ETV Bharat / bharat

କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଘଟଣାର ପ୍ରତିବାଦ, IMAର ୨୪ ଘଣ୍ଟିଆ ଧର୍ମଘଟ, ଓଡ଼ିଶାରେ ପ୍ରଭାବ - KOLKATA RAPE MURDER CASE

author img

By ETV Bharat Odisha Team

Published : Aug 17, 2024, 7:50 AM IST

Updated : Aug 17, 2024, 10:35 AM IST

Kolkata Doctor Rape and Murder Case: କୋଲକାତାରେ ମହିଳା ଡାକ୍ତରକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଆଜି ଭାରତୀୟ ମେଡିକାଲ ମହାସଂଘ IMAର ଦେଶବ୍ୟାପୀ ବନ୍ଦ ଡାକରା । ୨୪ ଘଣ୍ଟିଆ ବନ୍ଦ ପାଳନ ଯୋଗୁଁ , ଓଡ଼ିଶା ସମେତ ସବୁ ରାଜ୍ୟରେ ରୋଗୀସେବା ଉପରେ ପଡ଼ିଛି ପ୍ରଭାବ । ଅଧିକ ପଢନ୍ତୁ,

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା ((ANI))

କୋଲକାତା: କୋଲକାତାର ଆରଜି କର ମେଡିକାଲରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ତେଜିଛି ଆନ୍ଦୋଳନ । ପଶ୍ଚିମବଙ୍ଗରୁ ଓଡ଼ିଶା, ହାଇଦ୍ରାବାଦରୁ ମୁମ୍ବାଇ ଦେଶର ପ୍ରତିଟି ସହରରେ ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ଡାକ୍ତର ମାନେ । ଏହି ଘଟଣାକୁ ବିରୋଧ କରି ଆଜି ଭାରତୀୟ ଭେଷଜ ପରିଷଦ (IMA) ପକ୍ଷରୁ ଦେଶବ୍ୟାପି 24 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି । ଆଜି ସକାଳ 6ଟାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ପଶ୍ଚମବଙ୍ଗ ସମେତ ପାଟନା, ଚେନ୍ନାଇ, ରାଜକୋଟ,କେରଳ, ଉଦୟପୁର,ମୁମ୍ବାଇରେ ଧର୍ମଘଟ ଜାରି ରଖିଛନ୍ତି ଡାକ୍ତର । ଏତିପାିଁ ଡାକ୍ତିରୀ ସେବା ବ୍ୟାହତ ହୋଇଛି । ଧର୍ମଘଟ ସମୟରେ କେବଳ ଜରୁରୀ ସେବା ବ୍ୟତିତ ଅନ୍ୟ ସବୁ ବନ୍ଦ ରହିବ ।

ଏହା ମଧ୍ୟ ପଢନ୍ତୁ-ଟ୍ରେନି ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ମେଡିକାଲ ଭିତରେ ଭଙ୍ଗାରୁଜା ଘଟଣାରେ ୧୯ ଗିରଫ, CBIକୁ ଡେଡଲାଇନ ଦେଲେ ମମତା, 17ରୁ କରିବେ ପ୍ରତିବାଦ - Kolkata doctor rape and murder

ଘଟଣାରେ ଏକାଧିକ ହସ୍ପିଟାଲ ଟ୍ରେନି ଓ ଡାକ୍ତର ସମ୍ପୃକ୍ତ: ଅନ୍ୟପଟେ ଏହି ଘଟଣାରେ ସିବିଆଇ ତଦନ୍ତ ଜାରି ରଖିଛି । ପୀଡିତାଙ୍କ ବାପା ଓ ମାଆ ସିବିଆଇକୁ କହିଛନ୍ତି ଯେ, ଏହି ଘଟଣାରେ ଡାକ୍ତରଖାନାର ଅନେକ ଟ୍ରେନି ଏବଂ ଡାକ୍ତର ସମ୍ପୃକ୍ତ ଥାଇପାରନ୍ତି। ଯେଉଁ ମାନଙ୍କୁ ସେମାନେ ସନ୍ଦେହ କରୁଛନ୍ତି ସିବିଆଇକୁ ମଧ୍ୟ ସେମାନଙ୍କ ନାମ କହିଛନ୍ତି । ସିବିଆଇର ଜଣେ ଅଧିକାରୀ କହିଛନ୍ତି, "ପୀଡିତାଙ୍କ ପିତାମାତା ଆମକୁ କହିଛନ୍ତି, ତାଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଡାକ୍ତରଖାନାର ଏକାଧିକ ଲୋକ ସାମିଲ ଥାଇପରାନ୍ତି । କିଛି ଟ୍ରେନି ଓ ଡାକ୍ତରଙ୍କ ନାମ ମଧ୍ୟ ଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତରେ ସିବିଆଇ ସେମାନଙ୍କୁ ପଚରାଉଚରା କରିବାରେ ଅଧିକ ପ୍ରାଥମିକତା ଦେଉଛି। ଅତି କମରେ 30 ଜଣଙ୍କୁ ଚିହ୍ନଟ କରିଛୁ ଏବଂ ସେମାନଙ୍କୁ ପଚରାଉଚରା ଆରମ୍ଭ କରିଛୁ।"

