ETV Bharat / bharat

ବିବାଦ ଦେଖି ୟୁ-ଟର୍ଣ୍ଣ ନେଲେ କର୍ଣ୍ଣାଟକ ସରକାର, ନେଲେ ଏମିତି ନିଷ୍ପତ୍ତି - Karnataka jobs reservation - KARNATAKA JOBS RESERVATION

Karnataka jobs reservation: କର୍ଣ୍ଣାଟକ ସରକାର ଘରୋଇ ସଂସ୍ଥାରେ କନ୍ନଡ ଲୋକଙ୍କ ପାଇଁ ୭୦ ପ୍ରତିଶତ ସଂରକ୍ଷଣ ଆଣିଥିଲେ । ବିବାଦ ଉପୁଜିବା ପରେ ଏହି ସଂରକ୍ଷଣ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ସରକାର ।

ଘରୋଇ ସଂସ୍ଥାରେ ୭୦% ସଂରକ୍ଷଣ ଆଣିଲେ କର୍ଣ୍ଣାଟକ ସରକାର
ଘରୋଇ ସଂସ୍ଥାରେ ୭୦% ସଂରକ୍ଷଣ ଆଣିଲେ କର୍ଣ୍ଣାଟକ ସରକାର (ETV Bharat Odisha)
author img

By ETV Bharat Odisha Team

Published : Jul 17, 2024, 7:35 PM IST

Updated : Jul 17, 2024, 10:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଦେଶର ଆଇଟି ହବ୍ ଭାବେ ଜଣାଶୁଣା । ଏଠି ବିଭିନ୍ନ ରାଜ୍ୟରୁ ଲକ୍ଷ ଲକ୍ଷ ଯୁବକ ଯୁବତୀ ବିଭିନ୍ନ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି । କିନ୍ତୁ ଏଣିକି ବେଙ୍ଗାଲୁରୁ ତଥା କର୍ଣ୍ଣାଟକର କୌଣସି ଘରୋଇ ସଂସ୍ଥାରେ ଚାକିରି କରିବା ଅନ୍ୟ ରାଜ୍ୟ ଯୁବବର୍ଗଙ୍କ ପାଇଁ ସହଜ ହୋଇନପାରେ । କାରଣ କର୍ଣ୍ଣାଟକ ସରକାର ନିଜ ରାଜ୍ୟବାସୀଙ୍କ ପାଇଁ ଘରୋଇ ସଂସ୍ଥାରେ ଚାକିରି ସଂରକ୍ଷଣ ବ୍ୟବସ୍ଥା ଆଣିଥିଲେ । ଅଣପରିଚାଳନା କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ୭୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରାଯାଇଥିଲା । ଅର୍ଥାତ୍ କନ୍ନଡ ଲୋକେ ହିଁ ଘରୋଇ ସଂସ୍ଥାରେ ଅଧିକ ନିଯୁକ୍ତି ପାଇବେ । ଏହାକୁ ନେଇ ବିବାଦ ଦେଖାଦେବା ପରେ ଏହି ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି ସରକାର ।

ଘରୋଇ ସଂସ୍ଥାରେ ସଂରକ୍ଷଣ ସମ୍ପର୍କିତ ବିଲ୍‌କୁ ସିଦ୍ଧରମୈୟା ସରକାର ଅନୁମୋଦନ କରିଥିଲେ । ଗତକାଲି (ମଙ୍ଗଳବାର) ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ ସୂଚନା ଦେଇଛନ୍ତି । ହେଲେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ଉଦ୍ୟୋଗ ଜଗତରେ ଘୋର ନାପସନ୍ଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଥମେ ନିଜର 'ଏକ୍ସ' ହ୍ୟାଣ୍ଡେଲରେ କନ୍ନଡବାସୀଙ୍କ ପାଇଁ ଶତ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ସମସ୍ତ ଘରୋଇ ସଂସ୍ଥାରେ 'ଗ୍ରୁପ ସି' ଓ 'ଡି' ଗ୍ରେଡ ପଦବୀରେ ଶତ ପ୍ରତିଶତ କନ୍ନଡବାସୀଙ୍କ ନିଯୁକ୍ତ ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । କିନ୍ତୁ ଏନେଇ ବିବାଦ ଆରମ୍ଭ ହେବା ପରେ ସେ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । ଏହାପରେ କର୍ଣ୍ଣାଟକ ଶ୍ରମ ମନ୍ତ୍ରୀ ବେସରକାରୀ ସଂସ୍ଥାରେ ଅଣପରିଚାଳନା କ୍ଷେତ୍ରରେ ୭୦ ପ୍ରତିଶତ ଓ ପରିଚାଳନା କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସରକାରଙ୍କ ବଡ ଘୋଷଣା; ଯୁକ୍ତ ଦୁଇ ପାସ୍ ପିଲାଙ୍କୁ ମାସକୁ ୬୦୦୦, ଯୁକ୍ତ ତିନି ପାଇଁ ଏତିକି... - Student Stipend Scheme

ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ଚାହେଁ ଯେମିତି କନ୍ନଡବାସୀ ନିଜ ମାଟିରେ ଚାକିରିରୁ ବଞ୍ଚିତ ନ ରୁହନ୍ତୁ ଏବଂ ଏଠି ଆରାମରେ ଜୀବନ ଯାପନର ସୁଯୋଗ ପାଆନ୍ତୁ । ତାଙ୍କର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ ଓ ସମାଲୋଚନା କରାଯାଉ ଥିବାବେଳେ ଏନେଇ ସେ ଉଦ୍ୟୋଗଗୁଡିକ ସହ ପରାମର୍ଶ କରି ସମସ୍ୟାର ସମାଧାନ କରିବେ ଏବଂ ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି କହିଥିଲେ ।

ବିବାଦ ପରେ ୟୁଟର୍ଣ୍ଣ ନେଲେ ସରକାର: କର୍ଣ୍ଣାଟକ ସରକାରଙ୍କ ଏପରି ନିଷ୍ପତ୍ତି ପରେ ବିବାଦ ଉପୁଜି ଥିଲା । ଏହାକୁ ସାଧାରଣରେ ନାପସନ୍ଦ କରାଯାଇଥିଲା । ବିବାଦ ଦେଖି ସରକାର ନିଷ୍ପତ୍ତି ବଦଳାଇ ଦେଇଛନ୍ତି । ମୋହର ମାରିଥିଲା ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି । ଏହି ବିଲ ଉପରେ ରାଜ୍ୟ ସରକାର ପୁନଃ ବିଚାର କରିବେ ।

Last Updated : Jul 17, 2024, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.