ETV Bharat / bharat

ରାଏ ବରେଲୀରେ ରାହୁଲ: ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲେ, ପୋଷ୍ଟର ଲଗାଇଲେ ବିରୋଧୀ - RAHUL GANDHI VISIT RAEBARELI

author img

By ETV Bharat Odisha Team

Published : Jul 9, 2024, 2:16 PM IST

Updated : Jul 9, 2024, 2:30 PM IST

Rahul Gandhi Visits Raebareli: ରାଏ ବରେଲୀରେ ରାହୁଲ । ହନୁମାନ ମନ୍ଦିରରେ ପୂଜା କଲେ । ବିରୋଧରେ ଦେଖିବାକୁ ମିଳିଲା ପୋଷ୍ଟର । ସଂସଦରେ ହିନ୍ଦୁତ୍ବ ବିରୋଧୀ ବିବାଦୀୟ ବୟାନ ପାଇଁ ପୋଷ୍ଟରରେ କଲେ ସମାଲୋଚନା । ଅଧିକ ପଢନ୍ତୁ

ରାଏ ବରେଲୀରେ ରାହୁଲ: ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲେ, ପୋଷ୍ଟର ଲଗାଇଲ ବିରୋଧୀ
ରାଏ ବରେଲୀରେ ରାହୁଲ: ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଲେ, ପୋଷ୍ଟର ଲଗାଇଲ ବିରୋଧୀ (ETV Bharat Odisha)

ଲକ୍ଷ୍ନୌ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ଗୃହ ସଂସଦୀୟ କ୍ଷେତ୍ର ରାୟ ବରେଲୀ ଗସ୍ତ କରିଛନ୍ତି । ଲକ୍ଷ୍ନୌ ଏୟାରପୋର୍ଟରୁ ବାହାରି ସେ ରାୟବରେଲୀରେ ପହଞ୍ଚିଥିଲେ । ବଛରବାର ଚୁରବା ବର୍ଡର ନିକ'ରେ ଥିବା ହନୁମାନ ମନ୍ଦିରରେ ପୂଜା କରିଥିଲେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାହୁଲଙ୍କ କାଫିଲା ଭୁଏମଓ ଗେଷ୍ଟହାଉସ ଆଡକୁ ବଢିଥିଲା । ଭୁଏମଓରେ ରାହୁଲ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ।

ଏହା ପୂର୍ବରୁ ରାହୁଲଙ୍କ ଗସ୍ତକୁ ବିରୋଧ କରି ଦୁଇଟି ପୋଷ୍ଟର ଦେଖିବାକୁ ମିଳିଛି । ରାହୁଲ ସଂସଦରେ ଦେଇଥିବା ହିନ୍ଦୁ ସମ୍ପର୍କିତ ବିବାଦୀୟ ବୟାନକୁ ଏଥିରେ ନିନ୍ଦା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି, ‘‘କଣ ଆପଣଙ୍କୁ ଏହି ମନ୍ତବ୍ୟ ଦେବା ପାଇଁ ରାୟ ବରେଲୀବାସୀ ନିର୍ବାଚିତ କରିଥିଲେ ।’’ ରାୟବରେଲୀରେ ରାହୁଲ ଗାନ୍ଧୀ କୀର୍ତ୍ତିଚକ୍ର ବିଜେତା ଶହୀଦ ଅଂଶୁମାନ ସିଂଙ୍କ ପରିଜନକୁ ମଧ୍ୟ ସାକ୍ଷାତ କରିବେ । ଏହା ପରେ ତାଙ୍କର ଅନ୍ୟକାର୍ଯ୍ୟକ୍ରମ ରହିଛି । ଆଜି ସଂଧ୍ୟା ପର୍ଯ୍ୟନ୍ତ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପରେ ସଂଧ୍ୟାରେ ଦିଲ୍ଲୀ ଫେରିବେ ।

ରାହୁଲ ନିଜ ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ତାଙ୍କ ମା’ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପାରମ୍ପରିକ ଆସନ ରାୟବରେଲୀରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପୂର୍ବରୁ ରାହୁଲ ଆମେଠୀରୁ ନିର୍ବାଚନ ଲଢିଆସୁଥିଲା ବେଳେ 2019 ରେ ସେଠାରୁ ପରାଜିତ ହୋଇଥିଲେ । ଏଥର ସେ ଆସନ ପରିବର୍ତ୍ତନ କରି ରାୟବରେଲୀରୁ ନିର୍ବାଚନ ଲଢି ସଂସଦରେ ପହଞ୍ଚିବା ପରେ ବିରୋଧୀ ଦଳ ନେତା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- BCCI ପୁରସ୍କାର ରାଶି, 125 କୋଟିରୁ କାହାକୁ ମିଳିବ କେତେ ? କୋହଲି-ବିରାଟ ପାଇବେ ଏତିକି ଟଙ୍କା - T20 World Cup 2024

ଲୋକସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଅଭିଭାଷଣରେ ବିବାଦୀୟ ହୋଇପଡିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ମୋଦି ଓ ଭାରତୀୟ ଜନତା ପାର୍ଟିକୁ ସମାଲୋଚନା କରିବାକୁ ଯାଇ ହିନ୍ଦୁଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ବିଭିନ୍ନ ସ୍ଥାନରେ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ସାମ୍ନାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ରାହୁଲଙ୍କ ପାଇଁ ଦଳକୁ ଡିଫେଣ୍ଡ କରିବାକୁ ଭୁଲିନଥିଲା । ରାହୁଲ ଏପରି ମନ୍ତବ୍ୟ ହିନ୍ଦୁ ସମାଜ ବିରୋଧରେ ନୁହେଁ ବରଂ ବିଜେପି ଓ ମୋଦିଙ୍କ ଉଦ୍ଦେଶ୍ୟରେ କହିଥିବା ଦଳ ସଫେଇ ରଖିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 9, 2024, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.