ETV Bharat / bharat

ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟକୁ ନେଇ ଭାରତରେ ଦିନିକିଆ ଶୋକ, ଜାତୀୟ ପତାକା ଅର୍ଦ୍ଧନମିତ - Iran President death

Iran President Helicopter Crash: ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁକୁ ନେଇ ଆଜି ଦିନିକିଆ ଶୋକ ପାଳୁଛି ଭାରତ । ଅର୍ଦ୍ଧନମିତ ହେଲା ଜାତୀୟ ପତାକା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 21, 2024, 9:01 AM IST

Updated : May 21, 2024, 9:36 AM IST

Ebrahim Raisi Demise
Ebrahim Raisi Demise (ETV Bharat ODISHA)

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟଣା । ଆଜି ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳୁଛି ଭାରତ । ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଗଲା । ଇବ୍ରାହିମ ରଇସିଙ୍କୁ ସମ୍ମାନ ଜଣାଇ ଭାରତ ଆଜି ରାଷ୍ଟ୍ରୀୟ ଶୋକ ପାଳନ ନେଇ ଗତକାଲି ଗୃହମନ୍ତ୍ରଣାଳୟ ତରଫରୁ ଘୋଷଣା କରାଯାଇଥିଲା । ଶୋକ ସମୟରେ ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ବାରଣ କରାଯାଇଛି ।

ଜୁନ 28ରେ ରାଷ୍ଟ୍ରପତି ନିର୍ବାଚନ: ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ କିଏ ହେବ ନୂଆ ରାଷ୍ଟ୍ରପତି ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ନୂଆ ରାଷ୍ଟ୍ରପତି ବାଛିବା ପାଇଁ ନିର୍ବାଚନ ତାରିଖ ସ୍ଥିର ବହୋଇଛି । ଆସନ୍ତା ଜୁନ 28ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ମେ 30 ରୁ ଜୁନ୍ 3 ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ଏବଂ ଜୁନ୍ 12ରୁ 27 ପର୍ଯ୍ୟନ୍ତ ନିର୍ବାଚନ ପାଇଁ ପ୍ରଚାର କରିପାରିବ। ଇରାନର ସମ୍ବିଧାନର ଧାରା 131 ଅନୁଯାୟୀ, ଯଦି କାର୍ଯ୍ୟକାଳ ସମୟରେ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୁଏ ତେବେ 50 ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ କରିବାର ନିୟମ ରହିଛି।

ଏହା ମଧ୍ୟ ପଢନ୍ତୁ-ଇରାନ ରାଷ୍ଟ୍ରପତିଙ୍କ ପୂର୍ବରୁ ବି ହେଲିକପ୍ଟର କ୍ରାସରେ ଆଖି ବୁଜିଥିଲେ ଏହି ରାଷ୍ଟ୍ରମୁଖ୍ୟ - Leaders who died by plane crashes

ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ଆରମ୍ଭ: ଅନ୍ୟପଟେ ରାଷ୍ଟ୍ରପତି ଯାତ୍ରା କରୁଥିବା ହେଲିକପ୍ଟର କ୍ରାସ ହେବା ଦୁର୍ଘଟଣା ଜନିତ ନା ଏହା ପଛରେ ଷଡଯନ୍ତ୍ର ରହିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି । ମାମଲାରେ ଯାଞ୍ଚ ପାଇଁ ଇରାନ ପକ୍ଷରୁ ଉଚ୍ଚ ପଦାଧିକାରୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି। ସଶସ୍ତ୍ର ବାହିନୀର ମୁଖ୍ୟ ମେଜର ଜେନେରାଲ ମହମ୍ମଦ ବାଗେରି ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ଦେଇଛନ୍ତି । ବ୍ରିଗେଡିଆ ଅଲ୍ଲୀ ଅବଦୁଲ୍ଲାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଘଟଣାସ୍ଥଳକୁ ପଠାଯାଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।

ଶୋକ ପ୍ରକାଶ କଲେ ବିଶ୍ବ ନେତା: ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ପୁରା ବିଶ୍ବରୁ ଛୁଟିଥିଲା ଶୋକ ବାର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଚୀନ, ସାଉଦି ଆରବ, ଫ୍ରାନ୍ସ ପରି ଏକାଧିକ ଦେଶର ରାଷ୍ଟ୍ର ମୁଖ୍ୟ ମାନେ ଶୋକବ୍ୟକ୍ତ କରିଥିଲେ । ମୋଦି ଟ୍ବିଟ କରି କହିଥିଲେ ଯେ, ଇବ୍ରାହିମଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ । ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସବୁ ଦିନ ମନେ ରହିବ । ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ମୁଁ ସମବେଦନା ଜଣାଉଛି ।

ଗତ ରବିବାର ରାଷ୍ଟ୍ରପତି ରଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଖରାପ ପାଗରେ ଫସି ଯାଇଥିଲା । ଜୋଲଫା ସହରରେ ହେଲିକପ୍ଟରଟି ହାର୍ଡ ଲ୍ୟାଣ୍ଡିଂ କରିବାରୁ କ୍ରାସ ହୋଇଥିଲା । ଏଥିରେ ଇବ୍ରାହିମ ରଇସି ଓବୈଦେଶୀକ ମନ୍ତ୍ରୀ ହୋସୈନ ଅମିରାଦୁଲାହିୟନଙ୍କ ସେମେତ 9 ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର 17 ଘଣ୍ଟା ପରେ ହେଲିକପ୍ଟରର ଭଗ୍ନାହଶେଷ ଠାବ ହୋଇଥିଲା ।

Last Updated : May 21, 2024, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.