ETV Bharat / bharat

ବେଙ୍ଗାଲୁରୁ ବିମାନବନ୍ଦରରୁ ୨୬ କୋଟି ଟଙ୍କାର କୋକେନ ଜବତ, କେନିୟା ମହିଳା ଗିରଫ

author img

By ETV Bharat Odisha Team

Published : Jan 21, 2024, 4:59 PM IST

Cocaine at Bengaluru airport : ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ମିଳିଛି ବଡ଼ ସଫଳତା । ବେଙ୍ଗାଲୁରୁ ବିମାନବନ୍ଦରରୁ କେନିୟା ମହିଳାଙ୍କଠାରୁ ୨୬ କୋଟି ଟଙ୍କାର କୋକେନ ଜବତ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ବିମାନବନ୍ଦରରୁ ୨୬ କୋଟି ଟଙ୍କାର କୋକେନ ଜବତ, ଅଭିଯୁକ୍ତ କେନିୟ ମହିଳା ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକ ରାଜଧାନୀ ସ୍ଥିତ ବେଙ୍ଗାଲୁରୁ ବିମାନବନ୍ଦରରୁ ୨୬ କୋଟି ଟଙ୍କାର କୋକେନ ଜବତ । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ଣ୍ଣାଟକ ଶାଖା ସ୍ଥାନୀୟ କେମ୍ପେଗୌଡ଼ା ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରୁ ଏହି କୋକେନ ଜବତ କରିଛି । ଏହି ମାମଲାରେ ଅଭିଯୁକ୍ତ ଥିବା ଜଣେ କେନିୟା ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିବା ଜଣାପଡ଼ିଛି । ମହିଳା ଜଣକ ସୁଟକେସର ନିମ୍ନଭାଗରେ ଲୁଚାଇ ରଖିଥିଲେ ଏହି ନିଶା ଦ୍ରବ୍ୟ ।

ସୂଚନା ଅନୁଯାୟୀ , ଡିଆରଆଇ (ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ) ର ଅଧିକାରୀମାନେ ଗତ ଜାନୁଆରୀ ୧୫ ତାରିଖ ଦିନ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତଃରାଷ୍ଟ୍ରୀୟ ଏୟାରପୋର୍ଟରୁ ଦିଲ୍ଲୀ ଯିବାକୁ ଇଣ୍ଡିଗୋ ୬ଇ ଫ୍ଲାଇଟରେ ଯାତ୍ରା କରିବା ପାଇଁ ଚେକ ଇନ କରିବା ସମୟରେ ୩୬ ବର୍ଷୀୟ କେନିଆ ନାଗରିକତ୍ୱ ଥିବା ମହିଳାଙ୍କୁ ଗିରଫ କରିଥିଲେ । ପର୍ଯ୍ୟଟକ ଭିଜାରେ ଭାରତ ଆସିଥିବା ଏହି ଅଭିଯୁକ୍ତ ମହିଳାଙ୍କ ସୁଟକେସରୁ ୨.୫୬ କିଲୋଗ୍ରାମ ଓଜନର କୋକେନ ମିଳିଥିଲା । ମହିଳା ଜଣକ କୋକେନକୁ ସୁଟକେସର ନିମ୍ନଭାଗରେ ଲୁଚାଇ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଲାକ୍ଷାଦ୍ବୀପରେ ନିର୍ମାଣ ହେବ ନୂଆ ବିମାନ ବନ୍ଦର: ସେନା ଓ ବେସାମରିକ ଉଡ଼ାଣ ପାଇଁ ହେବ ବ୍ୟବହାର

ଡିଆରଆଇ ଅଧିକାରୀମାନଙ୍କ କହିବା ମୁତାବକ ମହିଳାଙ୍କ ନିକଟରୁ ଜବତ ହୋଇଥିବା ଡ୍ରଗ୍ସର ମୂଲ୍ୟ ଅନ୍ତର୍ଜାତୀୟ ମାର୍କେଟରେ ୨୬ କୋଟି ଟଙ୍କା ହେବ । କୋକେନ ମିଳିବା ପରେ କେନିୟା ମହିଳାଙ୍କୁ ନାରକୋଟିକ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନସ (ଏନଡିପିଏସ) ଅଧିନିୟମ ଅନୁସାରେ ଡିଆରଆଇ ଦ୍ୱାରା ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ନ୍ୟାୟାଳୟରେ ହାଜର କରାଯାଇଥିଲା, ଏଥି ସହିତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ଏହି ମାମଲାର ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ ... 13 କୋଟି ଟଙ୍କାର ହୀରା ଓ ବିଦେଶୀ ମୁଦ୍ରା ଜବତ କଲା DRI, ତଦନ୍ତ ଜାରି

ସୂଚନା ଥାଉ କି ସୋମବାର ଦିନ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଡିଆରଆଇ ଦ୍ବାରା ବିଗତ କିଛି ମାସ ମଧ୍ୟରେ ଦ୍ବିତୀୟ ଥର ଲାଗି ଏତେ ବଡ଼ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଗତ ବର୍ଷ ଡିସେମ୍ବର ମାସ ୧୧ ତାରିଖ ଦିନ ଏକ ବଡି ପ୍ୟାକର ନାଇଜେରିୟାର ଜଣେ ନାଗରିକଙ୍କଠାରୁ ୨ କିଲୋଗ୍ରାମ ଓଜନର ବିଶିଷ୍ଟ ପ୍ରାୟ ୯୯ଟି କୋକିନ କ୍ୟାପସୁଲ ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.