ETV Bharat / bharat

ହେମନ୍ତ ସୋରେନଙ୍କ ଗିରଫ ପରେ ଇଡି ରାଡାରରେ ଥିବା ନେତାଙ୍କ ପଡିବ କି ପାଳି ?

author img

By ETV Bharat Odisha Team

Published : Feb 6, 2024, 5:18 PM IST

ED Actions Against Opposition Leaders: ହେମନ୍ତ ସୋରେନଙ୍କ ପରେ ପଡିବ କି କେଜ୍ରିୱାଲଙ୍କ ପାଳି ? ସୋରେନଙ୍କ ଭଳି କେଜ୍ରିୱାଲଙ୍କୁ ବାନ୍ଧିବ କି ଇଡି ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରାଡାରେ ଏବେ ଦେଶର ଏକାଧିକ ମୁଖ୍ୟମନ୍ତ୍ରୀ ଅନେକ ରାଜନେତା । କାହାର ପାଳି ଟିକେ ଶୀଘ୍ର ଆସୁଛି ତ ? କାହାର ଟିକେ ବଳମ୍ବିତ ହେଉଛି ? ଅଧିକ ପଢନ୍ତୁ

ED
ED

ହାଇଦ୍ରାବାଦ: ହେମନ୍ତ ସୋରେନଙ୍କ ପରେ ପଡିବ କି କେଜ୍ରିୱାଲଙ୍କ ପାଳି ? ସୋରେନଙ୍କ ଭଳି କେଜ୍ରିୱାଲଙ୍କୁ ବାନ୍ଧିବ କି ଇଡି ? ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ରାଡାରରେ ଏବେ ଦେଶର ଏକାଧିକ ମୁଖ୍ୟମନ୍ତ୍ରୀ ଅନେକ ରାଜନେତା । କାହାର ପାଳି ଟିକେ ଶୀଘ୍ର ଆସୁଛି ତ ? କାହାର ଟିକେ ବଳମ୍ବିତ ହେଉଛି ? ପୁଣି କିଏ ବୁଝାମଣା କରି ନିଜକୁ ଇଡି ନଜରରୁ ଦୂରରେ ରଖିଛି । କିନ୍ତୁ ଦେଶରେ ଚର୍ଚ୍ଚା ହେଉଛି ଇଡି ଏବେ ରାଜନେତାଙ୍କ କୁଣ୍ଡଳୀ ଖୋଲୁଛି । ବିହାରରେ ଲାଲୁ ପରିବାରକୁ ଅସ୍ତବ୍ୟସ୍ତ କରିଥିବା ଇଡି ପଡୋଶୀ ଝାଡଖଣ୍ଡରେ ସୋରେନ ପରିବାର ନିଦ ହଜାଇ ଦେଇଛି । ପୁଣି ଇଡିର ଗିରଫଦାରୀ ଖଣ୍ଡା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ ଝୁଲୁଛି । ଚର୍ଚ୍ଚା ହେଉଛି ସୋରେଙ୍କ ପରେ କେଜ୍ରିୱାଲଙ୍କ ପାଳି । ଚର୍ଚ୍ଚାରେ କେତେ ଚମକ ଅଛି ତାହା ତ ସମୟ କହିବ । କିନ୍ତୁ ଇଡିର ଆକ୍ସନକୁ ନେଇ ବିରୋଧୀ କ୍ୟାମ୍ପରେ କୋକୁଆଭୟ ।

ଅଧିକ ପଢନ୍ତୁ- ଗିରଫ ପରେ ସୋରେନଙ୍କ ପ୍ରଥମ ପ୍ରତିକ୍ରିୟା; ମୁଁ କେବେ ହାର୍ ମାନିବିନି, ଡରିବିନି

ଝାଡଖଣ୍ଡ ରାଜନୀତିରେ ଲେଖା ହୋଇଛି ନୂଆ ଇତିହାସ । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ ପରେ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା ଚମ୍ପଇ ସୋରେନ । ଆଜି ଚମ୍ପଇ ବିଧାନସଭାରେ ନିଜର ବହୁମତ ମଧ୍ୟ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି । ହେମନ୍ତ ସୋରେନ ଇଡି ହେପାଜରେ ଆସି ଆସ୍ଥା ଭୋଟରେ ଭୋଟ ଦେଇଛନ୍ତି । ଦୁର୍ନୀତି ପ୍ରସଙ୍ଗରେ ହେମନ୍ତଙ୍କ ଗିରଫଦାରୀ ପରେ ଇଡିର ଆକ୍ସନ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟତର ହେଉଛି । କାରଣ ହେମନ୍ତଙ୍କୁ ଗିରଫ କରିବା ପୂର୍ବରୁ ଇଡି 10 ଥର ସମନ ଜାରି କରିଥିଲା । ହେମନ୍ତ କିନ୍ତୁ ସମନକୁ ବେଆଇନ ଦର୍ଶାଇ ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଇନର ଗଳାବାଟ ଖୋଜିଲେ । କେଜ୍ରିୱାଲଙ୍କୁ ବର୍ତ୍ତମାନ ସୁଦ୍ଧା 5ଟି ଇଡି ନୋଟିସ ମିଳିସାରିଲାଣି । ଏହାସତ୍ତ୍ୱେ କେଜ୍ରିୱାଲ ହାଜର ହେଉନାହାଁନ୍ତି । ବରଂ ହେମନ୍ତଙ୍କ ରାସ୍ତାରେ ଚାଲିଛନ୍ତି ।

