ETV Bharat / bharat

ଜମ୍ମୁ କାଶ୍ମୀର ନିର୍ବାଚନ: ଆପ୍ ଷ୍ଟାର ପ୍ରଚାରକ ତାଲିକା ଟପରେ କେଜ୍ରିୱାଲ ଦମ୍ପତି, ବାଦ୍ ପଡିଲେ ଚର୍ଚ୍ଚିତ ଚେହେରା - AAP Star Campaigner

author img

By ETV Bharat Odisha Team

Published : Aug 26, 2024, 10:03 PM IST

AAP Star Campaigner List: ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ 40 ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି। ଯେଉଁଥିରେ ଟପରେ ରହିଛି କେଜ୍ରିୱାଲ ଦମ୍ପତିଙ୍କ ନାଁ। କେଉଁମାନେ ବାଦ ପଡିଛନ୍ତି ଜାଣନ୍ତୁ।

AAP Star Campaigner List
AAP Star Campaigner List (ETV Bharat)

ନୂଆଦିଲ୍ଲୀ: ଅନୁଷ୍ଠିତ ହେବାକୁ ଯାଉଛି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ 2024। ଏଥିପାଇଁ 40 ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି। ଏହି ଲିଷ୍ଟରେ କେଉଁମାନଙ୍କ ନାଁ ଅଛି ଜାଣନ୍ତୁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସୁନୀତା କେଜ୍ରିୱାଲ, ଭଗବନ୍ତ ମାନ, ମନିଷ ସିସୋଦିଆଙ୍କ ନାଁ ରହିଛି। ସେହିପରି ମନିଷ ସିସୋଦିଆ, ସଞ୍ଜୟ ସିଂ, ଡକ୍ଟର ସନ୍ଦୀପ ପାଠକ, ପଙ୍କଜ ଗୁପ୍ତା, ଏନଡି ଗୁପ୍ତା, ଗୋପାଲ ରାୟ, ରାଘବ ଚଢା, ସତ୍ୟେନ୍ଦ୍ର ଜୈନ, ଇମ୍ରାନ ହୁସେନ, ଅତିସୀଙ୍କ ନାଁ ବି ସାମିଲ ରହିଛି। ଏହାପରେ ରହିଛି ସୌରଭ ଭରଦ୍ବାଜ, କୈଳାଶ ଗେହଲଟଙ୍କ ଭଳି ପ୍ରମୁଖ ନେତାଙ୍କ ନାଁ।

AAP Star Campaigner List
AAP Star Campaigner List (AAP)

ତାଲିକାରେ ନାହିଁ ହରଭଜନଙ୍କ ନାଁ:

ଦିଲ୍ଲୀ ଓ ପଞ୍ଜାବ ସରକାରରେ ଥିବା ମନ୍ତ୍ରୀ ଓ ସାଂସଦଙ୍କ ନାଁକୁ ନେଇ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା। ଏହାରି ଭିତରେ ରହିଥିଲା ହରଭଜନ ସିଂଙ୍କ ନାଁ। ହେଲେ ଷ୍ଟାର ପ୍ରଚାରକ ଲିଷ୍ଟରେ ତାଙ୍କ ନାଁ ନଥିବା ଦେଖିବାକୁ ମିଳିଛି। ସେହିପରି ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲଙ୍କ ନାଁ ମଧ୍ୟ ଏହି ଲିଷ୍ଟରେ ନାହିଁ।

ଏହା ବି ପଢନ୍ତୁ...ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ 44 ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜ୍ଞପ୍ତି ପ୍ରତ୍ୟାହାର କଲା ବିଜେପି, ଆସିପାରେ ସଂଶୋଧିତ ତାଲିକା - BJP candidates for JK election

ଷ୍ଟାର ପ୍ରଚାରକ ତାଲିକାରେ ଶୀର୍ଷ ନାଁ:

ଆମ ଆଦମୀ ପାର୍ଟି ଦ୍ବାରା ଜାରି ହୋଇଥିବା ଷ୍ଟାର ପ୍ରଚାରକଙ୍କ ନାଁରୁ ଶୀର୍ଷ 3 ନାଁ ହେଉଛି ଅରବିନ୍ଦ କେଜ୍ରିୱାଲ, ସୁନୀତା କେଜ୍ରିୱାଲ, ଭଗବନ୍ତ ମାନ। ଅପରପକ୍ଷେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବାବେଳେ ପ୍ରଚାର ପାଇଁ ତାଙ୍କୁ ଜାମିନ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ସତ୍ୟେନ୍ଦ୍ର ଜୈନ ବି ଷ୍ଟାର ପ୍ରଚାରକ:

ଅପରପକ୍ଷେ, ତାଲିକାରେ 11 ନମ୍ବର ସ୍ଥାନରେ ରହିଛି ସତ୍ୟେନ୍ଦ୍ର ଜୈନଙ୍କ ନାଁ। ମନି ଲଣ୍ଡରିଂ ମାମଲାରେ ସେ ପାଖାପାଖି 2 ବର୍ଷ ହେବ ତିହାର ଜେଲରେ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି ଗତ ଲୋକସଭା ନିର୍ବାଚନ ବେଳେ ପ୍ରଚାରରେ ସାମିଲ ନଥିବା ରାଘବ ଚଢାଙ୍କ ନାଁ ଜମ୍ମୁ କାଶ୍ମୀର ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ରହିଛି।

ଜମ୍ମୁ କାଶ୍ମୀର ନିର୍ବାଚନ କେବେ?

ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ହେବାକୁ ଯାଉଛି ଜମ୍ମୁକାଶ୍ମୀର ନିର୍ବାଚନ। ଏହା 3ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ସେପ୍ଟେମ୍ବର 18 ତାରିଖରେ ହେବ ମତଦାନ। ସେହିପରି ସେପ୍ଟେମ୍ବର25ରେ ଦ୍ବିତୀୟ ପର୍ଯ୍ୟାୟ ଓ ଅକ୍ଟୋବର ପହିଲାରେ ତୃତୀୟ ପର୍ଯ୍ୟାୟ ଭୋଟିଂ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.