ETV Bharat / bharat

2024 ଲୋକସଭା ନିର୍ବାଚନ; ଥମିଲା ପ୍ରଚାର, 96 ଆସନରେ ଭୋଟିଂ - Phase 4 campaigning

author img

By ETV Bharat Odisha Team

Published : May 11, 2024, 10:53 PM IST

Phase 4 campaigning ends Today: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିଲା ପ୍ରଚାର । ମେ 13ରେ ମୋଟ 96ଟି ଲୋକସଭା ଆସନରେ ପଡ଼ିବ ଭୋଟ । ଅଧିକ ପଢନ୍ତୁ

Phase 4 campaigning
Phase 4 campaigning (ETV Bharat Odisha)

ହାଇଦ୍ରାବାଦ: 2024 ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ମେ 13ରେ 9 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ 96ଟି ଲୋକସଭା ଆସନରେ ପଡ଼ିବ ଭୋଟ । ଏହି ପର୍ଯ୍ୟାୟରେ ମୋଟ 1717 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ସେପଟେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ପର୍ଯ୍ୟାୟରେ ଏଠାରେ ମତଦାନ ଶେଷ ହେବ । ଆନ୍ଧ୍ରପ୍ରଦେଶରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ ଦେବେ ଭୋଟର ।

ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଯାଉଥିବା ସଂସଦୀୟ କ୍ଷେତ୍ର
ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳସଂସଦୀୟ କ୍ଷେତ୍ର
ଆନ୍ଧ୍ରପ୍ରଦେଶ (25) ଅରକୁ, ଶ୍ରୀକାକୁଲମ୍, ଭିଜିଆନଗରମ୍, ବିଶାଖାପାଟନମ୍, ଅନାକାପଲି, କାକିନାଡା, ଅମାଲାପୁରମ୍, ରାଜମୁଣ୍ଡ୍ରି, ନର୍ସାପୁରମ୍, ଏଲୁରୁ, ମଛଲିପଟନମ୍, ବିଜୟୱାଡା, ଗୁଣ୍ଟୁର, ନରସାରାଓପେଟ, ବାପଟଲା, ଓଙ୍ଗୋଲ, ନନ୍ଦ୍ୟାଲ, କୁର୍ଣ୍ଣୁଲ, ଅନନ୍ତପୁର, ହିନ୍ଦୁପୁର, କଡାପା, ନେଲୋର, ତିରୁପତି, ରାଜାମେଟ, ଚିତ୍ତୁର
ବିହାର (5)ଦରଭଙ୍ଗା, ଉଜିଆରପୁର, ସମସ୍ତିପୁର, ବେଗୁସରାଇ, ମୁଙ୍ଗେର
ତେଲେଙ୍ଗାନା (17) ଅଦଲାବାଦ, ପେଡାପଲି, କରିମନଗର, ନିଜାମବାଦ, ଜାହିରାବାଦ, ମେଡକ, ମାଲକାଜଗିରି, ସିକନ୍ଦରାବାଦ, ହାଇଦ୍ରାବାଦ, ଚେଭେଲା, ମେହବୁବନଗର, ନାଗାରକୁର୍ଣ୍ଣୁଲ, ନାଲଗୋଣ୍ଡା, ଭୋଙ୍ଗିର, ୱାରଙ୍ଗେଲ, ମେହବୁଦାବାଦ, ଖମାମ
ଝାଡ଼ଖଣ୍ଡ (4)ସିଙ୍ଗଭୁମ, ଖୁଣ୍ଟି, ଲୋହାରଦଗା, ପଲାମୁ
ମଧ୍ୟପ୍ରଦେଶ (8) ଦେୱାସ, ଉଜୈନ, ମନ୍ଦାସୌର, ରତଲାମ, ଧାର, ଇନ୍ଦୋର, ଖରଗୋନ, ଖଣ୍ଡୱା
ଓଡ଼ିଶା (4) ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି
ଉତ୍ତର ପ୍ରଦେଶ (13)ଶାହାଜାନପୁର, ଖେରି, ଧୌରହରା, ସୀତାପୁର, ହର୍ଦୋଇ, ମିସ୍ରିଖ, ଉନ୍ନାଓ, ଫାରୁଖାବାଦ, ଏଟାୱା, କନ୍ନୌଜ, କାନପୁର, ଅକବରପୁର, ବାହରିଚ୍
ମହାରାଷ୍ଟ୍ର (11)ନନ୍ଦୁରବାର, ଜଲଗାଓଁ, ରାବେର, ଜଲନା, ଔରଙ୍ଗାବାଦ, ମାଭଲ, ପୁନେ, ଶ୍ରୀରୁର, ଅହମ୍ମଦାବାଦ, ଶିରିଡି, ବିଡ୍‌
ପଶ୍ଚିମବଙ୍ଗ (8)

ବେହରାମପୁର, କ୍ରିଷ୍ଣାନଗର, ରଣାଘାଟ, ବର୍ଦ୍ଧମାନ ପୂର୍ବ, ବୁରଦ୍ବାନ-ଦୁର୍ଗାପୁର, ଆସାନସୋଲ, ବୋଲାପୁର, ବିରଭୂମ

ଜମ୍ମୁକାଶ୍ମୀର (1)ଶ୍ରୀନଗର

ଚର୍ଚ୍ଚିତ ଚେହେରା:- ଚତୁର୍ଥ ପର୍ଯ୍ୟାୟ ମତଦାନରେ ଅନେକ ଚର୍ଚ୍ଚିତ ଚେହେରା ରହିଛନ୍ତି । ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ,ସେମାନଙ୍କ ମଧ୍ୟରେ ଅଛନ୍ତି ଉତ୍ତର ପ୍ରଦେଶ କନୌଜ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ବେହରାମପୁରରୁ ରାଜ୍ୟ କଂଗ୍ରେସ ସଭାପତି ଅଧିର ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ଟିଏମସି ନେତ୍ରୀ ମହୁଆ ମୋଇତ୍ରା, ତେଲେଙ୍ଗାନା ହାଇଦ୍ରାବାଦରୁ AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସି, ଆନ୍ଧ୍ରପ୍ରଦେଶ କଡାପାରୁ ୱାଇ.ଏସ ଶର୍ମିଳା, ପଶ୍ଚିମବଙ୍ଗ ବୁରଦ୍ବାନ-ଦୁର୍ଗାପୁରରୁ ବିଜେପି ବଙ୍ଗ ମୁଖ୍ୟ ଦିଲ୍ଲୀପ ଘୋଷ, ଆସନସୋଲରୁ ଟିଏମି ନେତା ଶତ୍ରୁଘ୍ନ ସିହ୍ନା, ବିହାର ବେଗୁସରାଇରୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ ଓ ଝାଡ଼ଖଣ୍ଡ ଖୁଣ୍ଟିରୁ ବିଜେପି ନେତା ଅର୍ଜୁନ ମୁଣ୍ଡା ।

ଏହା ବି ପଢନ୍ତୁ- ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ; ସରିଲା ପ୍ରଚାର, ସୋମବାର ଭାଗ୍ୟ ପରୀକ୍ଷା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.