ETV Bharat / bharat

ସେନା ଗାଡ଼ି ଉପରେ ଆତଙ୍କୀ ଆକ୍ରମଣ; 5 ଯବାନ ଶହୀଦ, 3 ଗୁରୁତର - Jammu Terrorist Attack

JAMMU TERRORIST ATTACK: ଠିକ୍‌ 27 ଦିନ ପରେ ସମାନ ସ୍ଥାନରେ ଆତଙ୍କବାଦୀଙ୍କ ଆକ୍ରମଣ । ସେନା ଗାଡ଼ିକୁ ଟାର୍ଗେଟ ଅତର୍କିତ ଆକ୍ରମଣ ଯୋଗୁଁ 5 ଯବାନ ଶହୀଦ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 8:30 PM IST

Updated : Jul 8, 2024, 10:55 PM IST

JAMMU TERRORIST ATTACK
JAMMU TERRORIST ATTACK (File Photo)

ଶ୍ରୀନଗର: ଜମ୍ମୁକାଶ୍ମୀର କଠୁଆ ଜିଲ୍ଲାରେ ପୁଣି ଆତଙ୍କବାଦୀଙ୍କ ଦୌରାତ୍ମ୍ୟ । ଠିକ୍‌ 27 ଦିନ ପରେ ଜିଲ୍ଲାରେ ପୁଣି ହୋଇଛି ଆକ୍ରମଣ । ସେନା ଗାଡ଼ିକୁ ଟାର୍ଗେଟ କରି ଆକ୍ରମଣ ହୋଇଥିବା ବେଳେ 5ଜଣ ଯବାନ ଶହୀଦ ଓ 3 ଯବାନ ଗୁରୁତର ଅଛନ୍ତି । ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ ଭାରତୀୟ ଯବାନ ଘେରି ରହିଥିବା ବେଳେ ପାରିପାର୍ଶ୍ବିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । ଆତଙ୍କୀ ଯେପରି ପଳାୟନ ନ କରିବେ ସେଥିଲାଗି ସେନା ପକ୍ଷରୁ ତୀକ୍ଷ୍ଣ ନଜର ରଖିଛି । ଗତ ଜୁନ 11 ତାରିଖରେ ଜିଲ୍ଲାର ହୀରାନଗରରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । 2 ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ଯବାନ ଶହୀଦ ହୋଇଥିଲେ ।

JAMMU TERRORIST ATTACK
JAMMU TERRORIST ATTACK (ETV Bharat Odisha)

କେମିତି ହୋଇଥିଲା ଆକ୍ରମଣ ?

ମିଳିଥିବା ସୂଚନା ଅନୁସାରେ, କଠୁଆ ଜିଲ୍ଲାର ବିଲ୍ଲାୱରରେ ଆର୍ମି କନଭଏ ଉପରେ ଆକ୍ରମଣ ହୋଇଛି । ସେନା ଗାଡ଼ି ପାହାଡ଼ି ଅଞ୍ଚଳ ଦେଇ ଯାଉଥିବା ବେଳେ ପର୍ବତ ଉପରେ ଲୁଚି ରହି ଆକ୍ରମଣ କରିଥିଲେ ଆତଙ୍କବାଦୀ । ସେନା ଗାଡ଼ି ଉପରକୁ ଗୁଳିମାଡ଼ କରିବା ସହ ଗ୍ରେନେଡ ଫିଙ୍ଗିଥିଲେ । ଏହାପରେ ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏବେ ବି ଏନକାଉଣ୍ଟର ଜାରି ରହିଛି । ସୂତ୍ର ଅନୁସାରେ ଆତଙ୍କବାଦୀମାନେ ଆକ୍ରମଣ ପରେ ଉକ୍ତ ସ୍ଥାନରୁ ଖସି ପଳାଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ଗତ କିଛି ସପ୍ତାହ ଧରି ଜମ୍ମୁରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି । ଜୁନ 11 ଓ 12 ତାରିଖରେ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଟ୍ବିନ ଏନକାଉଣ୍ଟର ହୋଇଥିଲା । ଜୁନ 11 ତାରିଖରେ 6ଜଣ ସେନା ଅଧିକାରୀ ଆହତ ହୋଇଥିଲେ । ସେହିପରି ଜୁନ 12ତାରିଖରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ସୀମାବର୍ତ୍ତୀ ଅଞ୍ଚଳରେ ଆତଙ୍କୀ ନିରୋଧୀ ଅଭିଯାନ ଆରମ୍ଭ ହୋଇଥିଲା ।

ପାକିସ୍ତାନର 4ଜଣ ଆତଙ୍କୀ ଏହି ଆକ୍ରମଣ କରାଯାଉଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ମୁଣ୍ଡ ଉପରେ 5ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଗତ ଜୁନ 26 ତାରିଖରେ ମଧ୍ୟ ଡୋଡା ଜିଲ୍ଲାରେ ଏନକାଉଣ୍ଟର ହୋଇଥିବା ବେଳେ 3ଜଣ ଆତଙ୍କୀ ନିହତ ହୋଇଥିଲେ । ପୋଲିସ, ସେନା ଓ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ନିହତ ହୋଇଥିଲେ ଏହି ଆତଙ୍କୀ ।

ଏହା ବି ପଢନ୍ତୁ- ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ଜଣେ ଯବାନ ଶହୀଦ, 4 ଆତଙ୍କୀ ନିପାତ

ସେହିପରି ଚଳିତ ମାସ 6 ତାରିଖରେ ଜମ୍ମୁ-କାଶ୍ମୀର କୁଲଗାମର ଦୁଇଟି ପୃଥକ ସ୍ଥାନରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିମାଡରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ 4 ଆତଙ୍କୀଙ୍କୁ ନିପାତ କରିଥିଲା ସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 8, 2024, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.