ETV Bharat / bharat

2019ରେ କେଦାରନାଥ ଏବେ କନ୍ୟାକୁମାରୀ, ଧ୍ୟାନରେ ବସିବେ ମୋଦି - PM Modi To Visit Kanyakumari - PM MODI TO VISIT KANYAKUMARI

PM Modi to meditate in Kanyakumari: ପୁଣି ଗୋରୁଆ ବସ୍ତ୍ରରେ ଧ୍ୟାନ ମଣ୍ଡପରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାଣନ୍ତୁ ଧ୍ୟାନର କାରଣ ଏବଂ କେଉଁ ତାରିଖରେ ବସିବେ ଧ୍ୟାନ...

PM Modi to meditate in Kanyakumari
PM Modi to meditate in Kanyakumari (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 10:37 AM IST

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ପାଇଁ ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆସନ୍ତା 1 ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ତେବେ ବିଭିନ୍ନ ରାଜନୈତିକ ଦଳ ଗଡ ଦଖଲ କରିବା ପାଇଁ ଜୋରଦାର ପ୍ରଚାର କରୁଥିବା ବେଳେ ବିଜେପି ପାଇଁ ଶୀର୍ଷ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 30 ତାରିଖରେ ପ୍ରଚାର ଶେଷ ହେବାକୁ ବସିଥିବା ବେଳେ ତପସ୍ୟାରେ ବସିବେ ପ୍ରଧାନମନ୍ତ୍ରୀ । 2019 ନିର୍ବାଚନରେ କେଦାରନାଥରେ ତପସ୍ୟାରେ ବସିଥିବା ବେଳେ ଚଳିତଥର ବଦଳିଛି ମୋଦିଙ୍କ ଧ୍ୟାନ ସ୍ଥାନ । ନିର୍ବାଚନୀ ପ୍ରଚାର ସରୁସରୁ ଗତ ଥର ଭଳି ଚଳିତ ନିର୍ବାଚନ ସମୟରେ ମଧ୍ୟ 48 ଘଣ୍ଟା ତପସ୍ୟା କରିବେ ପ୍ରଧାନମନ୍ତ୍ରୀ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାରେ ଥିବା ବିବେକାନନ୍ଦ ରକ୍ ମେମୋରିଆଲରେ ମେ 30 ତାରିଖରୁ ଜୁନ 1 ତାରିଖ ଯାଏଁ ଧ୍ୟାନ କରିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି ।

କେଦାରନାଥରେ ମୋଦିଙ୍କ ଧ୍ୟାନ
କେଦାରନାଥରେ ମୋଦିଙ୍କ ଧ୍ୟାନ (ANI)

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କନ୍ୟାକୁମାରୀର ଧ୍ୟାନ ମଣ୍ଡପାମରେ ଧ୍ୟାନ କରିବେ । କହିରଖୁଛି କି, ମୋଦି ଧ୍ୟାନ କରିବା ପାଇଁ ସ୍ଥିର କରିଥିବା ସ୍ଥାନରେ ପୂର୍ବରୁ ସ୍ବାମୀ ବିବେକାନନ୍ଦ ଧ୍ୟାନରେ ବସିଥିଲେ । ଏଠାରେ ସ୍ୱାମୀ ବିବେକାନନ୍ଦ ଦେଶ ଭ୍ରମଣ କରିବା ପରେ ପହଞ୍ଚି ତିନି ଦିନ ଧ୍ୟାନ କରିଥିଲେ ଏବଂ ଏକ ବିକଶିତ ଭାରତର ସ୍ୱପ୍ନ ଦେଖିଥିଲେ ।

କେଦାରନାଥରେ ମୋଦିଙ୍କ ଧ୍ୟାନ
କେଦାରନାଥରେ ମୋଦିଙ୍କ ଧ୍ୟାନ (ANI)

ଏହା ମଧ୍ୟ ପଢନ୍ତୁ: ୨୪ ବର୍ଷ ଧରି ଗାଳି ଶୁଣି ଶୁଣି ମୁଁ ଗାଳି ପ୍ରୁଫ ହୋଇଗଲିଣି: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ମୋଦି ମେ 30 ତାରିଖରୁ 1 ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତରେ ରହିବେ । ଆସ୍ଥାୟୀ କାର୍ଯ୍ୟସୂଚୀ ଅନୁସାରେ, ମୋଦି ଦ୍ବିପହର 3ଟା 55 ମିନିଟରେ କେରଳର ଥିରୁବନନ୍ତପୁରମ୍ ବିମାନବନ୍ଦରରୁ ଉଡାଣ ଭରିବେ । ଏହାପରେ ସେ ଆଇଏଏଫ ହେଲିକପ୍ଟର M-17ରେ ଯାଇ 4ଟା 35 ମିନିଟରେ କନ୍ୟାକୁମାରୀରେ ପହଞ୍ଚିବେ । ଧ୍ୟାନ ଶେଷ ହେବା ପରେ ଜୁନ 1 ତାରିଖ ଅପରାହ୍ନ 3ଟା 25 ମିନିଟ ସମୟରେ କନ୍ୟାକୁମାରୀ ହେଲିପ୍ୟାଡରୁ M-17 ହେଲିକପ୍ଟରରେ ବାହାରି 4ଟା 5 ମିନିଟ ସମୟରେ ଥିରୁଅନନ୍ତପୁରମ ଏୟାରପୋର୍ଟରେ ପହଞ୍ଚିବେ । ଏହାପରେ ସେଠାରୁ 4ଟା 10ରୁ ବାହାରି ସନ୍ଧ୍ୟା 7ଟା 30ରେ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବେ । କହିରଖୁଛି କି, ଦୁଇଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇବା ପରେ ବର୍ତ୍ତମାନ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ 2019 ମସିହା ନିର୍ବାଚନ ସମୟରେ ଉତ୍ତରାଖଣ୍ଡ କେଦାରନାଥର ଏକ ପବିତ୍ର ଗୁମ୍ଫାରେ ଗେରୁଆ ବସ୍ତ୍ର ପରିଧାନ କରି ତପସ୍ୟା କରିଥିଲେ ପ୍ରଧାନମନ୍ତ୍ରୀ । ସେହି ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ଦେଖିବାକୁ ବାକି ରହିଥିଲା କିପରି ରହିବ କନ୍ୟାକୁମାରୀରେ ମୋଦିଙ୍କ ତପସ୍ୟା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.