ETV Bharat / bharat

ବିଜେପିରୁ ବିଦା ହେଲେ ଭୋଜପୁରୀ ଅଭିନେତା ପବନ ସିଂ, କାରଣ କହିଲା ଦଳ - PAWAN SINGH - PAWAN SINGH

Pawan Singh Expelled From BJP: ଶେଷରେ ପବନ ସିଂଙ୍କୁ ବିଜେପି ଦଳରୁ ବହିଷ୍କାର କରାଯାଇଛି । ନିର୍ବାଚନ ଲଢିବା ପାଇଁ ଦଳରୁ ଟିକେଟ ମିଳିବା ପରେ ମଧ୍ୟ ମନା କରିଥିଲେ । ଅଧିକ ପଢନ୍ତୁ

Pawan Singh
Pawan Singh (ETV Bharat Odisha)
author img

By ETV Bharat Odisha Team

Published : May 22, 2024, 2:01 PM IST

ପାଟନା: ବିଜେପି ଦଳରେ ଥାଇ ବି କାରାକାଟା ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବା ପଡିଲା ମହଙ୍ଗା । ଭୋଜପୁରୀ ଅଭିନେତା ପବନ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିଜେପି । ତାଙ୍କୁ ବିଜେପିରୁ ବହିଷ୍କାର କରାଯାଇଛି । ପବନ କାରାକାଟ ଆସନରୁ ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶବାହାଙ୍କ ବିରୋଧରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ତାଙ୍କୁ ବାରମ୍ବାର ନିର୍ବାଚନ ମୈଦାନରୁ ଓହରି ଯିବାକୁ କୁହାଯାଉଥିଲେ ହେଁ ସେ ପଛକୁ ଫେରିବା ପାଇଁ ପ୍ରସ୍ତୁତ ନଥିଲେ । ବର୍ତ୍ତମାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପବନ ବିଜେପିରୁ ବହିଷ୍କୃତ: ଏନେଇ ରାଜ୍ୟ ମୁଖ୍ୟାଳୟର ଦାୟିତ୍ୱରେ ଥିବା ଅରବିନ୍ଦ ଶର୍ମା ଏକ ଚିଠି ଜାରି କରି କହିଛନ୍ତି, ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ଆପଣ ମୈଦାନକୁ ଓହ୍ଲାଇଛନ୍ତି । ଏହା ଦଳ ବିରୋଧୀ କାର୍ଯ୍ୟ ଅଟେ । ଏହି କାରଣ ପାଇଁ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି । ପବନଙ୍କର ଏଭଳି କାର୍ଯ୍ୟକଳାପ ଦଳର ଶୃଙ୍ଖଳା ବିରୋଧୀ ଅଟେ । ଏହାକୁ ଦୃଷ୍ଟିରେ ରଖି ପବନ ସିଂଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ଲଢିବାକୁ ମନା କଲେ ପବନ ସିଂ, କାଲି ଆସାନସୋଲରୁ ଟିକେଟ ଦେଇଥିଲା ବିଜେପି

Pawan Singh
Pawan Singh (ETV Bharat Odisha)

ଆସନସୋଲରୁ ମିଳିଥିଲା ଟିକଟ: ପଶ୍ଚିମବଙ୍ଗ ଆସାନସୋଲ ସଂସଦୀୟ ଆସନରୁ ବିଜେପି ପବନ ସିଂଙ୍କୁ ଟିକେଟ ଦେଇଥିଲା । ଦଳ ତାଙ୍କୁ ତ୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା । କିନ୍ତୁ ସେ ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ମନା କରିଦେଇଥିଲେ । କିଛି ଦିନ ପରେ ସେ ବିହାରର କାରାକାଟରୁ ନିର୍ବାଚନ ଲଢିବା ପାଇଁ ଘୋଷଣା କରିଥିଲେ ।

କାରାକାଟରେ ତ୍ରୁମୁଖୀ ଲଢେଇ: ପବନ ସିଂ କାରକାଟ ଲୋକସଭା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ଆସନରୁ ଏନଡିଏ ପ୍ରାର୍ଥୀ ଭାବେ ଉପେନ୍ଦ୍ର କୁଶବାହା ମଇଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ସିପିଆଇ(ଏମଏଲ)ରୁ ରାଜାରାମ ସିଂ ନିର୍ବାଚନ ଲଢୁଛନ୍ତି । ପବନ ସିଂ କାରଣରୁ ମୁକାବିଲା ତ୍ରିକୋଣୀୟ ହୋଇଛି । ପବନ ସିଂ କାରଣରୁ ବିଜେପିର ଭୋଟ କମ୍ ହେବାର ସମ୍ଭାବନା ରହିଛି । ଏହି କାରଣରୁ ଭାବେ ଉପେନ୍ଦ୍ର କୁଶବାହାଙ୍କ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି । କାରାକଟରେ ସପ୍ତମ ପର୍ଯ୍ୟାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ 4 ତାରିଖରେ ପ୍ରକାଶ ପାଇବ ଫଳାଫଳ । କିଏ ମାରିବ ବାଜି ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.