ETV Bharat / bharat

କାର୍ଗିଲ ବୀରଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳୀ, ଯୁଦ୍ଧ ସ୍ମାରକୀରୁ ପାକିସ୍ତାନକୁ ଚେତାବନୀ - Kargil Vijay Diwas

author img

By ETV Bharat Odisha Team

Published : Jul 26, 2024, 2:32 PM IST

PM Modi targets Pakistan: କାର୍ଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହୀଦକୁ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ । ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ କେବେ ବି ସଫଳ ହେବ ନାହିଁ ବୋଲି ପାକିସ୍ତାନକୁ ଚାର୍ଗେଟ କରି କହିଲେ ମୋଦି । ଅଧିକ ପଢନ୍ତୁ

PM Modi targets Pakistan
PM Modi targets Pakistan (ANI)

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସରେ ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀଆତଙ୍କବାଦୀଙ୍କ ଉଦ୍ଦେଶ୍ୟ କେବେ ବି ସଫଳ ହେବ ନାହିଁ। ଆମର ସେନା ଆତଙ୍କୀଙ୍କୁ ଦମନ କରି ଉଚିତ ଯବାବ ଦେବେ ବୋଲି ପାକିସ୍ତାନକୁ ସିଧା ନିଶାନା କରି କହିଛନ୍ତି ମୋଦି । ଆଜି କାର୍ଗିଲ ବିଜୟ ଦିବସକୁ 25 ବର୍ଷ ପୁରୁଛି । 1999 ମସିହା ଆଜିର ଦିନରେ ପାକିସ୍ତାନ ସେନାକୁ ମାତ ଦେଇ କାର୍ଗିଲ ଉଚ୍ଚ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇଥିଲା ଭାରତ । କାର୍ଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ଶହୀଦକୁ ଲଦାଖ ଗସ୍ତ କରି ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ମୋଦି । ସମ୍ବୋଧନରେ ପାକିସ୍ତାନ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-କାର୍ଗିଲ ବିଜୟଗାଥା, ହିନ୍ଦୁସ୍ତାନ ସେନାର ପରାକ୍ରମରେ ହାରିଲା ପାକିସ୍ତାନ, କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା; 13 ଓଡିଆ ଯବାନଙ୍କ ବଳିଦାନକୁ ଝୁରୁଛି ଓଡିଶା - 25th Kargil Vijay Diwas

'ଇତିହାସରୁ ପାକିସ୍ତାନ କିଛିବି ଶିଖି ନାହିଁ' : କାର୍ଗିଲ ବିଜୟ ଦିବସ ଅବସରରେ ମୋଦି କହିଥିଲେ, ''କାର୍ଗିଲ ବିଜୟ ଦିବସରେ ବୀର ଯବାନଙ୍କ ବଳିଦାନ ଓ ସାହାସକୁ ଦେଶ ସମ୍ମାନ ଜଣାଉଛି । କାର୍ଗିଲ ବିଜୟ ଦିବସ ଏହା ଦର୍ଶାଉଛି ଯେ, ଦେଶ ପାଇଁ ବଳିଦାନ ଅମର ଅଟେ। ଅତୀତରେ ପାକିସ୍ତାନ ଯେତେବେଳେ ବି ଭାରତ ପ୍ରତି ଘୃଣ୍ୟ ପ୍ରୟାସ କରିଛି, ସେତେବେଳେ ତାକୁ ପରାଜୟର ଶିକାର ହେବାକୁ ପଡୁଛି । ଇତିହାସରୁ ପାକିସ୍ତାନ କିଛିବି ଶିଖି ନାହିଁ । ଆତଙ୍କବାଦୀ ଓ ଛାୟା ଯୁଦ୍ଧ ମାଧ୍ୟମରେ ସେ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଜାରି ରଖିଛି । ଆଜି ମୁଁ ଏପରି ଏକ ସ୍ଥାନରୁ କହୁଛି ଯେଉଁଠାରେ ଆତଙ୍କବାଦୀମାନେ ମୋର ସ୍ୱର ସିଧା ଶୁଣିପାରିବେ । ମୁଁ ଆତଙ୍କବାଦଙ୍କୁ କହିବାକୁ ଚାହେଁ ଯେ ସେମାନଙ୍କର ଉଦ୍ଦେଶ୍ୟ କେବେବି ସଫଳ ହେବ ନାହିଁ। ଆମର ସେନା ଆତଙ୍କବାଦକୁ ପୁରା ଶକ୍ତି ସହ ଦମନ କରିବେ ଏବଂ ଶତ୍ରୁଙ୍କୁ ଉପଯୁକ୍ତ ଜବାବ ଦିଆଯିବ । କାର୍ଗିଲରେ ଆମେ କେବଳ ଯୁଦ୍ଧରେ ଜିତି ନାହୁଁ, 'ସତ୍ୟ, ସଂଯମତା ଏବଂ ଶକ୍ତିର ଏକ ଚମତ୍କାର ଉଦାହରଣ ଦେଇଛୁ। ''

ବିରୋଧିଙ୍କୁ ମୋଦିଙ୍କ ଟାର୍ଗେଟ: ଅଗ୍ନିପଥ ଯୋଜନା ନେଇ ମୋଦି କହିଥିଲେ, "କିଛି ଲୋକ ଭାବୁଥିଲେ ଯେ ସେନା ଅର୍ଥ ରାଜନେତାମାନଙ୍କୁ ନମସ୍କାର କରିବା, ପରେଡ କରିବା । କିନ୍ତୁ ଆମ ପାଇଁ ସେନା ଅର୍ଥ ହେଉଛି 140 କୋଟି ଦେଶବାସୀଙ୍କ ବିଶ୍ୱାସ। ଅଗ୍ନିପଥର ଲକ୍ଷ୍ୟ ହେଉଛି ସେନାକୁ ଯୁବ କରିବା ଏବଂ ଯୁଦ୍ଧ ପାଇଁ ସବୁଦିନ ଫିଟ୍ ରଖିବା। ଦୁର୍ଭାଗ୍ୟବଶତ କିଛି ଲୋକ ଜାତୀୟ ନିରାପତ୍ତା ସହ ଜଡିତ ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିର ଏକ ପ୍ରସଙ୍ଗ କରିଛନ୍ତି । ଏମାନେ ସେହି ବ୍ୟକ୍ତି ଯେଉଁମାନେ ସେନାରେ ହଜାର ହଜାର କୋଟି ଟଙ୍କାର ସ୍କାମ କରି ଆମ ସେନାକୁ ଦୁର୍ବଳ କରିଥିଲେ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.