ETV Bharat / bharat

ଏକଜିଟ୍‌ ପୋଲ୍‌ ପୂର୍ବରୁ 'ଇଣ୍ଡିଆ ମେଣ୍ଟ ମେଳି'; ଖଡ଼ଗେଙ୍କ ବାସଭବନରେ ବୈଠକ ଶେଷ - India Bloc leaders meeting - INDIA BLOC LEADERS MEETING

INDIA BLOC LEADERS MEETING: ଏକଜିଟ୍‌ ପୋଲ୍‌ ପୂର୍ବରୁ ନୂଆଦିଲ୍ଲୀରେ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ' ସଦସ୍ୟଙ୍କ ମେଳି । ଖଡ଼ଗେଙ୍କ ବାସଭବନରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଅଧିକ ପଢନ୍ତୁ

INDIA BLOC LEADERS MEETING
INDIA BLOC LEADERS MEETING (ANI)
author img

By ETV Bharat Odisha Team

Published : Jun 1, 2024, 5:04 PM IST

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ପ୍ରକାଶ ପାଇବ ଏକଜିଟ୍‌ ପୋଲ୍‌ ବା ବୁଥବାହୁଡ଼ା ମତ । ଏହା ପୂର୍ବରୁ ବସିଲା ବିରୋଧୀ ଇଣ୍ଟିଆ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଲୋକସଭା ନିର୍ବାଚନ 2024ର ମତଗଣନା ରଣନୀତିକୁ ନେଇ ବିରୋଧୀ ଦଳ ଏହି ବୈଠକ ଡାକିଛି । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ବୈଠକ ଜାରି ରହିଛି । ଏନସିପି (ଶରଦ ପାୱାର) ପ୍ରମୁଖ ଶରଦ ପାୱାରଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ମୁଖ୍ୟ ନେତାମାନେ ଖଡ଼ଗେଙ୍କ ବାସଭବନରେ ପହଞ୍ଚିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଇଣ୍ଡିଆ ମେଣ୍ଟ ବୈଠକରେ ଟିଏମସି ଓ ପିଡିପି ନେତା ସାମିଲ ହୋଇନାହାନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଏହି ବୈଠକରେ ସାମିଲ ହୋଇନାହାନ୍ତି । ଆଜି ଦେଶରେ ସପ୍ତମ ବା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ସନ୍ଧ୍ୟା 6ଟାରେ ସମସ୍ତ 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ 57 ଲୋକସଭା ଆସନରେ ମତଦାନ ଶେଷ ହେବ । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ସନ୍ଧ୍ୟା ସାଢେ 6ଟା ପରେ ବିଭିନ୍ନ ଏଜେନ୍ସି ଓ ନ୍ୟୁଜ ଚ୍ୟାନେଲ ଏକଜିଟ୍‌ ପୋଲ୍‌ ପ୍ରକାଶ କରିପାରିବେ ।

ଏହା ବି ପଢନ୍ତୁ- ‘ଏକଜିଟ ପୋଲ’ ବିତର୍କ ବର୍ଜନ କରିବ କଂଗ୍ରେସ, ଶାହ କହିଲେ ନିଶ୍ଚିତ ପରାଜୟ ଜାଣି ଭୟଭୀତ

ତେବେ ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବୈଠକ ବସିଛି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କଂଗ୍ରେସ, ସିପିଆଇ, ଡିଏମକେ, ଆପ୍‌, ଆରଜେଡି, ଶିବସେନା(UBT), ଏନସିପି (ଶରଦ ପାୱାର)ର ବରିଷ୍ଠ ନେତା ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିପାରନ୍ତି । ଟିଏମସି ପ୍ରମୁଖ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶେଷ ପର୍ଯ୍ୟାୟ ମତଦାନକୁ ନେଇ ବୈଠକରେ ସାମିଲ ହୋଇପାରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ । ପିଡିପି ମୁଖ୍ୟ ମେହବୁବା ମୁଫ୍ତି ମଧ୍ୟ ଏହି ବୈଠକରୁ ନିଜକୁ ଦୂରେଇ ରଖିଛନ୍ତି ।

ବୈଠକ ବସିବା ପୂର୍ବରୁ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ ଯେ ଏହା ଏକ ଔନପଚାରିକ ବୈଠକ । ଏହି ବୈଠକରେ ନିର୍ବାଚନ ଫଳାଫଳ ରଣନୀତିକୁ ନେଇ ଆଲୋଚନା ହେବ । ଏଥିରେ ଇଭିଏମ ଓ ଫର୍ମ 17 ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେବ ବୋଲି ଖଡ଼ଗେ କହିଥିଲେ । ସୂଚନା ଥାଉ କି ଆଜି ଦେଶର 7 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ନିର୍ବାଚନ 2024ର ଶେଷ ପର୍ଯ୍ୟାୟ ମତାଦନ ଅନୁଷ୍ଠିତ ହୋଇଛି । ଏହାରି ସହିତ ଦେଶରେ ନିର୍ବାଚନ 2024 ଶେଷ ହେବାକୁ ଥିବା ବେଳେ ଜୁନ 4 ତାରିଖରେ ଫଳାଫଳ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.