ETV Bharat / bharat

ପ୍ରଥମ ପର୍ଯ୍ୟାୟ ମତଦାନ; ସମସ୍ତ ମତଦାନ କେନ୍ଦ୍ରରେ EVM ସହ ପହଞ୍ଚିଲେ ପୋଲିଂ ଅଫିସର - EVMs Arrive at Polling Stations

Poll Officials arrived at Polling Station: ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଦେଶର ସମସ୍ତ ପୋଲିଂ ଷ୍ଟେସନରେ ପହଞ୍ଚିଛନ୍ତି ପୋଲିଂ ଅଫିସର । କାଲି 102ଟି ସଂସଦୀୟ କ୍ଷେତ୍ରରେ ନିଜ ନେତା ବାଛିବେ ଭୋଟର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 18, 2024, 10:07 PM IST

Updated : Apr 18, 2024, 10:54 PM IST

Poll Officials arrived at Polling Station

ନୂଆଦିଲ୍ଲୀ: ଆସନ୍ତାକାଲି ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରମରେ ଆଜି ଦେଶର କୋଣ ଅନୁକୋଣରେ ଥିବା ପୋଲିଂ ଷ୍ଟେସନରେ ଇଭିଏମ ମେସିନ ସହ ପହଞ୍ଚିଛନ୍ତି ପୋଲିଂ ଅଫିସର । କାଲି 21ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 102ଟି ଆସନରେ ପଡ଼ିବ ଭୋଟ । 1625 ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । 102 ସଂସଦୀୟ କ୍ଷେତ୍ର ମଧ୍ୟରେ 73ଟି ଜେନେରାଲ, 11ଟି ଅନୁସୂଚିତ ଜନଜାତି ଓ 18ଟି ଅନୁସୂଚିତ ଜାତି ଓ କେନ୍ଦ୍ର ଶାସିତ ଅଞ୍ଚଳ ଅନ୍ତର୍ଭୁକ୍ତ ।

ପୋଲିଂ ଷ୍ଟେସନରେ ପହଞ୍ଚିଲେ ଅଧିକାରୀ:- ଆଜି (ଶୁକ୍ରବାର) 18 ଲକ୍ଷରୁ ଅଧିକ ପୋଲିଂ ଅଧିକାରୀ 1.87 ଲକ୍ଷ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି । ଏହି ମତଦାନ କେନ୍ଦ୍ରରେ 16.63 କୋଟିରୁ ଅଧିକ ଭୋଟର ଅଛନ୍ତି । ମତଦାନ ଅଧିକାରୀମାନେ ନିଜ ନିଜ ମତଦାନ କେନ୍ଦ୍ରରେ ପହଞ୍ଚି ନିର୍ବାଚନ ଅଭ୍ୟାସ ଜାରି ରଖିଛନ୍ତି । ଏହି ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ସମସ୍ତ ମତଦାନ ସାମଗ୍ରୀ ଠିକ ଭାବରେ ପହଞ୍ଚିଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମତଦାନର କିଛି ଦିନ ପୂର୍ବରୁ 361 ପର୍ଯ୍ୟବେକ୍ଷକ (127 ସାଧାରଣ ପର୍ଯ୍ୟବେକ୍ଷକ, 67 ପୋଲିସ ପର୍ଯ୍ୟବେକ୍ଷକ, 167 ଏକ୍ସପେଣ୍ଡିଚର ପର୍ଯ୍ୟବେକ୍ଷକ) ନିଜ ନିର୍ବାଚନମଣ୍ଡଳୀରେ ପହଞ୍ଚି ସାରିଛନ୍ତି ।

