ଦିନରେ ବିଜେପିର ଗଡ ରହିଥିବା ଆସନରେ ବାଜି ମାରିଛି ସମାଜବାଦୀ ପାର୍ଟୀ । 80 ସିଟରୁ ନିଜ ଖାତାକୁ ନେଇ 37 ସିଟ୍ । ବିଜେପିର ସୁବ୍ରତ ପାଠକଙ୍କୁ 1,70,922 ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।

ଏହା ମଦ୍ୟ ପଢନ୍ତୁ: ଜନାଦେଶ 2024: ରାହୁଲ ଗାନ୍ଧୀଙ୍କୁ ଜନତାଙ୍କ ଆଶୀର୍ବାଦ, ଉଭୟ ରାୟବରେଲି-ୱାୟନାଡରୁ ବିଜୟୀ ହେଲେ - Lok Sabha Election Results 2024

5 ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ:

Smriti Irani
Smriti Irani (ETV Bharat Odisha)

ସ୍ମୃତି ଇରାନୀ:ଆମେଠିରେ ଗତ ନିର୍ବାଚନରେ ରାହୁଲଙ୍କୁ ପରାଜୟ ଚଖାଇ ଥିବା ସ୍ମୃତି ଇରାନୀ । ଏଥର ନିର୍ବାଚନରେ ପରାଜୟ ସ୍ବାଦ ଚାଖିଛନ୍ତି । କଂଗ୍ରେସ ପରିବାରର ଘନିଷ୍ଠ ନେତା କିଶୋରଲାଲ ଶର୍ମା ତାଙ୍କୁ ୧ଲକ୍ଷ ୬୭ହଜାର ୧୯୬ଭୋଟରେ ପରାଜିତ କରିଛନ୍ତି ।

Omar Abdullah
Omar Abdullah (ETV Bharat Odisha)

ଓମାର ଅବଦୁଲ୍ଲା(ବାରମୁଲ୍ଲା): ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିସାରିଥିବା ତଥା ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କୁ ବାରମୁଲ୍ଲା ଆସନରୁ ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ‘ଉପା’ ଆକ୍ଟରେ ଗିରଫ ହୋଇ ଜେଲରେ ଥିବା ସ୍ବାଧୀନ ପ୍ରାର୍ଥୀ ଇଂ ଅବଦୁଲ୍ଲ ରସିଦ ପରାସ୍ତ କରିଛନ୍ତି । ରସିଦ 2,04,142 ଭୋଟ ମାର୍ଜିନରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ରସିଦ 4,72,481 ଭୋଟ ପାଇଛନ୍ତି।

Mehbooba Mufti
Mehbooba Mufti (ETV Bharat Odisha)

ମେହେବୁବା ମୁଫତି(ରଜୌରୀ): ଧାରା-370 ଉଚ୍ଛେଦ ହେବା ପରେ ରାଜ୍ୟପାହ୍ୟା ହରାଇ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା କାଶ୍ମୀର ଚଳିତଥର ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିଥିଲା । ଏଥିରେ ପ୍ରତିଦ୍ବନ୍ଦ୍ବିତା କରିଥିବା ମେହେବୁବା ମୁଫତିଙ୍କୁ ପରାଜିତ ହେବାକୁ ପଡିଛି । ପିଡିପି ମୁଖ୍ୟ ମେହେବୁବା ମୁଫତି ଅନନ୍ତନାଗ-ରଜୌରୀରୁ ମଧ୍ୟ ପରାସ୍ତ ହେବାକୁ ବାଧ୍ୟ ହୋଇଛନ୍ତି । ମେହେବୁବା ମୁଫତିଙ୍କୁ 240042 ଭୋଟ ମିଳିଥିବା ବେଳେ ମିଲନ ଅଲତଫଙ୍କୁ 521836 ଭୋଟ ମିଳିଛି ।

Madhavi Latha
Madhavi Latha (ETV Bharat Odisha)

ମାଧବୀ ଲତା(ହାଇଦ୍ରାବାଦ): ଆସାଦୁଦ୍ଦିନ ଓୱେସୀ ତାଙ୍କ ନିକଟତମ ବିଜେପି ପ୍ରତିଦ୍ୱନ୍ଦ୍ୱୀ ମାଧବୀ ଲତାଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି । 3.3 ଲକ୍ଷ ଭୋଟ ବ୍ୟବଧାନରେ ସେ ବାଜି ମାରିଛନ୍ତି । ଓୱେସୀ 6,61,981 ଭୋଟ ପାଇଥିବା ବେଳେ ମାଧବୀ ଲତା 3,23,894 ଭୋଟ ପାଇଥିଲେ ।

NCP candidate Sunetra Pawar
NCP candidate Sunetra Pawar (ETV Bharat Odisha)

ସୁନେତ୍ରା ପାଓ୍ବାର(ବାରାମତି): ପାଓ୍ବାର ପରିବାରର ପାରମ୍ପରିକ ଗଡ ବାରାମତୀରେ ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା । ପାଓ୍ୱାର ବନାମ ପାଓ୍ୱାର ଲଢ଼େଇ ହୋଇଥିଲା । ତେବେ ଶରଦ ପାଓ୍ବାରଙ୍କ ଝିଅଙ୍କ ପାଖକୁ ଆସିଥିଲା ଜିତାପଟ । ସୁପ୍ରିୟା ସୋଲେ 1.5 ଲକ୍ଷ ବ୍ୟବଧାନରେ ଜିତିଥିଲେ । ସୁନେତ୍ରା ପାଓ୍ବାର 5.73 ଲକ୍ଷ ଭୋଟ ପାଇଥିବା ବେଳେ ସୁପ୍ରିୟା ସୋଲେ 7.3 ଭୋଟ ପାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.