ETV Bharat / bharat

ୱାୟନାଡ ଗ୍ରାଉଣ୍ଡ ଜିରୋରେ ପ୍ରଧାନମନ୍ତ୍ରୀ ମୋଦି: ଆକାଶମାର୍ଗରୁ ଦେଖିଲେ, ଘଟଣାସ୍ଥଳ ବୁଲିଲେ - PM Modi in Wayanad landslide spot

author img

By ETV Bharat Odisha Team

Published : Aug 10, 2024, 3:18 PM IST

Kerala tragedy: ଓ୍ବାୟନାଡ ଭୂସ୍ଖଳନ ସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା । ଏରିଆଲ ସର୍ଭେ ପରେ ପ୍ରଭାବିତ ଗ୍ରାମ ବୁଲିଲେ । ସାଙ୍ଗରେ ଥିଲେ କେରଳ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଜୁଲାଇ 30 ତାରିଖରେ ହୋଇଥିବା ସର୍ବଗ୍ରାସୀ ଭୂସସ୍ଖଳନ ନେଇଥିଲା 4ଶହରୁ ଅଧିକ ଜୀବନ । ଅଧିକ ପଢନ୍ତୁ

ଓ୍ବାୟନାଡ ଭୂସ୍ଖଳନ ସ୍ଥଳରେ ପ୍ରଧାନମନ୍ତ୍ରୀ: ଆକାଶମାର୍ଗରୁ ଦେଖିଲେ, ଘଟଣାସ୍ଥଳ ବୁଲିଲେ
ଓ୍ବାୟନାଡ ଭୂସ୍ଖଳନ ସ୍ଥଳରେ ପ୍ରଧାନମନ୍ତ୍ରୀ: ଆକାଶମାର୍ଗରୁ ଦେଖିଲେ, ଘଟଣାସ୍ଥଳ ବୁଲିଲେ (ETV Bharat Odisha)

ଥିରୁଅନନ୍ତପୁରମ: କେରଳର ଓ୍ବାୟନାଡର ଭୂସ୍ଖଳନ ସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବାହ୍ନରେ କେରଳ ପହଞ୍ଚିବା ପରେ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସ୍ଥିତି ସମୀକ୍ଷା କରିଥିଲେ । ପରେ ଏକାଧିକ ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କେରଳ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଗ୍ରାଉଣ୍ଡଜିରୋରେ ପ୍ରଧାନମନ୍ତ୍ରୀ:-

ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉଦ୍ଧାର ଓ ଥଇଥାନ ଅପରେସନ ସମ୍ପର୍କରେ ଅବଗତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ କେତେକ ଆଶ୍ରୟସ୍ଥଳୀ ଓ ହସ୍ପିଟାଲ ପରିଦର୍ଶନ କରିବେ । ସେଠାରେ ସେ ପ୍ରଭାବିତଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏବେ ମଧ୍ୟ ଶହ ଶହ ଲୋକେ ସରକାରୀ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିବା କିଛି ଆହତଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି । ସେମାନଙ୍କ ଚିକିତ୍ସା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ପୂର୍ବରୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଓ୍ବାୟନାଡ ଗସ୍ତ କରିସାରିଛନ୍ତି ।

ଆକାଶମାର୍ଗରୁ ଭୂସ୍ଖଳନ ଏରିଆ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ଓ କେରଳ ମୁଖ୍ୟମନ୍ତ୍ରୀ
ଆକାଶମାର୍ଗରୁ ଭୂସ୍ଖଳନ ଏରିଆ ବୁଲି ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ଓ କେରଳ ମୁଖ୍ୟମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିବେ କି ? କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ - Supreme Court on hijab ban

ଯାଇଥିଲା 4ଶହ ଜୀବନ:-

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରରୁ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ଦୃଶ୍ୟ
ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟରରୁ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳର ଦୃଶ୍ୟ (ETV Bharat Odisha)
ଉଦ୍ଧାର ଓ ଥଇଥାନ କାର୍ଯ୍ୟ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ
ଉଦ୍ଧାର ଓ ଥଇଥାନ କାର୍ଯ୍ୟ ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ (ETV Bharat Odisha)

ଜୁଲାଇ 30 ତାରିଖରେ ହୋଇଥିବା ସର୍ବଗ୍ରାସୀ ଭୂସ୍ଖଳନରେ ପ୍ରାୟ 400 ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ପରେ ଭୋର ସମୟରେ ଏହି ଭୂସ୍ଖଳନ ହୋଇଥିଲା । ଲୋକେ ଶୋଇଥିବା ବେଳେ ହଠାତ ପାହାଡରୁ ବଡ ବଡ ପଥର ସହ ଆବର୍ଜନା ମିଶ୍ରିତ ପାଣି କେଇ ମିଟର ଉଚ୍ଚତା ସହ ମାଡି ଆସି ଓ୍ବାୟନାଡର 6ଟି ଗ୍ରାମ ନିଶ୍ଚିହ୍ନ କରିଦେଇଥିଲା । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । କିଛି ନିଖୋଜଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନି । ନଦୀ ଓ ଆବର୍ଜନା ମଧ୍ୟରୁ ମୃତଦେହର ଅବଶେଷ ମିଳିବାରେ ଲାଗିଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ ଗସ୍ତ କରି ସ୍ଥଳ ପରିଦର୍ଶନ କରିଛନ୍ତି । ଏବେ ରିଲିଫ କ୍ୟାମ୍ପରେ ରହୁଥିବା ପରିବାରକୁ 10 ହଜାର ଟଙ୍କାର ତୁରନ୍ତ ସହାୟତା ରାଶି ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.