ETV Bharat / bharat

ଜନାଦେଶ ୨୦୨୪: ହ୍ୟାଟ୍ରିକ ମାରିଲେ ହେମା, ଜିତିଲେ ରାମ, କେରଳରେ ପଦ୍ମ ଫୁଠାଇଲେ ସୁରେଶ ଗୋପୀ - Film Stars Election Result 2024

author img

By ETV Bharat Odisha Team

Published : Jun 5, 2024, 5:14 PM IST

Film Stars Election Result 2024: ଲୋକସଭା ନିର୍ବାଚନ ୨୦୨୪ରେ ଅନେକ ତାରକା ଭାଗ୍ୟ ପରୀକ୍ଷା କରିଥିବା ବେଳେ ଅନେକ ଏଥିରେ ବାଜିମାତ କରିଛନ୍ତି । କଙ୍ଗନା ରାଣାୱତ ଠାରୁ ହେମା ମାଳିନୀ, ଅରୁଣ ଗୋଭିଲ ଏପରି ଅନେକ ତାରକା ରାଜନୀତିରେ ବାଜି ମାରିଥିବା ବେଳେ ଅନେକ ପରାଜୟର ସ୍ୱାଦ ମଧ୍ୟ ଚାଖିଛନ୍ତି । ତେବେ ଜାଣନ୍ତୁ କିଏ ଜିତିଛି ଏବଂ କିଏ ହାରିଛି ?

ଲୋକସଭା ରେଜଲ୍ଟ ୨୦୨୪; ହ୍ୟାଟ୍ରିକ ମାରିଲେ ହେମା, କେରଳରେ ପଦ୍ମ ଫୁଠାଇଲେ ସୁରେଶ ଗୋପୀ
ଲୋକସଭା ରେଜଲ୍ଟ ୨୦୨୪; ହ୍ୟାଟ୍ରିକ ମାରିଲେ ହେମା, କେରଳରେ ପଦ୍ମ ଫୁଠାଇଲେ ସୁରେଶ ଗୋପୀ (ETV Bharat Odisha)

ହାଇଦ୍ରାବାଦ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଆସିଯାଇଛି । ଏଥର ୧୦ରୁ ଅଧିକ ଫିଲ୍ମ ଷ୍ଟାର ଲୋକସଭା ନିର୍ବାଚନରେ ​​୨୦୨୪ରେ ଭାଗ୍ୟ ପରୀକ୍ଷା କରିଥିଲେ । ତେବେ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଅନେକ ବିଜୟ ଲାଭ କରିଥିବା ବେଳେ ଅନେକ ପରାଜୟରେ ନିରାଶ ହୋଇଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢିଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଣ୍ଡିରୁ ​​ଜିତିଛନ୍ତି । ସେହିପରି ହେମାମାଳିନୀ ମଥୁରାରୁ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ସେହିପରି ରବି କିଶନ, ଅରୁଣ ଗୋଭିଲ ପୁଣି ଥରେ ନିଜ ନିଜ ଆସନରେ ବାଜି ମାରିଛନ୍ତି । ସେପଟେ ଶତ୍ରୁଘ୍ନ ସିହ୍ନା ଏବଂ ଆନ୍ଧ୍ରପ୍ରଦେଶ ପିଠାପୁରମ ବିଧାନସଭା ଆସନରୁ ପୱନ କଲ୍ୟାଣ ମଧ୍ୟ ବିଜୟ ହାସଲ କରିଛନ୍ତି । ସେପଟେ ବିଜୟ ପରେ ସେଲିବ୍ରିଟିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ଲୋକସଭା ରେଜଲ୍ଟ ୨୦୨୪; କେଉଁ ତାରକା ବାଜି ମାରିଲେ?