ଏହା ବି ପଢନ୍ତୁ- ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: 1625 ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ECI ଗୁରୁବାର କହିଥିଲେ ଯେ ସେମାନେ ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆୟୋଗର ଆଖି ଓ କାନ ଭାବରେ କାର୍ଯ୍ୟ କରିବେ । ଏଥିସହ କେତେକ ରାଜ୍ୟରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । 4627 ଫ୍ଲାଇଂ ସ୍କ୍ବାଡ, 5208 ସ୍ଟାଟିଷ୍ଟିକ ସର୍ଭେଲାନ୍ସ ଟିମ, 2028 ଭିଡିଓ ସର୍ଭିଲାନ୍ସ ଟିମ ଏବଂ 1255 ଭିଡିଓ ଭିୟ୍ବିଙ୍ଗ ଟିମ ଭୋଟରଙ୍କ ଉପରେ କୌଣସି ପ୍ରଭାବ ଉପରେ ନଜର ରଖିବେ । ଏଥିସହ 1374 ଆନ୍ତଃ ରାଜ୍ୟ ଏବଂ 162 ଅନ୍ତର୍ଜାତୀୟ ସୀମା ଚେକ ପୋଷ୍ଟ ମଦ, ଡ୍ରଗ୍ସ, ନଗଦ ଟଙ୍କା ନେଣଦେଣ ଆଦି ଅବୈଧ ଜିନିଷ ଉପରେ କଡା ନଜର ରଖିବେ । ସେହିପରି ଜଳ ଓ ଆକାଶ ମାର୍ଗ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା:- 102 ସଂସଦୀୟ କ୍ଷେତ୍ର ଲାଗି ଏପ୍ରିଲ 19ରେ 14.14 ଲକ୍ଷ 85 ବର୍ଷରୁ ଅଧିକ ବୟସ୍କ ଭୋଟର, 13.89 ଲକ୍ଷ ଦିବ୍ୟାଙ୍ଗ ଭୋଟର ହୋମ ଭୋଟିଂ କରିପାରିବେ । ଏହି ସୁବିଧାକୁ ଅନେକ କ୍ଷେତ୍ରରୁ ପ୍ରଶଂସା କରାଯାଇଛି । ଯଦି ଏମାନେ ମତଦାନ କେନ୍ଦ୍ରକୁ ଆସି ଭୋଟ୍‌ ଦେବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଯିବ । ମତଦାନ କେନ୍ଦ୍ରରେ ପାଣି, ଆଶ୍ରୟ ସ୍ଥଳ, ଶୌଚାଳୟ, ବିଦ୍ୟୁତ, ହ୍ବିଲଚେୟାର ବ୍ୟବସ୍ଥା ରହିଥିବା ବେଳେ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । 5000ରୁ ଅଧିକ ମତଦାନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ବାରା ପରିଚାଳିତ ହେବ । ଏପରିକି ଏଠାରେ ସୁରକ୍ଷାକର୍ମୀ ମଧ୍ୟ ମହିଳା ରହିବେ। 1000 ପୋଲିଂ ଷ୍ଟେସନ ଦିବ୍ୟାଙ୍ଗ ଭୋଟରଙ୍କ ଲାଗି ରହିଛି ।

ଭୋଟରଙ୍କ ଲାଗି ସ୍ବତନ୍ତ୍ର ସୂଚନା:- ମତଦାନ ସମୟରେ ମତଦାତାମାନେ କୌଣସି ମିଥ୍ୟା, ନକଲି ଖବର ଉପରେ ବିଶ୍ବାସ ନ କରିବାକୁ ଅନୁରୋଧ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ମତଦାନ କରନ୍ତୁ । ଯଦି କୌଣସି ସମ୍ପର୍କରେ ସନ୍ଦେହ ହୁଏ, ତେବେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ବତନ୍ତ୍ର ୱେବସାଇଟର ବ୍ୟବସ୍ଥା ହୋଇଛି । https://mythvsreality.eci.gov.in/ ରେ ଭୋଟର ମାନେ ପଞ୍ଜୀକରଣ କରି ନିଜ ସନ୍ଦେହ ଦୂର କରିପାରିବେ । ସେହିପରି ନିର୍ବାଚନ ଲଢୁଥିବା ସମସ୍ତ ପ୍ରାର୍ଥୀଙ୍କ ନାମ, ଦଳ, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ସମ୍ପୃକ୍ତି ଆଦି ସମ୍ପର୍କରେ (https://affidavit.eci.gov.in/) ପୋର୍ଟାଲରେ ଉଲ୍ଲେଖ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2024, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.