ଡାକ୍ତରଖାନାର ପୂର୍ବତନ ଅଧ୍ୟକ୍ଷଙ୍କୁ ଉଠାଇ ନେଲା ପୋଲିସ: ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ରାତିରେ ଡାକ୍ତରଙ୍କ ସହ ଡ୍ୟୁଟିରେ ଥିବା ଜଣେ କର୍ମଚାରୀ ଏବଂ ଦୁଇଜଣ ସ୍ନାତକୋତ୍ତର ପ୍ରଶିକ୍ଷକଙ୍କୁ ଶୁକ୍ରବାର ସମନ କରିଥିଲା ସିବିଆଇ। ଏଥିସହ ପଚରାଉଚରା ପାଇଁ ଡାକ୍ତରଖାନାର ପୂର୍ବତନ ଅଧ୍ୟକ୍ଷ ସନ୍ଦିପ ଘୋଷଙ୍କୁ ଉଠାଇ ନେଇଛି ସିବିଆଇ । ମହିଳାଙ୍କ ମୃତଦେହ ମିଳିବାର ଦୁଇ ଦିନ ପରେ ଘୋଷଙ୍କ ସୁରକ୍ଷା ପାଇଁ ତାଙ୍କ ଓକିଲ ହାଇକୋର୍ଟରେ ସୁରକ୍ଷା ମାଗିଥିଲେ ।

ଜାତୀୟ ମହିଳା କମିଶନ: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏନସିଡବ୍ଲ୍ୟୁ ଦ୍ୱାରା ଗଠିତ ଦୁଇ ଜଣିଆ ଯାଞ୍ଚ କମିଟି ଯାଞ୍ଚ କରି ପ୍ରାଥମିକ ତଦନ୍ତ ରିପୋର୍ଟ ପ୍ରସ୍ତୁକ କରିଛି । ଯେଉଁଥିରେ ସୁରକ୍ଷା, ଭିତ୍ତିଭୂମି ଏବଂ ତଦନ୍ତରେ ତ୍ରୁଟି ଦେଖାଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ଜାତୀୟ ମହିଳା କମିଶନ ଉଲ୍ଲେଖ କରିଛି ।

ମମତା ବାନାର୍ଜୀ ସରକାରକୁ ହାଇକୋର୍ଟଙ୍କ ଭର୍ସନା: ଆରଜି କର ମେଡିକାଲ କଲେଜରେ ବ୍ୟାପକ ଭଙ୍ଗାରୁଜା ନେଇ ହାଇକୋର୍ଟରେ ଏକ ଆବେଦନ ହୋଇଥିଲା । ଯାହାର ଶୁଣାଣି ଗତକାଲି ହୋଇଥିଲା । ଏହି ସମୟରେ ରାଜ୍ୟସରକାର ଓ ପୋଲିସ ପ୍ରଶାସନ ଉପରେ ବର୍ଷିଥିଲେ କୋର୍ଟ । ହସ୍ପିଟାଲକୁ ଭଙ୍ଗାରୁଜା କରିବାକେ 7 ହଜାରରୁ ଉର୍ଦ୍ଧ୍ବ ଲୋକ ଆସିଥିବା ବେଳେ ପୋଲିସ କଣ କରୁଥିଲା ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ କହିଥିଲେ ଯେ, ହିଂସା ରୋକିବାକୁ ଲୁହାବୁହା ଗ୍ୟାସ ଛଡାଯାଇଥିଲା । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା । ଏହା ଶୁଣିବା ପରେ ହିଂସା ସମୟରେ 144 ଧାରା ଲାଗୁ କରାଯାଇପାରିଥାନ୍ତା, ଏଥିରୁ ସ୍ପଷ୍ଟ ଯେ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସଫଳ ହୋଇଛନ୍ତି । ସ୍ଥିତି ନସୁଧୁରିଲେ ହସ୍ପିଟାଲ ବନ୍ଦ କରାଯିବା ବୋଲି କହିଛନ୍ତି କୋର୍ଟ ।

ହସ୍ପିଟାଲରେ ଭଙ୍ଗାରୁଜା ପଛରେ ବାମ-ରାମ ଦଳର ହାତ: ପୀଡିତାଙ୍କୁ ନ୍ୟାୟ ପାଇଁ ଗତକାଲି ରାଲିକୁ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହସ୍ପିଟାଲରେ ଭଙ୍ଗା ରୁଜା କରାଯାଇଥିବା ବେଳେ ଏହା ପଛରେ ବାମ ଓ ରାମ ଦଳର ହାତ ରହିଛି । ସିପିଆଇଏମ ଓ ବିଜେପି ହାତ ମିଳାଇ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ହସ୍ପିଟାଲରେ ଭଙ୍ଗାରୁଜା ସମୟର ଭିଡିଓରେ କିଛି ଲୋକ ବିଜେପିର ପତାକା ଓ ବାମ ଦଳର ପତାକା ଧରିଥିବା ଦେଖିଥିବା କହିଛନ୍ତି ମମତା ।

ମମତା ବାନାର୍ଜୀଙ୍କୁ ପିଡିତାଙ୍କ ନ୍ୟାୟ ପାଇଁ ଗତକାଲି ପଦ ଯାତ୍ରା କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କାହା ବିରୋଧରେ ପଦଯାତ୍ରା କରୁଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଘଟଣାରେ ଏକାଧିକ ଲୋକ ସାମିଲ ଥିବା ସେ କହିଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ଘଟଣାକୁ ନନ୍ଦା କରିବା ସହ ପ୍ରମାଣ ନଷ୍ଟ ଲାଗି ଉଦ୍ୟମ ହେଉଥିବା କହିଛନ୍ତି ।

Last Updated : Aug 17, 2024, 10:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.