ETV Bharat / bharat

ଅପରେସନ ଥିଏଟରରେ ପ୍ରି ଓ୍ବେଡିଂ ସୁଟ୍: ଭିଡିଓ ଭାଇରାଲ, ଡାକ୍ତର ସସପେଣ୍ଡ

Pre Wedding Shoot at Govt Hospital: ମହଙ୍ଗା ପଡ଼ିଲା ଅପରେସନ ଥିଏଟରରେ ପ୍ରି ଓ୍ବେଡିଂ ସୁଟ୍ । ଡାକ୍ତରବାବୁ ଅପରେସନ ଥିଏଟରରେ ପ୍ରି ଓ୍ବେଡିଂ ସୁଟ୍ କରି ହୋଇଛନ୍ତି ସସପେଣ୍ଡ୍ । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Feb 10, 2024, 10:07 AM IST

Pre Wedding Shoot at Govt Hospital
ଅପୋରେସନ ଥିଏଟରରେ ଡାକ୍ତରଙ୍କ ପ୍ରି ଓ୍ବେଡିଂ ସୁଟ୍

ବେଙ୍ଗାଲୁରୁ: ଅପରେସନ ଥିଏଟରରେ ପ୍ରି ଓ୍ବେଡିଂ ସୁଟ୍ । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ହସ୍ପିଟାଲରେ ପ୍ରି-ଓ୍ବେଡିଂ ସୁଟ୍ କରି ଫସିଲେ । ଅପରେସନ ଥିଏଟରରେ ପ୍ରି ଓ୍ବେଡିଂ ସୁଟ୍ କରି ନିଲମ୍ବିତ ହେଲେ ଡାକ୍ତର । କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲାର ଭରମାସାଗର ସରକାରୀ ଡାକ୍ତରଖାନାରୁ ସାମ୍ନାକୁ ଆସିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ନିଲମ୍ବିତ ଡାକ୍ତରଙ୍କ ନାମ ଅଭିଷେକ । ପ୍ରି-ଓ୍ବେଡିଂ ସୁଟ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଡାକ୍ତରଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।

କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି, " ଶୁକ୍ରବାର ଦିନ ଡାକ୍ତର ଅଭିଷେକଙ୍କୁ ନିଲମ୍ବିତ କରାଯାଇଛି । ଚିତ୍ରଦୁର୍ଗ ଜିଲ୍ଲାର ଭରମାସାଗର ସରକାରୀ ଡାକ୍ତରଖାନାରେ ଡାକ୍ତର ଜଣଙ୍କ ବିବାହ ପୂର୍ବରୁ ପ୍ରି ଓ୍ବେଡିଂ ଫଟୋ ସୁଟ କରୁଥିଲେ । ସରକାରୀ ଡାକ୍ତରଖାନା ବ୍ୟକ୍ତିଗତ ବ୍ୟବସ୍ଥା ପାଇଁ ନୁହେଁ । ଏହା ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ । ମୁଁ ଏଭଳି ବେଆଇନ କାର୍ଯ୍ୟକୁ ବରଦାସ୍ତ କରିପାରିବି ନାହିଁ । "

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ: କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଆହୁରି ମଧ୍ୟ କହିଛନ୍ତି, "ସମସ୍ତ ଡାକ୍ତର, କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିର୍ଦ୍ଦେଶାବଳୀ ଅନୁସାରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଜରୁରୀ ଅଟେ । ସରକାରୀ ଡାକ୍ତରଖାନା ପରିସରରେ ଅପବ୍ୟବହାର ନକରିବାକୁ ମୁଁ ଡାକ୍ତର ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇସାରିଛି । ସରକାରୀ ଡାକ୍ତରଖାନା ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଉଚିତ । ତେଣୁ ଡାକ୍ତରଖାନାରେ ମଧ୍ୟ କର୍ତ୍ତବ୍ୟ ପାଳନ ଉପରେ ଧ୍ୟାନ ଦେବା ଉଚିତ । ସରକାରୀ ଡାକ୍ତରଖାନା ଗୁଡିକ ଲୋକଙ୍କ ସ୍ବାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ଏବଂ ବ୍ୟକ୍ତିଗତ ବ୍ୟବହାର ପାଇଁ ନୁହେଁ । ହସ୍ପିଟାଲରେ କୌଣସି ଅନୈତିକ କାର୍ଯ୍ୟକୁ ସହ୍ୟ କରିପାରିବି ନାହିଁ । "

ଏହା ମଧ୍ୟ ପଢନ୍ତୁ: ମଧ୍ୟାହ୍ନରେ ଘରକୁ ଚମ୍ପଟ ମାରୁଥିଲେ ଡାକ୍ତର, ପ୍ଲାଷ୍ଟିକ ଫିଙ୍ଗରପ୍ରିଣ୍ଟରେ ପଡୁଥିଲା ଉପସ୍ଥାନ

ଡାକ୍ତରଙ୍କୁ ଭଗବାନ ବୋଲି ବିଶ୍ବାସ କରାଯାଏ । କାରଣ ଡାକ୍ତରମାନେ ରୋଗୀଙ୍କର ଜୀବନ ରକ୍ଷା କରିଥାଆନ୍ତି । ମର୍ତ୍ତ୍ୟରେ ଭଗବାନଙ୍କ ମନ୍ଦିର ହୋଇଥାଏ ଡାକ୍ତରଖାନା । କାରଣ ଏଠାକୁ ମୃତ୍ୟୁ ସହ ସଂଘର୍ଷ କରୁଥୁବା ବ୍ୟକ୍ତି ଜୀବନ ଆଶାରେ ପହଞ୍ଚି ଥାଆନ୍ତି । କିନ୍ତୁ କିଛି ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଉଭୟ ଡାକ୍ତର ବୃତ୍ତି ଏବଂ ଡାକ୍ତରଖାନା ବଦନାମ ହେଉଛି । ତେବେ ଭରମାସାଗର ସରକାରୀ ଡାକ୍ତରଖାନାରୁ ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁ ମହଲରେ ନିନ୍ଦା କରାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.