ETV Bharat / bharat

ବିମାନ ଖାଦ୍ୟରୁ ବାହାରିଲା ଲୁହା ପେଞ୍ଚ ! ସୋସିଆଲ ମିଡିଆରେ ଫଟୋ ଭାଇରାଲ

author img

By ETV Bharat Odisha Team

Published : Feb 14, 2024, 11:42 AM IST

Screw In Sandwich On IndiGo Flight: ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ସାଣ୍ଡୱିଚରୁ ବାହାରିଲା ଲୁହା ପେଞ୍ଚ (ସ୍କ୍ରୁ) । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଯାତ୍ରା ସମୟରେ କୌଣସି ଅଭିଯୋଗ ହୋଇନଥିବା କହିଲା କମ୍ପାନୀ । ଅଧିକ ପଢନ୍ତୁ

ବିମାନରେ ଯାତ୍ରୀଙ୍କ ସାଣ୍ଡୱିଚରୁ ବାହାରିଲା ସ୍କ୍ରୁ
Screw In Sandwich On IndiGo Flight

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ସେବାରେ ତ୍ରୁଟି ଅଭିଯୋଗ । ବିମାନରେ ପରଷା ଯାଇଥିବା ଯାତ୍ରୀଙ୍କ ସାଣ୍ଡୱିଚରୁ ବାହାରିଲା ଲୁହା ପେଞ୍ଚ (ସ୍କ୍ରୁ) । ବେଙ୍ଗାଲୁରୁରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିବା ବିମାନରେ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଯାତ୍ରୀ ଜଣକ ଅଭିଯୋଗ କରିବା ସହିତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏହା ଉପରେ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛି ଇଣ୍ଡିଗୋ ଏୟାରଲାଇନ୍ସ । ଏହା ଯାତ୍ରା ସମୟର ଫଟୋ ନୁହେଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ଯାତ୍ରା ସମୟରେ ଏନେଇ କୌଣସି ଅଭିଯୋଗ ହୋଇନଥିଲା । ଯାତ୍ରୀ ଜଣକ ବିମାନରୁ ଅବତରଣ କରିବା ପରେ ଖାଇଥିବା ସାଣ୍ଡଓ୍ବିଚର ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କରି ନିଜ ଅଭିଜ୍ଞତା ସେୟାର କରିଥିଲେ । ଗତ ଫେବୃଆରୀ 1 ତାରିଖରେ ବେଙ୍ଗାଲୁରୁରୁ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିଲା 6E-904 ଇଣ୍ଡିଗୋ ବିମାନ । ଏହି ବିମାନର ଖାଦ୍ୟରେ ଲୁହା ପେଞ୍ଚ ବାହାରିଥିବା ନେଇ ଯାତ୍ରୀ ଜଣକ ଅଭିଯୋଗ କରିଥିଲେ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆମେ ମଧ୍ୟ ଏନେଇ ଅବଗତ ରହିଥିଲୁ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ।

ତେବେ ଏନେଇ ଇଣ୍ଡିଗୋ କହିଛି, "ଯାତ୍ରୀ ଜଣକ ଯାତ୍ରା ସମୟରେ କୌଣସି ଅଭିଯୋଗ କରିନାହାନ୍ତି । ଯାତ୍ରୀଙ୍କର ଅସୁବିଧା ପାଇଁ ଆମେ ଦୁଃଖିତ । କିନ୍ତୁ ସେ ଫଟୋରେ ସବିଶେଷ ତଥ୍ୟ ଦେଇନାହାନ୍ତି । ଖାଦ୍ୟର ମାନରେ ସ୍ବଚ୍ଛତା ଏବଂ ଗୁଣାବତ୍ତା ବଜାୟ ରଖୁଥିବାରୁ ଆମ କମ୍ପାନୀକୁ ଉଚ୍ଚ ମାନ୍ୟତା ମିଳିଛି । ଯାତ୍ରା ସମୟରେ ଯଥାସମ୍ଭବ ସେବା ପ୍ରଦାନ କରିବା, ଖାଦ୍ୟରେ ସ୍ବଚ୍ଛତାର ମାନ ଅନୁପାଳନ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ ।" ସାଧାରଣତଃ ଯାତ୍ରୀମାନେ ଉନ୍ନତ ସୁବିଧା ଓ ସେବା ପାଇଁ ବିମାନରେ ଯାତ୍ରା କରୁଥିବା ବେଳେ ଏଭଳି ଅଭିଯୋଗ ଯାତ୍ରୀମାନଙ୍କର ଚିନ୍ତା ବଢାଇଛି ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡିଗୋ ବିମାନରେ ସେବାରେ ତ୍ରୁଟି, ଯାତ୍ରୀଙ୍କ ସାଣ୍ଡୱିଚରୁ ବାହାରିଲା ପୋକ

ପ୍ରକାଶ ଥାଉକି, ଏଭଳି ଏକ ସମାନ ଘଟଣା ଗତ ଡିସେମ୍ବର 29 ତାରିଖରେ ସାମ୍ନାକୁ ଆସିଥିଲା । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ ଯାତ୍ରୀ ଉଡାଣ ବେଳେ ଅର୍ଡର କରିଥିବା ସାଣ୍ଡୱିଚରୁ ପୋକ ବାହାରିଥିବା ନେଇ ଯାତ୍ରୀ ଜଣକ ଅଭିଯୋଗ କରିଥିଲେ । ତେବେ ଏନେଇ ଯାତ୍ରୀ ଜଣକ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିଲେ । ଏହି ଭିଡିଓଟି ଖୁବ ଜୋରରେ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସର ମୁଖପାତ୍ର ଭିଡିଓ ତଳେ କମେଣ୍ଟ କରି କ୍ଷମା ପ୍ରାର୍ଥନା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.