ETV Bharat / bharat

ମୋଦିଙ୍କୁ ମମତାଙ୍କ ଚିଠି, ଦେଶରେ ଦୁଷ୍କର୍ମ ନିରୋଧୀ କଠୋର ଆଇନ ଆଣିବାକୁ ଦାବି - Mamata Writes To PM Modi

author img

By ETV Bharat Odisha Team

Published : Aug 23, 2024, 7:53 AM IST

Mamata Banerjee Writes To PM Modi: ଦେଶରେ ପ୍ରତିଦିନ 90ଟି ଦୁଷ୍କର୍ମ ମାମଲା ଘଟୁଛି । ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଦୁଷ୍କର୍ମ ନିରୋଧୀ କଠୋର ଆଇନ ଆଣିବାକୁ ମୋଦିଙ୍କୁ ଚିଠି ଲେଖି ଦାବି କଲେ ମମତା ବାନାର୍ଜୀ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ: କୋଲକାତା ଆରଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବିବାଦକୁ ଠେଲି ହୋଇଯାଇଛି ମମତା ସରକାର । ଗୋଟିଏ ପଟେ ମମତା ପୀଡିତାଙ୍କୁ ନ୍ୟାୟ ଦାବିରେ ଧାରଣାକୁ ଓହ୍ଲାଇବାରୁ ସେ କାହା ବିରୋଧରେ ଆନ୍ଦୋଳନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । ଏହି ଘଟଣାକୁ ନେଇ ମମତା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ବିଜେପି ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦୁଷ୍କର୍ମ ନିରୋଧୀ କଠୋର ଆଇନ ଆଣିବାକୁ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସାରା ଦେଶରେ ଦିନକୁ ପ୍ରାୟ 90ଟି ଦୁଷ୍କର୍ମ ମାମଲା ରିପୋର୍ଟ ହେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପଶ୍ଚିମବଙ୍ଗ ସିଏମ ।

ପ୍ରତିଦିନ ଦେଶରେ 90 ଟି ଦୁଷ୍କର୍ମ ମାମଲା ଘଟୁଛି: ଚିଠିରେ ମମତା ଲେଖିଛନ୍ତି, ''ଉପଲବ୍ଧ ଥିବା ତଥ୍ୟ ଅନୁଯାୟୀ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶରେ ଧିରେ ଧିରେ ବୃଦ୍ଧି ପାଉଛି। ପ୍ରତିଦିନ ଦେଶରେ 90ଟି ଦୁଷ୍କର୍ମ ମାମଲା ଘଟୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମାଜ ତଥା ଦେଶର ଆତ୍ମବିଶ୍ୱାସ ଏବଂ ବିବେକକୁ ଥରାଇ ଦେଉଛି।" ଏହାକୁ ଶେଷ କରି ମହିଳାଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ଏହି ଜଘନ୍ୟ ଅପରାଧ ଉପରେ ରୋକ ଲଗାଇବା ପାଇଁ କଠୋର ନିୟମ ଆଣିବା ଆବଶ୍ୟକ ରହିଛି । ଏଥି ସହ ସମସ୍ତ ମାମଲାର 15 ଦିନ ମଧ୍ୟରେ ବିଚାର କରାଯିବା ଉଚିତ ଏବଂ ଫାଷ୍ଟ-ଟ୍ରାକ କୋର୍ଟ ମାଧ୍ୟମରେ ଏହି ଦଣ୍ଡ ଦିଆଯିବା ଉଚିତବୋଲି ଚିଠିରେ ଦାବି କରିଛନ୍ତି ମମତା ।''

ଏହା ମଧ୍ୟ ପଢନ୍ତୁ-କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଭତ୍ସନା କଲେ ସୁପ୍ରିମକୋର୍ଟ, ଆନ୍ଦୋଳନରତ ଡାକ୍ତରଙ୍କୁ କାମରେ ଯୋଗଦେବାକୁ କହିଲେ - Kolkata Doctor rape murder

ଆର.ଜି କର ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତର ମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଯଦିଓ ସୁପ୍ରିମକୋର୍ଟ ଗୁରୁବାର ଜୁନିଅର ଡାକ୍ତରମାନଙ୍କୁ ଏହି ଧର୍ମଘଟ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏହା ମଧ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୁଷ୍କର୍ମ ଓ ହତ୍ୟା ସମ୍ପର୍କରେ କଡା ଆଇନ ଦାବି କରିଛନ୍ତି।

ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କ କରାଯିବ ପଲିଗ୍ରାଫ ଟେଷ୍ଟ: ଡାକ୍ତର ଦୁଷ୍କର୍ମ ଘଟଣାରେ ତଦନ୍ତ ଜାରି ରଖିଛି ସିବିଆଇ । ଏହାରି ମଧ୍ୟରେ ଗତକାଲି ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦିପ ଘୋଷଙ୍କ ସେମତ 4 ଜଣ ଡାକ୍ତରଙ୍କୁ କୋଲକାତାର ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା ସିବିଆଇ । ଶୁଣାଣି ସମୟରେ ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇ ଅନୁମତି ମାଗିଥିଲା । କୋର୍ଟ ମଧ୍ୟ ଏହି ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.