ETV Bharat / bharat

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ‘ଏୟାର ଇଣ୍ଡିଆ’ ବିମାନ ସହ ପିଟି ହେଲା ‘ଇଣ୍ଡିଗୋ’ - IndiGo hits Air India Express

author img

By ETV Bharat Odisha Team

Published : Mar 27, 2024, 8:17 PM IST

IndiGo flight hits Air India Express plane: କୋଲକାତା ବିମାନ ବନ୍ଦରରେ ଏୟାର ଇଣ୍ଡିଆ’ ବିମାନ ସହ ପିଟି ହେଲା ‘ଇଣ୍ଡିଗୋ’ । ତୁରନ୍ତ ଦାୟିତ୍ବରୁ ହଟିଲେ ପାଇଲଟ । ଅଧିକ ପଢନ୍ତୁ

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଏୟାର ଇଣ୍ଡିଆ ବିମାନ ସହ ପିଟି ହେଲା ଇଣ୍ଡିଗୋ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଛି । ରନଓ୍ବେ ଏଣ୍ଟ୍ରି ପାଇଁ ଅପେକ୍ଷା କରି ପାର୍କିଂରେ ଛିଡା ହୋଇଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏୟାରଲାଇନ୍ସର ବିମାନକୁ ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନ ଧକ୍କା ଦେଇଛି । ତେବେ ଏଥିରେ ଉଭୟ ବିମାନର କୌଣସି ଯାତ୍ରୀଙ୍କୁ ଆଘାତ ଲାଗିନଥିବା ସୂଚନା ମିଳିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଗୋଟିଏ ଓ୍ବିଙ୍ଗ (ଡେଣାର) କିଛି ଅଂଶ ଭାଙ୍ଗି ଯାଇଛି । ତୁରନ୍ତ ‘ଇଣ୍ଡିଗୋ’ର ଉଡାଣ ବାତିଲ କରାଯିବା ସହ ସମ୍ପୃକ୍ତ ପାଇଲଟଙ୍କୁ ମଧ୍ଯ ଅପସାରିତ କରାଯାଇଛି । ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (ଡିଜିସିଏ) ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛି ।

କୋଲକାତାରୁ ଏକ ଇଣ୍ଡିଗୋ ବିମାନ ବିହାରର ଦରଭଙ୍ଗା ଅଭିମୁଖେ ଉଡାଣ ଭରିବାକୁ ଯାଉଥିବା ବେଳେ ରନ-ଓ୍ବେରେ ପ୍ରବେଶ ଅନୁମତି ପାଇଁ ଅପେକ୍ଷା କରିଥିବା ଏକ ଏୟାର ଇଣ୍ଡିଆ ବିମାନ ସହ ଧକ୍କା ହୋଇଥିଲେ । ଏୟାର ଇଣ୍ଡିଆ ବିମାନର ଗୋଟିଏ ଓ୍ବିଙ୍ଗର କିଛି ଅଂଶ ଭାଙ୍ଗି ରନ-ଓ୍ବେରେ ଖସିପଡିଥିଲା । ଏହାପରେ ଇଣ୍ଡିଗୋ ବିମାନର ପାଇଲଟଙ୍କୁ ତୁରନ୍ତ ଉଡାଣ ଦାୟିତ୍ବରୁ ହଟାଇବା ପାଇଁ ଡିଜିସିଏ ନିର୍ଦ୍ଦେଶ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ :- NIA ଓ NDRFର ନୂଆ ଡିଜି ନିଯୁକ୍ତ - NIA NDRF Get New DG

ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରନି । ତେବେ ଏହା ଇଣ୍ଡିଗୋ ବିମାନର ପାଇଲଟଙ୍କ ତ୍ରୁଟି ନା ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷର ସିଗ୍ନାଲିଂ ତ୍ରୁଟି, ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ତଥ୍ୟ ସାମ୍ନାକୁ ଆସିନି । ଡିଜିସିଏର ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ ହୋଇଛି । ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ କୋଲକାତା ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି । ତେବେ ଦୁଇ ବିମାନ ଭିତରେ ଧକ୍କା ହେବା ସତ୍ତ୍ବେ ମଧ୍ୟ କେହି ଯାତ୍ରୀ ଆହତ ନହେବା ସମସ୍ତଙ୍କୁ ଆଶ୍ବସ୍ତ କରିଛି । ପୂର୍ବରୁ ମଧ୍ୟ ଏଟିସିର ଭୁଲ ଅନୁମତି ଓ ବୈଷୟିକ ତ୍ରୁଟି କାରଣରୁ ଗୋଟିଏ ସମୟରେ ଏକାଧିକ ବିମାନର ଉଡାଣ କିମ୍ବା ଅବତରଣ ଅନୁମତି ମିଳିବା ଘଟଣା ଘଟିଛି । କିନ୍ତୁ ଆଜିର ଘଟଣା କ୍ଷେତ୍ରରେ ବିମାନ ପାଇଲଟଙ୍କ ଅସାବଧାନତାକୁ ପ୍ରାଥମିକ କାରଣ ଭାବେ ସନ୍ଦେହ କରୁଛି ଡିଜିସିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.