ଅରବିନ୍ଦ କେଜ୍ରିୱାଲ କି ହେମନ୍ତ ସୋରେନ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ନୁହଁନ୍ତି ଯାହାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସୀ ତଦନ୍ତ ଚଳାଇଛି । ଏହାଙ୍କ ବ୍ୟତୀତ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଇଡି ରାଡାରରେ ଅଛନ୍ତି । ଖାଲି ଏତିକି ନୁହେଁ ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ବି ଇଡି ଘାଣ୍ଟି ସାରିଛି । ଏନସିପି ପ୍ରମୁଖ ଶରଦ ପାୱାର, ବିଏସପି ମୁଖ୍ୟ ମାୟାବାତୀଙ୍କ ପର୍ଯ୍ୟନ୍ତ ଇଡିର ତଲୱାର ପହଞ୍ଚିସାରିଛି । ଏମାନଙ୍କ ମଧ୍ୟରୁ କେବଳ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ବିଜେପି ସହିତ ବନ୍ଧୁତା ଦେଖାଇ ଇଡି ଆକ୍ସନରୁ ବର୍ତ୍ତିବାରେ ସଫଳ ହୋଇଥିବା କୁହାଯାଉଛି । ପ୍ରଶ୍ନ ହେଉଛି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିବା ଇଡିର ରାଡାରେ ଏବେ କିଏ? କାରଣ ଇଡିର ରାଡାରେ ଏବେ ଦେଶର ଏକାଧିକ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା । ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ କେଉଁମାନଙ୍କ ବିରୋଧରେ ଇଡି ତଦନ୍ତ କରୁଛି ।

ଅରବିନ୍ଦ କେଜ୍ରିୱାଲ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି 5 ଥର ନୋଟିସ ଦେଇସାରିଛି । ଏହାସତ୍ବେ ଇଡିର ନୋଟିସକୁ କେଜ୍ରିୱାଲ ଫୁ’ କରି ଉଡାଇ ଦେଉଛନ୍ତି । ଇଡିର ଅଭିଯୋଗ ମଦ ଦୁର୍ନୀତି ମାମଲାରେ ମୋଟ 100 କୋଟିର ଦୁର୍ନୀତି ହୋଇଛି । ଏଥିରେ କେଜ୍ରିୱାଲଙ୍କ ଭୂମିକା ବି ସନ୍ଦେହରେ ରହିଛି । ସମାନ ମାମଲାରେ ଇଡି କେଜ୍ରିୱାଲଙ୍କ ଦୁଇ ବରିଷ୍ଠ ସହଯୋଗୀ ମନୀଷ ସିସୋଦିଆ, ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରିସାରିଛି। ପୁରା ମାମଲାରେ କେଜ୍ରିୱାଲଙ୍କୁ ଜେରା ପାଇଁ ଇଡି ବାରମ୍ବାର ନୋଟିସ କରୁଥିଲେ ମଧ୍ୟ କେଜ୍ରିୱାଲ ହାଜର ହେଉନାହାଁନ୍ତି । ଯାହାଫଳରେ ଆଶଙ୍କା କରାଯାଉଛି କୌଣସି ମୁହୁର୍ତ୍ତରେ ହେମନ୍ତ ସୋରେନଙ୍କ ଭଳି କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରିପାରେ ଇଡି।

