ETV Bharat / bharat

4ର୍ଥ ପର୍ଯ୍ୟାୟରେ 67% ମତଦାନ, 96 ଆସନରେ ସରିଲା ଭୋଟିଂ - lok sabha election 2024

author img

By ETV Bharat Odisha Team

Published : May 14, 2024, 7:27 AM IST

lok sabha election 2024: 4ର୍ଥ ପର୍ଯ୍ୟାୟରେ 67.25 % ପ୍ରତିଶତ ଭୋଟିଂ । ରାଜ୍ୟଓ୍ବାରୀ ଆଗରେ ପଶ୍ଚିମବଙ୍ଗ । ତେଲେଙ୍ଗାନା ଓ ଆନ୍ଧ୍ରରେ ଗୋଟିଏ ପର୍ଯ୍ୟାୟରେ ସରିଲା ସାଧାରଣ ନିର୍ବାଚନ । ଓଡିଶାରେ ପ୍ରଥମ ପର୍ଯ୍ୟାୟ ମଧ୍ୟ ଲୋକସଭା ସହ ବିଧାନସଭା ପାଇଁ ପଡିଲା ଭୋଟ । ଅଧିକ ପଢନ୍ତୁ

4ର୍ଥ ପର୍ଯ୍ୟାୟରେ ଦେଶରେ 67 ପ୍ରତିଶତ ସହ 96 ଆସନରେ ସରିଲା ଭୋଟିଂ
4ର୍ଥ ପର୍ଯ୍ୟାୟରେ ଦେଶରେ 67 ପ୍ରତିଶତ ସହ 96 ଆସନରେ ସରିଲା ଭୋଟିଂ (pic-ETV Bharat Odisha)

ନୂଆଦିଲ୍ଲୀ: ଗତକାଲି ଦେଶରେ 4ର୍ଥ ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ସଂସଦୀୟ ଆସନରେ ଭୋଟିଂ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ଶେଷତମ ତଥ୍ୟ ଅନୁସାରେ, ଦେଶରେ ସାମଗ୍ରିକ ଭୋଟିଂ ହାର 67.25 % ରେକର୍ଡ ହୋଇଛି ।

4ର୍ଥ ପର୍ଯ୍ୟାୟରେ ଦେଶରେ 67 ପ୍ରତିଶତ ସହ 96 ଆସନରେ ସରିଲା ଭୋଟିଂ
4ର୍ଥ ପର୍ଯ୍ୟାୟରେ ଦେଶରେ 67 ପ୍ରତିଶତ ସହ 96 ଆସନରେ ସରିଲା ଭୋଟିଂ (Pic-ETV Bharat Odisha)

ରାଜ୍ୟଓ୍ବାରୀ ପଶ୍ଚିମବଙ୍ଗରେ ସର୍ବାଧିକ 78.37 ପ୍ରତିଶତ ଭୋଟିଂ ହୋଇଛି । ପୂର୍ବ ପର୍ଯ୍ୟାୟରେ ମଧ୍ୟ ପଶ୍ତିବଙ୍ଗରେ ରେକର୍ଡସଂଖ୍ୟକ ଭୋଟିଂ ହୋଇଥିଲା । ସେହିପରି ଆନ୍ଧ୍ର ପ୍ରଦେଶ 76.50 ପ୍ରତିଶତ, ବିହାର 5 ଆସନରେ ଭୋଟିଂ ହୋଇଥିବା ବେଳେ 57.06 ପ୍ରତିଶତ, ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହୋଇଥିଲା । ସେଠାରେ 37.98 ପ୍ରତିଶତ ଭୋଟିଂ ରେକର୍ଡ ହୋଇଛି । ଝାଡଖଣ୍ଡରେ 65.2 ପ୍ରତିଶତ ସହ 4 ଆସନରେ ମତଦାନ ହୋଇଥିଲା । ମଧ୍ୟ ପ୍ରଦେଶ 8 ଆସନରେ 70.98 ପ୍ରତିଶତ ଭୋଟିଂ, ମହାରାଷ୍ଟ୍ରରେ 59.64 ପ୍ରତିଶତ, ଓଡିଶା 73.97 ପ୍ରତିଶତ, ତେଲେଙ୍ଗାନାର ସମସ୍ତ 17 ସଂସଦୀୟ ଆସନରେ ଭୋଟିଂ ହୋଇଥିଲା ବେଳେ ସେଠାରେ 64.74 ପ୍ରତିଶତ ଭୋଟିଂ ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର 13 ଆସନରେ ଭୋଟିଂ ହୋଇଥିବା ବେଳେ ମତଦାନ ହାର ରହିଛି 58.05 ପ୍ରତିଶତ ।

