ETV Bharat / bharat

ଓଟିରେ ଭୁଶୁଡିଲା ନିର୍ମାଣାଧୀନ କାନ୍ଥ: 6 ମହିଳା ଶ୍ରମିକ ମୃତ, ଏକାଧିକ ଗୁରୁତର - Tamilnadu

Landslide in Ooty, several dies: ଓଟିରେ ନିର୍ମାଣାଧୀନ କାନ୍ଥ ଭୁଶୁଡି 6 ମହିଳା ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଓଟିରେ ଭୂସ୍ଖଳନ: 6 ମୃତ, ଏକାଧିକ ଆହତ
ଓଟିରେ ଭୂସ୍ଖଳନ: 6 ମୃତ, ଏକାଧିକ ଆହତ
author img

By ETV Bharat Odisha Team

Published : Feb 7, 2024, 4:52 PM IST

ଚେନ୍ନାଇ: ତାମିଲନାଡୁ ଓଟିରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡି ପଡିବାରୁ 6 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ 6 ମୃତକ ମହିଳା ଓ ସେମାନେ ସମସ୍ତେ ସେହି ନିର୍ମାଣକାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିଲେ । ଅନ୍ୟ କିଛି ଶ୍ରମିକ ଏଥିରେ ଆହତ ମଧ୍ୟ ହୋଇଛନ୍ତି । 4 ଜଣ ଆହତଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଅପରେସନ ଜାରି ରଖିଛନ୍ତି ।

ନୀଳଗିରି ଜିଲ୍ଲା ଓଟି ଲଭଡାଲେ ଏରିଆରେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏକ ବିଶାଳ କଂକ୍ରିଟ ପାଚେରୀ ନିର୍ମାଣରେ ବହୁ ଶ୍ରମିକ ନିୟୋଜିତ ଥିଲେ । ଆଜି ପୂର୍ବାହ୍ନରେ ହଠାତ ମାଟି ଅତଡା ଧସିଥିଲା । କାମ କରୁଥିବା ଶ୍ରମିକମାନେ ମାଟି ଅତଡା ତଳେ ପୋତି ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ । ସ୍ଥାନୀୟ ଅଗ୍ନିଶମ ଟିମ୍‌ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । 4 ଜଣ ଶ୍ରମିକ ମାଟି ଅତଡା ମଧ୍ୟରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି । ଏବେ ମଧ୍ୟ ଖୋଳା କାମ ଜାରି ରହିଛି । ସଂଧ୍ୟା ସୁଦ୍ଧା ଏହି ଅପରେସନ ଶେଷ କରାଯିବାକୁ ଲକ୍ଷ୍ଯ ରଖାଯାଇଛି । ଏହା ପରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ :- ଆଉ 5 ଦିନ ବଢ଼ିଲା ହେମନ୍ତ ସୋରେନଙ୍କ ‘ଇଡି’ ରିମାଣ୍ଡ ଅବଧି

ଏହି ନିର୍ମାଣ କାର୍ଯ୍ୟରେ ମୋଟ୍ କେତେ ସଂଖ୍ଯକ ଶ୍ରମିକ ନିୟୋଜିତ ଥିଲେ, କେତେ ସଂଖ୍ୟକ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ହୋଇନି । ଉଦ୍ଧାର ହୋଇଥିବା 6 ମହିଳା ଶ୍ରମିକଙ୍କ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ସମସ୍ତ ମୃତକଙ୍କ ବୟସ 30 ରୁ 38 ବର୍ଷ ମଧ୍ୟରେ ରହିଛି । ସେମାନଙ୍କୁ ଚିହ୍ନଟ କରାଯାଇ ପରିଜନଙ୍କୁ ପୋଲିସ ସୂଚନା ଦେଇଛି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ନିର୍ମାଣ କାର୍ଯ୍ୟରେ ସଠିକ ନିରାପତ୍ତା ମାନକ ଅନୁପାଳନ କରାଯାଇଥିଲା କି ନାହିଁ, ତାହା ଏବେ ତଦନ୍ତ ପରିସରଭୁକ୍ତ ରହିଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଜିଲ୍ଲା ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.