ETV Bharat / bharat

ଆଜି ପୁଣି ବସିବ ଏନଡିଏ ବୈଠକ; ମନ୍ତ୍ରଣାଳୟ ଭାଗ ବଣ୍ଟା ନେଇ ହୋଇପାରେ ଆଲୋଚନା - NDA Meet - NDA MEET

NDA Meeting Today: ଆଜି ପୁଣିଥରେ ବସିବ ଏନଡିଏ ବୈଠକ । ଏଥିରେ ମନ୍ତ୍ରଣାଳୟ ବଣ୍ଟନ ଉପରେ ହୋଇପାରେ ଚର୍ଚ୍ଚା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Jun 7, 2024, 9:51 AM IST

Updated : Jun 7, 2024, 9:58 AM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜୟୀ ପରେ ଆସନ୍ତା ୯ ତାରିଖରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଦେଶରେ ଆରମ୍ଭ ହେବ ମୋଦି ସରକାର ୩.୦ । ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ମହାଆଡମ୍ବରପୂର୍ଣ୍ଣ କରିବାକୁ ଯୋଜନା କରାଯାଉଛି ।ଏଥିପାଇଁ ବାଂଲାଦେଶ, ଭୁଟାନଠାରୁ ଆରମ୍ଭ କରି ଶ୍ରୀଲଙ୍କା ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ସମାରୋହରେ ନିମନ୍ତ୍ରଣ କରାଯାଇଛି । ଏହାପୂର୍ବରୁ ଆଜି (ଶୁକ୍ରବାର) ଏନଡିଏର ସଂସଦୀୟ ସଦସ୍ୟ ବୈଠକ ବସିବ । ଏଥିରେ ସାଂସଦମାନଙ୍କ ମଧ୍ୟରେ ମନ୍ତ୍ରଣାଳୟ ବଣ୍ଟନ ନେଇ ଚର୍ଚ୍ଚା ହୋଇପାରେ । ଏହାପରେ ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢିବାକୁ ଦାବି ଜଣାଇବେ ।

ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସ୍ପଷ୍ଟ ବହୁମତ ହାସଲ କରିବାରେ ଅକ୍ଷମ ହୋଇଛି । ସରକାର ଗଠନ ପାଇଁ ତାକୁ ଏନଡିଏର ଦୁଇ ପ୍ରମୁଖ ସହଯୋଗୀ ଦଳ ଜେଡିୟୁ ଏବଂ ଟିଡିପି ଉପରେ ନିର୍ଭର ହେବାକୁ ପଡୁଛି । ଏବେ ଏହି ଦୁଇ ଦଳ କେନ୍ଦ୍ର କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାବି କରିଛନ୍ତି । ବାଚସ୍ପତି, ଗୃହ, ଅର୍ଥ ଏବଂ ରେଳ ଆଦି ବିଭାଗ ସେମାନେ ଚାହୁଁଥିବା ଜଣାପଡିଛି । ତେଣୁ ମନ୍ତ୍ରୀମଣ୍ଡଳ ତାଲିକା ଚୂଡାନ୍ତ ହୋଇନଥିବାରୁ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି ।

ଆସନ୍ତା ଜୁନ ୮ ତାରିଖରେ ଶପଥ ଗ୍ରହଣ ଥିଲା । ହେଲେ ଏବେ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହର ଆୟୋଜିତ ହେବ । ସେହିଦିନ କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେଇପାରେ ବୋଲି କୁହାଯାଉଛି । ତେବେ ଆଜି ବସିବାକୁ ଥିବା ଏନଡିଏ ବୈଠକରେ ଯୋଗ ଦେବାକୁ ଚନ୍ଦ୍ରବାବୁ ନାଇଡୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଏବଂ ଏଥିରେ ଉପସ୍ଥିତ ରହିବାକୁ ଟିଡିପିର ସବୁ ସାଂସଦଙ୍କୁ ମଧ୍ୟ ଡକାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଚନ୍ଦ୍ରବାବୁ ଓ ନୀତିଶଙ୍କ ଚାପରେ ବିଜେପି ! ନିଜ ପାଖରେ ପ୍ରମୁଖ ମନ୍ତ୍ରଣାଳୟ ରଖିବାକୁ ଦଳର ଜୋରଦାର ପ୍ରୟାସ - Third Terms Of Modi

ଏହାପୂର୍ବରୁ ଗତ ୫ ତାରିଖରେ ମୋଦିଙ୍କ ବାସଭବନରେ ଏନଡିଏ ବୈଠକ ବସିଥିଲା । ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଚନ୍ଦ୍ରବାବୁ ନାଇଡୁ, ଏକାନାଥ ସିନ୍ଦେ, ଚିରାଗ ପାଶୱାନ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକରେ ମୋଦି ଏନଡିଏ ନେତା ଭାବେ ନିର୍ବାଚିତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 7, 2024, 9:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.