  • ହେମା ମାଳିନୀ: ବଲିଉଡ ଡ୍ରିମଗାର୍ଲ ତଥା ବିଜେପି ପ୍ରାର୍ଥୀ ହେମା ମାଳିନୀ ଉତ୍ତରପ୍ରଦେଶ ମଥୁରା ଲୋକସଭା ଆସନରୁ ପୁଣି ବିଜୟୀ ହୋଇଛନ୍ତି । ଏହି ଅଭିନେତ୍ରୀ ତୃତୀୟ ଥର ପାଇଁ ଅର୍ଥାତ୍ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ହେମା ମାଳିନୀ ୨,୯୩,୪୦୭ ଭୋଟ ବ୍ୟବଧାନରେ କଂଗ୍ରେସର ମୁକେଶ ଧନଗରଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଅଭିନେତ୍ରୀ ମୋଟ ​​୫,୧୦,୦୬୪ ଭୋଟ ପାଇଥିବା ବେଳେ ୨,୧୬,୬୫୭ ଭୋଟ ପାଇଛନ୍ତି ।
  • ଅରୁଣ ଗୋଭିଲ: ମେରଟରୁ ବିଜେପି ପ୍ରାର୍ଥୀ ତଥା ରାମାୟଣ ରାମ ଫେମ ଅଭିନେତା ଅରୁଣ ଗୋଭିଲ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିଛନ୍ତି । ଅରୁଣ ୫,୪୬,୪୬୯ ଭୋଟରେ ଜିତିଛନ୍ତି । ସେ ସମାଜବାଦୀ ପାର୍ଟି ନେତା ସୁନୀତା ଭର୍ମାଙ୍କୁ ୧୦,୫୮୫ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।
  • ରବି କିଶନ: ଭୋଜପୁରୀ ଏବଂ ବଲିଉଡ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତା ରବିନ୍ଦ୍ର ଶୁକ୍ଲା ଓରଫ ରବି କିଶନ ମଧ୍ୟ ଏକ ବଡ଼ ବିଜୟ ହାସଲ କରିଛନ୍ତି । ରବି କିଶନ ଗୋରଖପୁର ଆସନରୁ ପୁଣି ବିଜେପି ସାଂସଦ ପ୍ରାର୍ଥୀ ଭାବେ ବିଜୟ ହାସଲ କରିଛନ୍ତି । ସେ ​​୪,୮୨,୩୦୮ ଭୋଟ୍ ପାଇଛନ୍ତି । ରବି କିଶନ ସମାଜବାଦୀ ପାର୍ଟି ପ୍ରାର୍ଥୀ କାଜଲ ନିଶାଦଙ୍କୁ ୧,୦୩,୫୨୬ ଭୋଟରେ ପରାସ୍ତ କରିଛନ୍ତି ।
  • ମନୋଜ ତିୱାରୀ: ବିଜେପି ସାଂସଦ ପ୍ରାର୍ଥୀ ତଥା ଅଭିନେତା ମନୋଜ ତିୱାରୀ ଉତ୍ତର-ପୂର୍ବ ଦିଲ୍ଲୀରୁ ଜିତିଛନ୍ତି । ସେ ୮,୨୪,୪୫୧ ଭୋଟ୍ ପାଇଥିବା ବେଳେ କଂଗ୍ରେସର କହ୍ନେୟା କୁମାରଙ୍କୁ ୧,୩୮,୭୭୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
  • ଶତ୍ରୁଘ୍ନ ସିହ୍ନା: ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ବଲିଉଡ ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ଜିତିଛନ୍ତି । ଶତ୍ରୁଘ୍ନ ସିହ୍ନା ଟିଏମସିର ପ୍ରାର୍ଥୀ ହୋଇଥିବା ବେଳେ ସେ ବିଜେପିର ସୁରେନ୍ଦ୍ରଜିତ ସିଂ ଅହଲୁୱାଲିଆଙ୍କୁ ୫୯,୫୬୪ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।
  • ସୁରେଶ ଗୋପୀ: ମାଲାୟାଲମ ସିନେମା ଅଭିନେତା ସୁରେଶ ଗୋପୀ ତଥା ବିଜେପି ପ୍ରାର୍ଥୀ କେରଳର ଥ୍ରୀସୁର ଲୋକସଭା ନିର୍ବାଚନରେ ​​ବିଜୟୀ ହୋଇଛନ୍ତି । ସେ ଏହା କରିବାରେ ପ୍ରଥମ ନେତା ହେଇପାରିଛନ୍ତି । କାରଣ ଏହା ପୂର୍ବରୁ କେରଳରେ ଏହି ବିଜେପି କେବେ କେରଳରେ ଖାତା ଖୋଲିନଥିଲା । ସେ ପ୍ରଥମ ବିଜେପି ପ୍ରାର୍ଥୀ ଭାବେ କେରଳରେ ବିଜୟ ହାସଲ କରିଛନ୍ତି । ସୁରେଶ ଗୋପି ୭୪୬୮୬ ଭୋଟ ବ୍ୟବଧାନରେ ସିପିଆଇର ସୁନୀଲ କୁମାର ଏବଂ କଂଗ୍ରେସ ପ୍ରାର୍ଥୀ କେ. ମୁରଲୀଧରନଙ୍କୁ ପରାସ୍ତ କରିଛନ୍ତି । ସେ ମୋଟ 4,12,338 ଭୋଟ୍ ପାଇଛନ୍ତି ।
  • ପୱନ ସିଂ: ଭୋଜପୁରୀ ଗାୟକ ତଥା ଲୋକସଭା ନିର୍ବାଚନ ୨୦୨୪ ପ୍ରାର୍ଥୀ ପୱନ ସିଂ ବିହାରରେ କାରାକାଟର ଆସନ ହରାଇଛନ୍ତି । ଏହି ଆସନକୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ରାଜା ରାମ ସିଂ ଜିତିଛନ୍ତି ।
  • ସେହିପରି ସ୍ମୃତି ଇରାନୀ, ଲୋକେତ ଚାଟାର୍ଜୀ ଏବଂ ଦିନେଶ ଲାଲ ଯାଦବ ହାରିଛନ୍ତି ।
  • ପୱନ କଲ୍ୟାଣ: ଜନସେନା ମୁଖ୍ୟ ପୱନ କଲ୍ୟାଣ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ​​ପିଠାପୁରମ ବିଧାନସଭା ଆସନରେ ନିଜର YSR କଂଗ୍ରେସ ଦଳର ପ୍ରତିଦ୍ୱନ୍ଦ୍ୱୀ ଭଙ୍ଗା ଗୀତାଙ୍କୁ ୭୦ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପରଦାରେ ଫିଟ୍‌ ରାଜନୀତିରେ ହିଟ୍‌: କିଏ ପିନ୍ଧିଲା ବିଜୟ ମୁକୁଟ, କିଏ ମାରିଲା ଫେଲ୍‌

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.