ପିନାରାଇ ବିଜୟନ: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବିରୋଧରେ ମଧ୍ୟ ଇଡିରେ ମାମଲା ଚାଲିଛି । କେତେବେଳେ ଇଡି ଏହି ମାମଲାର ପୁଣି ଖୋଲତାଡ କରିବ ତାହା ଅସ୍ପଷ୍ଟ । ମାମଲା ବେଶ ପୁରୁଣା । କିନ୍ତୁ ଇଡି ପାଖରେ ଫାଇଲ ଥିବାରୁ କେତେବେଳେ ବି ସମନ ହୋଇପାରେ । ମାମଲା ହେଉଛି 1995 ମସିହାର । ସେତେବେଳେ ପିନାରାଇ ବିଜୟନ ତଥା ବର୍ତ୍ତମାନର କେରଳ ମୁଖ୍ୟମନ୍ତ୍ରୀ ରାଜ୍ୟର ଶକ୍ତି ମନ୍ତ୍ରୀ ଥିଲେ । ଅଭିଯୋଗ ରହିଛି କାନାଡର ଏକ ଫାର୍ମ କମ୍ପାନୀକୁ ହାଇଡ୍ରୋଇଲେକ୍ଟ୍ରିକର ଠିକା ଦେବାରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି । ଏହି ମାମଲାରେ ସିବିଆଇ ଚାର୍ଚସିଟ ଦାଖଲ କରିସାରିଛି । କିନ୍ତୁ 2021 ରୁ ଏହି ମାମଲାର ତଦନ୍ତ ପୁଣି ଇଡି କରୁଛି ।

ଅଧିକ ପଢନ୍ତୁ- ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ହେମନ୍ତ ସୋରେନ

ରେବନ୍ତ ରେଡ୍ଡୀ: ଇଡିର ସ୍କାନରରେ ଅଛନ୍ତି ତେଲେଙ୍ଗାନାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ମାମଲା ପୁରଣା । ରେବନ୍ତଙ୍କ ବିରୋଧରେ ମଧ୍ୟ ମନି ଲଣ୍ଡ୍ରିଂ ମାମଲା ଚାଲୁଛି । ମାମଲା ଗତ 2015 ମସିହାର । ରେବନ୍ତ ଯେତେବେଳେ ତେଲୁଗୁ ଦେଶମ ପାର୍ଟିରେ ଥିଲେ ଏମଏଲସି ନିର୍ବାଚନରେ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବିଧାୟକଙ୍କୁ 50 ଲକ୍ଷ ଲେଖାଏଁ ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି । ଏହାର ମଧ୍ୟ ଇଡି ତଦନ୍ତ ଚଳାଇଛି ।

ୱାଇଏସ ଜଗନମୋହନ ରେଡ୍ଡୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମଧ୍ୟ ଦୀର୍ଘବର୍ଷ ହେଲା ଝୁଲୁଛି ଇଡିର ଖଣ୍ଡା । କେତେବଳେ ତାହା ଛିଣ୍ଡିବ ଆକଳନ କରିବା ଅସମ୍ଭବ। ଜଗନଙ୍କ ବିରୋଧରେ ଇଡି ମାମଲା ବର୍ତ୍ତମାନର ନୁହେଁ । ୟୁପିଏ ଶାସନ ସମୟରୁ ଜଗନଙ୍କ ବିରୋଧରେ ମାମଲା ଚାଲିଛି । ଭ୍ରଷ୍ଟାଚାର ମାମଲାରେ ଜଗନଙ୍କୁ ମଧ୍ୟ ଜେଲ ଯିବାକୁ ପଡିଛି । 2015 ରେ ଜଗନଙ୍କ ସିମେଣ୍ଟ କମ୍ପାନୀ ଭାରତୀ ସିମେଣ୍ଟରେ ଆର୍ଥିକ ଅନିୟମିତତାକୁ ନେଇ ମାମଲା ରୁଜୁ ହୋଇଥିଲା । ହେଲେ ସମୟ ବଦଳିବା ସହ 2019ରେ ଜଗନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆଉ ସିଧାସଳଖ ଏନଡିଏରେ ସାମିଲ ହୋଇନଥିଲେ ବି ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ପ୍ରତ୍ୟେକ ପ୍ରସଙ୍ଗରେ ସମର୍ଥନ ଦେଇ ଇଡି ନଜରରୁ ନିଜକୁ ଦୂରେଇ ରଖିଛନ୍ତି ।

