ETV Bharat / bharat

ଆଗୁଆ ସତର୍କ କରାଇଥିଲା କେନ୍ଦ୍ର, ଅଣଦେଖା କରିଥିଲେ କେରଳ ସରକାର: ନବୀନଙ୍କୁ ପ୍ରଶଂସାରେ ପୋତିଲେ ଅମିତ ଶାହ - Kerala Given Early Warning

author img

By ETV Bharat Odisha Team

Published : Jul 31, 2024, 8:09 PM IST

Kerala Given Early Warning About Landslide: ପ୍ରାକୃତିକ ବିପର୍ଯ୍ୟୟ ନେଇ ପୂର୍ବରୁ ସତର୍କ କରାଇଥିଲେ କେନ୍ଦ୍ର ସରକାର । ବାରମ୍ବାର ଏ ସମ୍ପର୍କରେ ଅବଗତ କରାଯାଇଥିଲା । ହେଲେ ଏହାକୁ ଅଣଦେଖା କରିଥିଲେ କେରଳ ସରକାର । ଆଜି ରାଜ୍ୟସଭାରେ ଏପରି କହିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ପୁରା ପଢନ୍ତୁ ।

WAYANAD LANDSLIDES
WAYANAD LANDSLIDES (ETV Bharat Odisha)

ନୂଆଦିଲ୍ଲୀ: ପ୍ରକୃତିର ତାଣ୍ଡବ ଲୀଳାରେ ସ୍ତବ୍ଧ ଦେଶ । ଭୂ-ସ୍ଖଳନ ନେଇ କେରଳ ସରକାରଙ୍କୁ ପୂର୍ବରୁ ଆଲର୍ଟ କରିଥିଲେ କେନ୍ଦ୍ର ସରକାର । ଥରେ ନୁହେଁ 3 ଥର ୱାର୍ଣ୍ଣିଂ ଦେଇଥିଲେ କେନ୍ଦ୍ର ସରକାର । ଚେତାବନୀ ପରେ ବି ପଦକ୍ଷେପ ନେଲେନି ରାଜ୍ୟ ସରକାର । ଲୋକଙ୍କୁ ସ୍ଥାନାନ୍ତର କରିବା ବଦଳରେ ଅବହେଳା କଲେ । ଆଜି ରାଜ୍ୟସଭାରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ସହ ବିପର୍ଯ୍ୟୟ ପରିଚାଳନା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ରାଜ୍ୟସଭାରେ କଣ କହିଲେ ଅମିତ ଶାହ:

ଗୃହକୁ ସମ୍ବୋଧନ କରି ଅମିତ ଶାହ କହିଛନ୍ତି, ‘ଗୃହରେ କିଛି ସ୍ପଷ୍ଟ କରିବାକୁ ମୁଁ ଚାହେଁ । ଏହି ଦୁଃଖଦ ଘଟଣାରେ ଯେତେ ଲୋକ ମୃତାହତ ହୋଇଛନ୍ତି ଓ ଆହତ ହୋଇଛନ୍ତି ସମସ୍ତ ପରିବାରକୁ ମୋର ସମବେଦନା । ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ସୂଚନା ଅଭାବରୁ ଘଟଣାକୁ ନେଇ ଟିପ୍ପଣୀ କରାଯାଉଛି । ଦେଶର ଲୋକଙ୍କୁ କୌଣସି ଭୁଲ ସୂଚନା ପହଞ୍ଚୁ ଏଥିପାଇଁ ମୁଁ ଏଥିରେ ସ୍ପଷ୍ଟତା ଦେବାକୁ ଚାହେଁ । ଗତ 23 ଜୁଲାଇରେ କେରଳ ସରକାରଙ୍କୁ ଭୂ-ସ୍ଖଳନ ସମ୍ପର୍କରେ ଆଲର୍ଟ କରାଯାଇଥିଲା । ଏହା ପରେ ଜୁଲାଇ 24, 25 ଓ 26 ତାରିଖରେ ମଧ୍ୟ ଚେତାବନୀ ଦିଆଯାଇଥିଲା ।’ 20 ମିମିରୁ ଅଧିକ ବର୍ଷା ହେବ, ଭୂସ୍ଖଳନ ବି ହୋଇପାରେ, ମାଟି ଧସିବା ଫଳରେ ଲୋକଙ୍କ ମୃତ୍ୟୁ ବି ହୋଇପାରେ ବୋଲି ଗତ 26ରେ ଚେତାବନୀ ଦେଇଥିଲା କେନ୍ଦ୍ର ।

WAYANAD LANDSLIDES
କେରଳରେ ପ୍ରକୃତିର ତାଣ୍ଡବ (ETV Bharat)

ନବୀନକୁ ରାଜ୍ୟସଭାରେ ପ୍ରଶଂସା କଲେ ଅମିତ ଶାହ:

