ETV Bharat / bharat

ସୁପ୍ରିମକୋର୍ଟ ବାର ଆସୋସିଏସନ ନିର୍ବାଚନ, ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ କପିଲ ସିବଲ - KAPIL SIBAL SCBA PRESIDENT

author img

By ETV Bharat Odisha Team

Published : May 17, 2024, 8:30 AM IST

Updated : May 17, 2024, 9:14 AM IST

Supreme Court Bar Association Election: କପିଲ ସିବଲ ହେଲେ ସୁପ୍ରିମକୋର୍ଟ ବାର ଆସୋସିଏସନର ନୂତନ ଅଧ୍ୟକ୍ଷ । ନିର୍ବାଚନରେ 1,066 ଭୋଟ ପାଇ ହେଲେ ବିଜୟୀ । ଅଧିକ ପଢନ୍ତୁ

Kapil Sibal
Kapil Sibal (ETV BHARAT ODISHA)

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ଓକିଲ କପିଲ ସିବଲଙ୍କ ବିଜୟ । ଏସସିବିଏର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି କପିଲ ସିବଲ । ନିର୍ବାଚନରେ 1,066 ଭୋଟ ପାଇଁ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ, ବରିଷ୍ଠ ଓକିଲ ପ୍ରଦୀପ ରାୟଙ୍କୁ ପରାସ୍ତ କରିଥିଲେ । ପ୍ରଦୀପ ରାୟ 689 ଖଣ୍ଡ ଭୋଟ ପାଇଥିଲେ । ଚତୁର୍ଥ ଥର ପାଇଁ ସିବଲ ଏସସିବିଏର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ମେ 8 ତାରିଖରେ ସୁପ୍ରିମକୋର୍ଟ ବାର ଆସୋସିଏସନ (ଏସସିବିଏ) ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ସିବଲ। ଗତ ମଙ୍ଗଳବାର ସୁପ୍ରିମକୋର୍ଟ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-'ଆମ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ', କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ - Supreme court

ଶେଷ ଥର ପାଇଁ କପିଲ ସିବଲ 2001-02 ମସିହାରେ SCBA ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ମଧ୍ୟ ଦୁଇଥର ଏହି ପଦରେ ରହିଥିଲେ । 1995–1996, 1997–1998 ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ହେବା ପୂର୍ବରୁ କପିଲ ସିବଲ କହିଥିଲେ ଯେ, ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସେଠାରେ ଆଇନଜୀବୀ ମାନେ ଅଛନ୍ତି । ଓକିଲଙ୍କ ଉଦ୍ଦେଶ୍ୟ ହେଉଛି ସମ୍ବାଧାନର ସୁରକ୍ଷା । ଯଦି ଆପଣ ରଜାନୀତି କରନ୍ତି ତେବେ ପ୍ରକୃତରେ ଜଣେ ଆଇନଜୀବୀ ହିସାବରେ ଆପଣ କର୍ତ୍ତବ୍ୟ ପାଳନ କରୁନାହାନ୍ତି ।

ସିବଲ ହାର୍ଭାର୍ଡ ଲ ସ୍କୁଲରୁ ସ୍ନାତକ ହାସଲ କରିଥିଲେ । ସେ 1989-90 ମଧ୍ୟରେ ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଥିଲେ। ସେ 1983 ରେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏକ୍ସ ମାଧ୍ୟମରେ ସିବଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, ''ବହୁ ଭୋଟରେ ବିଜୟୀ ହୋଇ କପିଲ ସିବଲ ସୁପ୍ରିମକୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ଉଦାରବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଏବଂ ପ୍ରଗତିଶୀଳ ଶକ୍ତି ପାଇଁ ଏହା ଏକ ବଡ଼ ବିଜୟ । ପରିବର୍ତ୍ତନର ଏହା ଏକ ଟ୍ରେଲର, ଯାହା ଖୁବ ଶୀଘ୍ର ଜାତୀୟ ସ୍ତରରେ ଘଟିବ । ''

Last Updated : May 17, 2024, 9:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.