ପାଟନା: ରୋଚକ ସ୍ଥିତିରେ ବିହାର ରାଜନୀତି । ଆଜି ବିହାର ରାଜନୀତିରେ ହୋଇପାରେ ବଡ ଧରଣର ପରିବର୍ତ୍ତନ । ରାଜଧାନୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ବସିଲା ଜେଡିୟୁ ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଦଳର ବରିଷ୍ଠ ନେତା ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ଅନ୍ୟପଟେ ବିଜେପି ପାର୍ଟି ଅଫିସରେ ବିଜେପି ବିଧାୟକଙ୍କ ବୈଠକ ଆରମ୍ଭ ହୋଇଯାଇଛି । ବୈଠକରେ ଶେଷ ହେବା ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇପାରନ୍ତି ନୀତିଶ । ରାଜ୍ୟପାଳଙ୍କୁ ଭେଟିବାକୁ ଆଜି ସକାଳେ ସମୟ ମାଗିଥିଲେ ଜେଡିୟୁ ମୁଖ୍ୟ ।
-
#WATCH | A meeting of Bihar BJP MLAs and leaders of the party is underway at the party office in Patna, amid political developments in the state. pic.twitter.com/Gsg9rIpg6h
— ANI (@ANI) January 28, 2024 " class="align-text-top noRightClick twitterSection" data="
">#WATCH | A meeting of Bihar BJP MLAs and leaders of the party is underway at the party office in Patna, amid political developments in the state. pic.twitter.com/Gsg9rIpg6h
— ANI (@ANI) January 28, 2024#WATCH | A meeting of Bihar BJP MLAs and leaders of the party is underway at the party office in Patna, amid political developments in the state. pic.twitter.com/Gsg9rIpg6h
— ANI (@ANI) January 28, 2024
ବୈଠକରେ ସାମିଲ ହେବାକୁ ସକାଳ ସମୟରେ ଜେଡିୟୁ ଦଳର ନେତାଙ୍କର ପାଟନାଙ୍କୁ ସୁଅ ଛୁଟିଥିଲା । ଜଣଙ୍କ ପରେ ଜଣେ ବିଧାୟକ ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଏହାପରେ ବୈଠକ ଆରମ୍ଭ ହୋଇଯାଇଛି । ବିଜେପି ସହ ମେଣ୍ଟ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାୟକଙ୍କ ସହମତି ଲୋଡିବେ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାହା ଆମେ ଗ୍ରହଣ କରିବୁ ଓ ତାଙ୍କ ସହ ଆମେ ଅଛୁ ବୋଲି ପୂର୍ବରୁ ଜେଡିୟୁ ନେତା ମାନେ କହିଥିଲେ । ଜେଡିୟୁ ବିଧାୟକ ଦଳ ବୈଠକରେ ଅର୍ଥମନ୍ତ୍ରୀ ବିଜୟ କୁମାର ଚୌଧୁରୀ, ରାଜ୍ୟସଭା ସାଂସଦ ରାମନାଥ ଠାକୁର, ସାଂସଦ ଆଲୋକ କୁମାର ସୁମନ ଏବଂ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ଏମଏଲସି ସାମିଲ ହୋଇଛନ୍ତି । ସିଏମ୍ ବାସଭବନ ବାହାରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ରାଜ ଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଉଥିବା ସମସ୍ତ ରାସ୍ତା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଛି ।
ଅନ୍ୟପଟେ ପାଟନା ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳର ବୈଠକ ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ସମେତ ବରିଷ୍ଠ ନେତା ମଧ୍ୟ ବୈଠକରେ ସାମିଲ ଅଛନ୍ତି । ଏହି ବୈଠକ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ନିତ୍ୟାନନ୍ଦ ରାୟ ପାଟନାରେ ରାଜ୍ୟ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ନିତ୍ୟାନନ୍ଦ ରାୟ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ସାଂସଦ ରବି ଶଙ୍କର ପ୍ରସାଦ ବୈଠକରେ ଉପସ୍ଥିତ ଅଛନ୍ତି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆଲୋଚନା ହେବ ବୋଲି ବିଜେପି ନେତା ମତ ରଖିଥିଲେ ।