ତୀବ୍ର ହୋଇପାରେ ଇଡି ଆକ୍ସନ: ବିହାରରେ କ୍ଷମତା ଯାଉ ଯାଉ ଲାଲୁ ଯାଦବଙ୍କ ପରିବାରକୁ ଘାଣ୍ଟିଛି ଇଡି । ପ୍ରଥମ ଦିନରେ ଲାଲୁ ପ୍ରସାଦ ଯାଦବଙ୍କୁ ଇଡି ଘଣ୍ଟା ଘଣ୍ଟା ଜେରା କରିଥିବା ବେଳେ ଦ୍ବିତୀୟ ଦିନରେ ତେଜସ୍ବୀ ଯାଦବଙ୍କୁ ଇଡି ପ୍ରଶ୍ନବାଣରେ ଛନ୍ଦିଛି । ଏହାସହ ଚାକିରୀ ବଦଳରେ ଜମି ଓ ଆଇଆରଟିସି ଭ୍ରଷ୍ଟାଚାର ମାମଲାରେ ପୁରା ଯାଦବ ପରିବାର ଇଡିର ଆକ୍ସନରୁ ବର୍ତ୍ତୀପାରିନାହାଁନ୍ତି । ପରିବାର ଏକାଧିକ ସଦସ୍ୟଙ୍କ ନାଁରେ ମାମଲା ଚାଲୁଛି । ଝାଡଖଣ୍ଡରେ ଏବେ ଇଡିର ଆକ୍ସନ ଆରମ୍ଭ ହୋଇଛି । ଏହା ଆଗକୁ ଆହୁରି ତୀବ୍ର ହୋଇପାରେ । ସେହିପରି ଉତ୍ତତ ପ୍ରଦେଶର ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳ ଯାଦବ ମଧ୍ୟ ଇଡିର ସ୍କାନରରେ ଅଛନ୍ତି । ଗୌମତୀ ରିଭର ଫ୍ରଣ୍ଟ ପ୍ରଜେକ୍ଟର ଠିକା କାମରେ ଆର୍ଥିକ ହେରଫେର ନେଇ ମାମଲା ରୁଜୁ ହୋଇଛି । ଏହି ମାମାଲରେ ଇଡି ସିବିଆଇ ଉଭୟ ଏଜେନ୍ସୀ ତଦନ୍ତ କରୁଛନ୍ତି । ଆଗାମୀ ଦିନରେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ରୀୟ ଏଜେନ୍ସୀ ତଦନ୍ତକୁ ଆହୁରି ଯୋରଦାର କରିପାରେ ।

ଇଡି ରାଡାରେ ସର୍ବାଧିକ କଂଗ୍ରେସ ନେତା: ଭ୍ରଷ୍ଟାଚାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ସର୍ବାଧିକ କଂଗ୍ରେସ ନେତାଙ୍କ ନା ରହିଛି । ଏପରିକି କଂଗ୍ରେସର ସର୍ବୋଚ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀଙ୍କୁ ଇଡି ଘଣ୍ଟା ଘଣ୍ଟା ଜେରା କରିସାରିଛି । ଏପରିକି ଆଶଙ୍କା ହେଉଥିଲା ରାହୁଲ ଗାନ୍ଧୀଙ୍କୁ ଇଡି ଗିରଫ କରିପାରେ । ଏତତ ବ୍ୟତୀତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରଙ୍କୁ ମନିଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରି ଜେଲ ପଠାଇଥିବା ବେଳେ ତାଙ୍କ ସାଂସଦ ପୁଅଙ୍କ ବିରୋଧରେ ମଧ୍ୟ ଇଡି ମାମଲା ଚାଲିଛି । ହରିଣାୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କୁ ମଧ୍ୟ ଇଡି ଜମି ଘୋଟାଲ ମାମଲାରେ ଜେରା କରିଛି । ରାଜସ୍ଥାନରେ ଆମ୍ବୁଲାନ୍ସ କ୍ରୟ ମାମଲାରେ ଛନ୍ଦି ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଇଡି ସ୍କାନରରେ ଆସିଛନ୍ତି । କେତେବେଳ ଅଶୋକ ଗେହେଲଟଙ୍କ ସମୟ ଆସିବ ତାହା କହିବା ମୁସ୍କିଲ ।

ଆସନ୍ତା ମାସ ଦେଶରେ ବାଜିବ ସାଧାରଣ ନିର୍ବାଚନ ବିଗୁଲ । ନିର୍ବାଚନକୁ ଓହ୍ଲାଇବ ସମସ୍ତ ରାଜନୈତିକ ଦଳ । ନିର୍ବାଚନ ବେଳେ ରାଜନେତାଙ୍କ ବିରୋଧରେ ଇଡି ଆହୁରି ତୀବ୍ର କରିପାରେ ତଦନ୍ତ । ଦିଲ୍ଲୀରେ ଯେଉଁଭଳି ରାଜନୈତିକ ସ୍ଥିତି ଜାରି ରହିଛି ଖୁବଶୀଘ୍ର କେଜ୍ରିୱାଲଙ୍କ ବିରୋଧରେ ବଡ ଧରଣର ଆକ୍ସନ ନେଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.