ETV Bharat / bharat

ଆନ୍ଧ୍ରରେ ସମସ୍ତ 175 ବିଧାନସଭା ଓ 25 ଲୋକସଭା ଆସନରେ ଭୋଟିଂ ଜାରି - AP assembly election - AP ASSEMBLY ELECTION

lok sabha election 2024: ଆନ୍ଧ୍ରରେ ଗୋଟିଏ ପର୍ଯ୍ୟାରେ ଆଜି ସମସ୍ତ 175 ବିଧାନସଭା ଓ 25 ଲୋକସଭା ଆସନରେ ଜାରି ରହିଛି ଭୋଟିଂ । ଜଗନଙ୍କ ସହ ସିଧା ମୁକାବିଲା କରୁଛନ୍ତି ଚନ୍ଦ୍ରବାବୁ । ଅଧିକ ପଢନ୍ତୁ

ଆନ୍ଧ୍ରରେ 175 ବିଧାନସଭା ଓ 25 ଲୋକସଭା ଆସନରେ ଜାରି ରହିଛି ଭୋଟିଂ
ଆନ୍ଧ୍ରରେ 175 ବିଧାନସଭା ଓ 25 ଲୋକସଭା ଆସନରେ ଜାରି ରହିଛି ଭୋଟିଂ (PIC-ETV Bharat)
author img

By ETV Bharat Odisha Team

Published : May 13, 2024, 9:40 AM IST

ଅମରାବତୀ: ଦକ୍ଷିଣ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଆଜି ଗୋଟିଏ ପର୍ଯ୍ୟାୟରେ ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନରେ ମତଦାନ ଜାରି ରହିଛି । ରାଜ୍ୟର 175 ବିଧାନସଭା ଆସନ ସହ ରାଜ୍ୟର ସମସ୍ତ 25 ସଂସଦୀୟ ଆସନରେ ମଧ୍ୟ ଭୋଟିଂ ହେଉଛି । ଚଳିତଥର ଦେଶରେ ସାଧାରଣ ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେଉଛି । ଆଜି ଆନ୍ଧ୍ରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଶେଷ ହେବାକୁ ଥିବା ବେଳେ ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । ଓଡିଶାରେ ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ଭୋଟିଂ ହେଉଛି ।

ଆନ୍ଧ୍ର ପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ‘ଓ୍ବାଇଏସଆର କଂଗ୍ରେସ’ କ୍ଷମତାରେ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ‘ତେଲଗୁ ଦେଶମ ପାର୍ଟି’ (ଟିଡିପି) ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ଏଥର ଜଗନଙ୍କ ‘ଓ୍ବାଇଏସଆର କଂଗ୍ରେସ’ ଏକାକୀ ଲଢୁଥିବା ବେଳେ ଚନ୍ଦ୍ରବାବୁଙ୍କ ପାର୍ଟି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟରେ ନିର୍ବାଚନ ଲଢୁଛି । ବିଜେପି- ଟିଡିପି ଓ ଅଭିନେତା ପବନ କଲ୍ୟାଣଙ୍କ ‘ଜନସେନା ପାର୍ଟି’ ଏକାଠୀ ନିର୍ବାଚନ ଲଢୁଛନ୍ତି । ସକାଳୁ ବିଭିନ୍ନ ଦଳର ପ୍ରାର୍ଥୀ ଓ ବହୁ ହେଭିଓ୍ବେଟ ନେତା ମତଦାନ କେନ୍ଦ୍ରରେ ପହଞ୍ଚି ମତଦାନ କରିଛନ୍ତି । ଲୋକଙ୍କ ମଧ୍ୟରେ ମତାଧିକାରକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ - lok sabha election 2024

ଗତ ନିର୍ବାଚନ (2019)ରେ ରାଜ୍ୟରେ ଜଗନଙ୍କ ପାର୍ଟି ସର୍ବାଧିକ 151 ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ସେହିପରି ଚନ୍ଦ୍ରବୁାବୁଙ୍କ ଟିଡିପି 23 ଓ ପବନ କଲ୍ୟାଣଙ୍କ ‘ଜନସେନା ପାର୍ଟି’ ମାତ୍ର ଗୋଟିଏ ଆସନ ଦଖଲ କରିଥିଲା । ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ରେକର୍ଡସଂଖ୍ୟକ ଆସନ ହାସଲ କରିଥିଲା ଓ୍ବାଇଏସଆର କଂଗ୍ରେସ । ଦଳ ସର୍ବାଧିକ 22 ସଂସଦୀୟ ଆସନ ଜିତିଥିଲା । ଟିଡିପି ଅବଶିଷ୍ଟ 3 ସଂସଦୀୟ ଆସନରେ ବିଜୟ ଲାଭ କରିଥିଲା । ଚଳିତଥର ଉଭୟ ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ରହିଛନ୍ତି । ଆଜି ଦେଶର ମୋଟ 96 ସଂସଦୀୟ ଆସନରେ ଭୋଟିଂ ହେଉଛି । ଏହା ମଧ୍ୟରେ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ସମସ୍ତ ଲୋକସଭା ଆସନରେ ଭୋଟିଂ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.