ETV Bharat / bharat

ଏଥର ବୟସ୍କଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛନ୍ତି ବୟସ୍କ ଭୋଟର - LOK SABHA ELECTION 2024

author img

By ETV Bharat Odisha Team

Published : Apr 13, 2024, 12:54 PM IST

Voters Aged 85 Plus In LS Poll: ଦେଶରେ ସମସ୍ତ ବର୍ଗର ନାଗରିକଙ୍କ ମତଦାନର ଅଧିକାରକୁ ସୁରକ୍ଷିତ କରିବା ପାଇଁ ନିର୍ବାଚନ କମିଶନ ବିଭିନ୍ନ ପ୍ରୟାସ କରିଛନ୍ତି । ଏଥରର ଲୋକସଭା ନିର୍ବାଚନରେ ୮୫ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ୮୧,୧୧,୭୪୦ ଜଣ ଭୋଟରଙ୍କ ପାଇଁ ରହିଛି ହୋମ ଭୋଟିଂ ବ୍ୟବସ୍ଥା । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନରେ ୮୦ ଲକ୍ଷରୁ ଅଧିକ ବୟସ୍କ ଭୋଟର , ମତଦାନ ପାଇଁ ରହିଛି ହୋମ ଭୋଟିଂ ବ୍ୟବସ୍ଥା

ହାଇଦ୍ରାବାଦ: ଆରମ୍ଭ ହେବାକୁ ଯାଉଛି ଭାରତୀୟ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏଥି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରାକ୍ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି । ନିର୍ବାଚନରେ ଦେଶର ସମସ୍ତ ବର୍ଗ, ବୟସ ଓ ଧର୍ମର ବ୍ୟକ୍ତିବିଶେଷ ମାନେ ନିଜର ବହୁମୂଲ୍ୟ ଭୋଟ ପ୍ରଦାନ କରି ନିଜର ପ୍ରତିନିଧି ବାଛିଥାନ୍ତି । ଏହାରି ମଧ୍ୟରେ ଦିବ୍ୟାଙ୍ଗ ଓ ବୟସ୍କଙ୍କ ଲାଗି ମତଦାନକୁ ଅଧିକ ସହଜ କରିଛି ଇସିଆଇ । ଏଥର ସାଧାରଣ ନିର୍ବାଚନରେ ଏହି ବର୍ଗଙ୍କ ଲାଗି ଇସିଆଇ 'ହୋମ ଭୋଟିଂ'ର ବ୍ୟବସ୍ଥା କରିଛି । ଅର୍ଥାତ ଏହି ବର୍ଗର ମତଦାତା ଘରେ ରହି ଭୋଟ ଦେଇପାରିବାର ବାବସ୍ଥା ହୋଇଛି ।

ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ, ଏଥରର ଲୋକସଭା ନିର୍ବାଚନରେ ୮୫ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ହୋଇଥିବା ୮୧,୧୧,୭୪୦ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଯେଉଁଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟରଙ୍କ ଠାରୁ ଅଧିକ ରହିଛି । ମୋଟ ମହିଳା ଭୋଟରଙ୍କ ସଂଖ୍ୟା ୪୭,୨୭,୪୧୭, ପୁରୁଷ ଭୋଟରଙ୍କ ସଂଖ୍ୟା ୩୩,୮୪,୨୩୭ ରହିଥିବା ବେଳେ ତୃତୀୟଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୮୬ ରହିଛି ।

ଏହା ମଧ୍ୟ ପଢନ୍ତୁ.... ଦିବ୍ୟାଙ୍ଗ-ବୟସ୍କଙ୍କ ଲାଗି ସହଜ ହେବ ମତଦାନ; ହୋମ ଭୋଟିଂ ଘୋଷଣା କଲେ ECI - Home Voting Facility