ମୈଦାନରେ ଥିଲେ 1717 ପ୍ରାର୍ଥୀ:-

96 ଆସନରେ ବିଭିନ୍ନ ଦଳ ଓ ନିର୍ଦ୍ଦଳୀୟ ଭାବେ ମୋଟ 4,264 ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ସେମାନଙ୍କ ମଧ୍ୟରୁ 1970 ଜଣଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 2274ଙ୍କର ପ୍ରାର୍ଥୀପତ୍ର ନାକଜ ହୋଇଯାଇଥିଲା । 253 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ମୈଦାନରେ ମୋଟ 1717 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ତେଲେଙ୍ଗାନାର ସିକନ୍ଦରାବାଦ ସଂସଦୀୟ ଆଶନରେ ସର୍ବାଧିକ 45 ପ୍ରାର୍ଥୀ ଥିବା ବେଳେ ସର୍ବନିମ୍ନ 4 ପ୍ରାର୍ଥୀ ଓଡିଶାର ନବରଙ୍ଗପୁରରେ ଆସନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ମୋଟ 1717 ପ୍ରାର୍ଥୀଙ୍କ ମଧ୍ୟରୁ 1,547 ଜଣ ପୁରୁଷ ଓ 170 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଭଦ୍ରକ ଲୋକସଭା ଆସନ: ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - BHADRAK LOK SABHA CONSTITUENCY

ଓଡିଶା ଓ ଆନ୍ଧ୍ରରେ ଥିଲା ବିଧାନସଭା ନିର୍ବାଚନ:-

ଗତକାଲି ପର୍ଯ୍ୟାୟରେ ଦୁଇ ଦକ୍ଷିଣ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ସମସ୍ତ ଲୋକସଭା ଆସନରେ ଭୋଟିଂ ଶେଷ ହୋଇଛି । ତେଲେଙ୍ଗାନାର 17 ଓ ଆନ୍ଧ୍ରର 25 ସଂସଦୀୟ ଆସନରେ ଭୋଟିଂ ହୋଇଥିଲା । ଏହା ସହ ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡିଶାରେ ବିଧାନସଭା ପାଇଁ ମତଦାନ ହୋଇଛି । ଓଡିଶାରେ 4ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଗତକାଲି ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି । ରାଜ୍ୟରେ ସାମଗ୍ରିକ ଭୋଟିଂ ହାର ପ୍ରାୟ 72 ପ୍ରତିଶତ ରହିଛି । ଅନ୍ୟପଟେ ଆନ୍ଧ୍ରରେ ସମସ୍ତ 25 ଲୋକସଭା ଆସନ ଓ 175 ବିଧାନସଭା ଆସନରେ ମତଦାନ ଶେଷ ହୋଇଛି ।

20ରେ ପଞ୍ଚମ ପର୍ଯ୍ୟାୟ:-

20 ତାରିଖରେ ହେବାକୁ ଥିବା 5ମ ପର୍ଯ୍ୟାୟରେ 6ରାଜ୍ୟ ଓ 2କେନ୍ଦ୍ରଶାସିତ ଅଞ୍ଚଳର ମୋଟ 49 ସଂସଦୀୟ ଆସନରେ ଭୋଟିଂ ହେବ । ଏହା ମଧ୍ୟରେ ଓଡିଶାର 5 ଲୋକସଭା ଆସନରେ ଭୋଟିଂ ହେବ । ରାଜ୍ଯରେ ଏକାକଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ଜାରି ରହିଥିବାରୁ 5 ଲୋକସଭା ଅନ୍ତର୍ଗତ 37ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟିଂ ହେବ । ଜୁନ ପହିଲାରେ ଅନ୍ତିମ ତଥା 7ମ ପର୍ଯ୍ୟାୟ ମତଦାନ ସରିବା ପରେ 4ରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.