ଏହାସହ ଅମିତ ଶାହ ଗୃହରେ ଆହୁରି କହିଛନ୍ତି, ‘ପୂର୍ବରୁ ବି ଆମେ ସରକାରଙ୍କୁ ଆଲର୍ଟ କରୁ । କିଛି ସରକାର ଏହାକୁ ମାନି ବିପର୍ଯ୍ୟୟ ପରିଚାଳନାରେ ବହୁତ ଭଲ କାମ କରିଛନ୍ତି । ବାତ୍ୟା ଆସିବା ନେଇ ଓଡିଶା ସରକାରଙ୍କୁ ଆମେ 7 ଦିନ ପୂର୍ବରୁ ଆଲର୍ଟ କରିଥିଲୁ । ସେତେବଳେ ଓଡ଼ିଶାରେ ଆମ ସରକାର ନଥିଲା । ନବୀନ ବାବୁଙ୍କର ଥିଲା । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପଶ୍ଚିମବଙ୍ଗ ସରକାରଙ୍କୁ ମଧ୍ୟ ଅବଗତ କରିଥିଲୁ । ସେମାନେ ବି ବହୁତ ଭଲ କାମ କରିଥିଲେ । ଆମ ପାଖରେ ଦୁନିଆର ସବୁଠୁ ଆଧୁନିକ ଆଗୁଆ ଚେତାବନୀ ପ୍ରଣାଳୀ ରହିଛି ।

WAYANAD LANDSLIDES
କେରଳରେ ପ୍ରକୃତିର ତାଣ୍ଡବ (ETV Bharat)

‘ମୁଁ କାହାକୁ ଆକ୍ଷେପ କରୁନି’:

ଅମିତ ଶାହ ଆହୁରି କହିଛନ୍ତି, ‘ମୁଁ କାହାକୁ ଆପେକ୍ଷ କରୁନାହିଁ । ଆମ ପାଖରେ ବର୍ଷା, ହିଟୱେବ, ବଜ୍ରପାତ ୱାର୍ଣ୍ଣିଂ ଦେବାକୁ ଆମ ପାଖରେ ସିଷ୍ଟମ ରହିଛି । ସମସ୍ତ ସୂଚନା ସାଇଟରେ ଉପଲବ୍ଧ ରହୁଛି । ହେଲେ କିଛି ସଦସ୍ୟ କେବଳ ବିଦେଶୀ ସାଇଟ ଖୋଲି ଦେଖୁଛନ୍ତି । 2024ରେ ମୋଦି ସରକାର ଆସିଲେ 2016ରୁ ଏହା ଉପରେ କାମ ଆରମ୍ଭ ହୋଇଯାଇଛି । ଏଥିପାଇଁ ସରକାର 2000 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସାତ ଦିନ ପୂର୍ବରୁ ଆଗୁଆ ଚେତାବନୀ ପ୍ରଣାଳୀ 4ଟି ଦେଶ ପାଖରେ ଅଛି । ସେଥି ମଧ୍ୟରେ ଭାରତ ରହିଛି ।

ଏହା ମଧ୍ୟ ପଢନ୍ତୁ: ଦେବଭୂମି କେରଳରେ ଭୟାବହ ବିତ୍ପତି; ୱାୟନାଡ ସିରିଜ ଭୂସ୍ଖଳନରେ 143 ଟପିଲା ମୃତ୍ୟୁ ସଂଖ୍ୟା, 400 ପରିବାର ବେଘର, 118 ରିଲିଫ କ୍ୟାମ୍ପରେ ବେସାହାରା

କାହିଁକି ପଦକ୍ଷେପ ନେଲେନି କେରଳ ସରକାର ?

କେନ୍ଦ୍ର ତରଫରୁ ଚେତାବନୀ ପରେ ବି ଆଗୁଆ ପଦକ୍ଷେପ ନେଲେନି କେରଳ ସରକାର । ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରାଗଲା ନାହିଁ । ଗତ 23ରୁ NDRF ଟିମ କେରଳ ଯାଇଥିଲେ । ପରେ ଗତକାଲି(30 ଜୁଲାଇ)ରେ ଆଉ 3ଟି ଟିମ୍‌ କେରଳ ଯାଇଛି । ଏହି ସମୟ ରାଜନୀତିର ନୁହେଁ । କେରଳ ସରକାର ସହ ସେଠାକାର ଅଧିବାସୀଙ୍କ ସହ ଛିଡା ହେବାର ସମୟ ।

ଏହା ମଧ୍ୟ ଦେଖନ୍ତୁ: ଫଟୋରେ ୱାୟନାଡ ମୃତ୍ୟୁ ବିଭୀଷିକା; ମାଟି ତଳେ ପୋତି ହୋଇଛି ଶତାଧିକ ଜୀବନ, ଚାଲିଛି ଉଦ୍ଧାର

ଭଗବାନଙ୍କ ନିଜ ଦେଶରେ ପ୍ରକୃତିର ତାଣ୍ଡବ:

କେରଳକୁ ଭଗବାନଙ୍କ ନିଜ ଦେଶ (God's own country) ବୋଲି କୁହାଯାଏ । ଗତ ମଙ୍ଗଳବାର ହୋଇଥିବା ଭୂସ୍ଖଳନ ସାରା ଦେଶକୁ ଦୋହଲାଇ ଦେଇଛି । 4 ଘଣ୍ଟାରେ 4 ଭୂସ୍ଖଳନ ପୁରା ୱାୟନାଡକୁ ଦୋହଲାଇ ଦେଇଛି । ମାଟି ତଳେ ଧସି ଯାଇଛି ଜୀବନ । ମାଟିର ଆଁରୁ ଜୀବନକୁ ବଞ୍ଚାଇବାକୁ ଚାଲିଛି ଅହରହ ସଂଗ୍ରାମ । ବର୍ତ୍ତମାନ ସୁଦ୍ଧା ଏହି ବିପର୍ଯ୍ୟୟରେ 167ଲୋକଙ୍କ ଜୀବନ ଯାଇଛି । ଏବେ ବି ମାଟି ତଳୁ ଖୋଜା ଚାଲିଛି ଲୋକଙ୍କୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.