ETV Bharat / bharat

ଖଣିରେ ଅଘଟଣ: ୧୮ଶହ ଫୁଟ ତଳକୁ ଖସିଲା ଲିପ୍ଟ, 14 ଉଦ୍ଧାର, ଜଣେ ମୃତ - Rajasthan mine accident

author img

By ETV Bharat Odisha Team

Published : May 15, 2024, 10:40 AM IST

Updated : May 15, 2024, 2:11 PM IST

Rajasthan lift collapse : ରାଜସ୍ଥାନ ଝୁନଝୁନୁ ଜିଲ୍ଲାରେ କୋଲିହାନ ଖଣିରେ ଲିପ୍ଟ ଅଘଟଣ । ୧୪ ଉଦ୍ଧାର, ଜଣେ ମୃତ । ଗତକାଲିଠୁ ଲିପ୍ଟରେ ଫସିରହିଥିଲେ ୧୫ କର୍ମଚାରୀ । ଅଧିକ ପଢନ୍ତୁ

Rajasthan lift collapse
Rajasthan lift collapse (Etv Bharat)

ଜୟପୁର: ରାଜସ୍ଥାନ ଝୁନଝୁନୁ ଜିଲ୍ଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖଣିରେ ଅଘଟଣ । ଲିପ୍ଟ ଛିଡି ୧୮୭୫ଫୁଟ ତଳକୁ ଖସିପଡିଲା ଲିପ୍ଟ । ଏହି ଅଘଟଣ ପରେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ ଘଟିଛି । ୧୨ ଘଣ୍ଟା ପରେ ଫସିରହିଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ରାତି ପାଖାପାଖି ୮ଟା ସୁଦ୍ଧା ଖଣିରୁ କାମ ସାରି ୧୫ ଜଣ ଲିପ୍ଟରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଅଘଟଣ ଘଟିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ୧୪ ଜଣଙ୍କୁ ନିରାପଦ ଭାବେ ଉଦ୍ଧାର କରାଯାଇଛି ।

୧୮୦୦ଫୁଟ ତଳେ ଫସିରହିଥିଲେ ୧୪ ଶ୍ରମିକ: ମଙ୍ଗଳବାର ଦିନ ରାଜସ୍ଥାନର ଝୁନଝୁନୁ ଜିଲ୍ଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର ଲିମିଟେଡର କୋଲିହାନ ଖାଦାନରେ ଅଘଟଣ ଘଟିଥିଲା । ରାତି ପାଖାପାଖି ୮.୧୦ରେ ମାଇନ୍ସରୁ କାମ ସାରି ଯାଉଥିବା ବେଳେ ଲିପ୍ଟ ତାର ଛିଣ୍ଡିଯିବାରୁ ପାଖାପାଖି ୧୮ଶହ ୭୫ ଫୁଟ ତଳକୁ ଲିପ୍ଟ ଖସିପଡିଥିବା ବେଳେ ସେଥିରେ ୧୫ ଜଣ କର୍ମଚାରୀ ଫସି ଯାଇଥିଲେ । ସେମାନଙ୍କ ପାଇଁ ରାତିରେ ଔଷଧ ଓ ଖାଦ୍ୟ ସାମଗ୍ରୀ ପଠାଯାଇଥିଲା । ଘଟଣାସ୍ଥଳରେ ଏନଡିଆରଏଫ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପାଖାପାଖି ୬ଟି ଆମ୍ବୁଲାନ୍ସ ମଧ୍ୟ ନିୟୋଜିତ କରାଯାଇଥିଲା । ତେବେ ୧୨ ଘଣ୍ଟା ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଫସିରହିଥିବା କର୍ମଚାରୀଙ୍କ ମଧ୍ୟରେ କୋଲକାତାରୁ ଆସିଥିବା ଭିଜିଲାନ୍ସ ଟିମ ଓ କେସିସିର ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଥିଲେ । ଉଦ୍ଧାର କର୍ମଚାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ହାମଧ୍ୟ ପଢନ୍ତୁ.. ମୁମ୍ବାଇରେ ହୋର୍ଡିଂ ଭୁଶୁଡିବା ଘଟଣା: ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି, ୭୪ ଆହତ - Mumbai Hoarding Collapse

ଟ୍ୱିଟ କରି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଟ୍ୱିଟ କରି ଏନେଇ ସୂଚନା ଦେବା ସହ ଚିନ୍ତାପ୍ରକଟ କରିଥିଲେ ।ସେ ଟ୍ୱିଟରେ ଲେଖିଥିଲେ ଯେ, ଝୁନଝୁନୁର ଖେତଡିଠାରେ ହିନ୍ଦୁସ୍ତାନ କପର ଲିମିଟେଡ ର କୋଲିହାନ ଖାଦାନରେ ଲିପ୍ଟ ରଶି ଛିଣ୍ଡିଯିବାରୁ ଅଘଟଣ ଘଟିଥିବା ସୂଚନା ମିଳିଛି । ଅଧିକାରୀମାନେ ତତକାଳୀନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଯଥାସମ୍ଭବ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଚିନ୍ତାପ୍ରକଟ କରିଥିଲେ ସଚିନ ପାଇଲଟ: କଂଗ୍ରେସ ନେତା ସଚିନ ପାଇଲଟ ମଧ୍ୟ ଏହି ଘଟଣାକୁ ନେଇ ଚିନ୍ତାପ୍ରକଟ କରିଥିଲେ । ସେ ଟ୍ୱିଟ କରି ଏନେଇ ସୂଚନା ଦେଇଥିଲେ । ଲେଖିଥିଲେ, "ଝୁନଝୁନୁର ଖେତଡିଠାରେ ହିନ୍ଦୁସ୍ତାନ କପର ଲିମିଟେଡ ର କୋଲିହାନ ଖାଦାନରେ ଲିପ୍ଟ ରଶି ଛିଣ୍ଡିଯିବା ଘଟଣା ଚିନ୍ତାଜନକ ଅଟେ । ମୁଁ ସରକାର ଏବଂ ପ୍ରଶାସନକୁ ନିବେଦନ କରୁଛି ଉଦ୍ଧାର କାର୍ଯ୍ୟ ଯେତେଶୀଘ୍ର ସମ୍ଭବ କରାଯାଉ ଯାହାଦ୍ୱାରା ଖାଦାନରେ ଫସି ରହିଥିବା ଲୋକମାନେ ନିରାପଦ ଭାବେ ଉଦ୍ଧାର ହୋଇପାରିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2024, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.