ETV Bharat / bharat

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘କଂଗ୍ରେସ ଯୁବରାଜଙ୍କୁ ଓ୍ବାଏନାଡରୁ ମଧ୍ୟ ତଡିବାକୁ ଚାହେଁ ବାମ ମେଣ୍ଟ’

PM Modi takes jibe at Rahul Gandhi: କେରଳରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ମୋଦି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 27, 2024, 7:32 PM IST

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘କଂଗ୍ରେସ ଯୁବରାଜଙ୍କୁ ଓ୍ବାଏନାଡରୁ ତଡିବାକୁ ଚାହେଁ ବାମ ମେଣ୍ଟ’

ଥିରୁଅନନ୍ତପୁରମ: କେରଳ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ନେତା ତଥା କେରଳର ଓ୍ବାଏନାଡରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ‘ଯୁବରାଜ’ କହି ମୋଦି କଟାକ୍ଷ କରିବା ସହ ଏହି ଯୁବରାଜଙ୍କୁ ଓ୍ବାଏନାଡରୁ ତଡିବାକୁ ବାମ ମେଣ୍ଟ ନିଷ୍ପତ୍ତି ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତକାଲି ‘ଇଣ୍ଡିଆ’ ମେଣ୍ଟରେ ସହଯୋଗୀ ଦଳ ଥିବା କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ଓ୍ବାଏନାଡ ସମେତ କେରଳର 4 ସଂସଦୀୟ ଆସନରେ ପ୍ରାର୍ଥୀ ଦେବା ଘଟଣାକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିଛି ।

ଏବେ ରାହୁଲ ଗାନ୍ଧୀ ସାଂସଦ ଥିବା ଓ୍ବାଏନାଡରୁ ସିପିଆଇ ଦଳର ବରିଷ୍ଠ ନେତ୍ରୀ ଆନ୍ନିଏ ରାଜାଙ୍କୁ ଟିକେଟ ଦୋଇଛି । ଏହାକୁ ଆଜି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି । ମୋଦି କହିଛନ୍ତି, କେରଳରେ ଉଭୟ ସିପିଆଇ-କଂଗ୍ରେସ ପରସ୍ପରର ଶତ୍ରୁ । ହେଲେ ରାଜ୍ୟ ବାହାରେ ସେମାନେ ମିତ୍ର । ଏବେ କଂଗ୍ରେସର ଯୁବରାଜଙ୍କୁ ବାମ ମେଣ୍ଟ ଓ୍ବାଏନାଡ ଆସନରୁ ତଡିବାକୁ ଚାହୁଁଛି । ଉଭୟ ଦଳ ମଧ୍ୟରେ ଚାଲିଥିବା ଏହି ଫ୍ରଡକୁ କେରଳବାସୀ ବୁଝିବା ଆବଶ୍ୟକ । ରାଜ୍ୟବାସୀ ଏହି ନିର୍ବାଚନରେ ଏହାର ଜବାବ ମଧ୍ଯ ଦେବେ ।

ସେହିପରି ପ୍ରଧାନମନ୍ତ୍ରୀ କେରଳରେ ତାଙ୍କ ସରକାର ତୃତୀୟ ପାଳିରେ ଶିକ୍ଷା ଓ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟରେ ସାଧାରଣ ଓ ନିମ୍ନ ମଧ୍ୟବିତ ପରିବାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ କେତେ ସମସ୍ୟାର ସମ୍ନା କରିବାକୁ ପଡୁଛି, ତାହା ସମସ୍ତେ ଜାଣନ୍ତି । କେନ୍ଦ୍ରରେ ବିଜେପିର ତୃତୀୟ ପାଳିରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନର ବିକାଶ ଉପରେ ଗୁରୁତ୍ବ ଦିଆଯିବ । ଦେଶର ବିକାଶ ପାଇଁ ବିରୋଧୀଙ୍କ ପାଖରେ କୌଣସି ରୋଡମ୍ୟାପ ନାହିଁ । ସେମାନଙ୍କର ଗୋଟିଏ ଉଦ୍ଦେଶ୍ୟ, ମୋଦିଙ୍କୁ ଗାଳିଦେବା । କେରଳ ଏହି ନକରାତ୍ମକ ବିଚାରରେ ପ୍ରଭାବିତ ହେବନାହିଁ । ଏଥର ରାଜ୍ୟବାସୀ ଦେଶର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ଓ ‘ଏନଡିଏ’ ମେଣ୍ଟକୁ ଭୋଟ ଦେବା ନେଇ ସେ ଆଶାବାଦୀ ଥିବା ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଧରା ଦେଉନାହାନ୍ତି କେଜ୍ରିଓ୍ବାଲ, 8ମ ସମନ ଜାରି କଲା ED

ଆଜି ପ୍ରଧାନମନ୍ତ୍ରୀ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ଥିରୁଅନନ୍ତପୁରମରେ ଥିବା ଡ.ବିକ୍ରମ ସରାଭାଇ ମହାକାଶ ଗବେଷଣା କେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ଦେଶର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ରେ ମହାକାଶ ଯାତ୍ରା କରିବାକୁ ଥିବା 4 ଭାରତୀୟ ବାୟୁସେନାର ପାଇଲଟଙ୍କ ନାମ ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ସମସ୍ତଙ୍କୁ ଭାରତୀୟ ବାୟୁସେନାର ‘ଆଷ୍ଟ୍ରୋନଟ ଓ୍ବିଙ୍ଗ’ ଭାବେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କେନ୍ଦ୍ରମନ୍ତ୍ରୀ ମୁରଲୀଧରନ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ମୁଖ୍ୟ ଏସ.ସୋମନାଥ ଓ ବାୟୁସେନା ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ମହାକାଶ ବିଜ୍ଞାନୀ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.