କେଉଁ ରାଜ୍ୟରେ କେତେ ରହିଛନ୍ତି ବୟସ୍କ ଭୋଟର:-

ସମସ୍ତ ରାଜ୍ୟ ଗୁଡିକୁ ବିଚାରକୁ ନେଲେ ମହାରାଷ୍ଟ୍ର (୧୩,୦୭,୮୨୦), ଉତ୍ତର ପ୍ରଦେଶ (୧୦,୩୮,୮୮୨), ବିହାର (୬,୬୫,୯୭୬), ତାମିଲନାଡୁ (୬,୧୪,୦୦୨) ଓ ରାଜସ୍ଥାନ (୫,୭୧,୮୪୩) ଭଳି ରାଜ୍ୟ ବୟସ୍କ ଭୋଟରଙ୍କ ତାଲିକାରେ ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହିଛନ୍ତି । ୮୫ ବର୍ଷର ବୟସ୍କ ପୁରୁଷ ଭୋଟରଙ୍କ ତାଲିକାରେ ମହାରାଷ୍ଟ୍ର (୫,୭୨,୮୩୯), ଉତ୍ତର ପ୍ରଦେଶ (୪,୧୪,୨୧୮) ଓ ତାମିଲନାଡୁ (୨,୯୫,୪୮୨) ଯଥାକ୍ରମେ ପ୍ରଥମ ତିନୋଟି ସ୍ଥାନ ଅକ୍ତିଆର କରିଛନ୍ତି । ମହିଳା ଭୋଟରଙ୍କ ତାଲିକାରେ ଉତ୍ତର ପ୍ରଦେଶ (୬,୩୪,୬୫୧), ରାଜସ୍ଥାନ (୩,୮୩,୩୬୩) ଓ ବିହାର (୩,୭୫,୮୪୬) ଯଥାକ୍ରମେ ଶୀର୍ଷ ତିନୋଟି ସ୍ଥାନରେ ରହିଛନ୍ତି । ସେହିଭଳି ମୋଟ ତୃତୀୟ ଲିଙ୍ଗୀ ଭୋଟର ତାଲିକାରେ ତାମିଲନାଡୁରେ ୧୭ ଜଣ, ଉତ୍ତରପ୍ରଦେଶରେ ୧୩ ଜଣ, ବିହାରରେ ୯ ଜଣ ତଥା ଅନ୍ୟାନ୍ୟ ରାଜ୍ୟରେ ଅବଶିଷ୍ଟ ଭୋଟର ରହିଛନ୍ତି ।

ବୟସ୍କଙ୍କ ପାଇଁ ହୋମ୍ ଭୋଟିଂ ବ୍ୟବସ୍ଥା :-

ପୋଲ ପ୍ୟାନେଲ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, 85 ବର୍ଷରୁ ଅଧିକ ବୟସର ଭୋଟର ଏବଂ 40% ବେଞ୍ଚମାର୍କ ଅକ୍ଷମତା ଥିବା ଦିବ୍ୟାଙ୍ଗ (PwDs) ଗୃହ ଭୋଟ୍ ସୁବିଧା ପାଇପାରିବେ । ଏହି ବର୍ଗର ଭୋଟରମାନେ ମତଦାନର ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନିଜର ଭୋଟ୍ ଦେବା ଆରମ୍ଭ କରିଦେଇଛନ୍ତି । ଇସିଆଇର କହିବାନୁସାରେ, ଘରୁ ମତଦାନ ସମୟରେ ମତଦାନ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କ ସହିତ ଜଣେ ଗୁପ୍ତଚର ମଧ୍ୟ ରହିବେ । ଏହି କ୍ରମରେ ରାଜସ୍ଥାନ ଚୁରୁରେ ଏକ ପରିବାରର 8 ଜଣ ଦିବ୍ୟାଙ୍ଗ ଭୋଟର ମତଦାନ କରିଛନ୍ତି । ସେହିପରି ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ବସ୍ତର ଓ ସୁକମାର 87 ବର୍ଷୀୟ ଇନ୍ଦୁମତି ପାଣ୍ଡେ ଓ 86 ବର୍ଷୀୟ ସୋନମତି ବଘେଲ ପୋଷ୍ଟାଲ ବାଲାଟ ପେପରରେ ଘରେ ମତଦାନ କରିଛନ୍ତି । ମହାରାଷ୍ଟ୍ରରେ ଇସିଆଇ ପୋଲିଂ ଟିମ ଦୀର୍ଘ 107 କିମି ଯାତ୍ରା କରି ହୋମ ଭୋଟିଂ ସୁବିଧା ପ୍ରଦାନ କରିଛନ୍ତି । ଏଠାରେ ଗଡଚିରୋଲି ଜିଲ୍ଲାର ସିରୋଞ୍ଚା ସହରର 2 ଜଣ ବୟସ୍କ ଭୋଟର ମତଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.