ETV Bharat / bharat

କୋଲକାତାରେ ଗଡିବ ଦେଶର ପ୍ରଥମ ଅଣ୍ଡର-ଓ୍ବାଟର ମେଟ୍ରୋ, କାଲି ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ - Metro service in Kolkatta

India's first underwater Metro service to start in Kolkata: କୋଲକାତାରେ ଗଡିବ ଦେଶର ପ୍ରଥମ ଅଣ୍ଡର-ଓ୍ବାଟର ମେଟ୍ରୋ । ହୁଗଳି ନଦୀଗର୍ଭରେ ଯାତ୍ରା କରିବେ ଯାତ୍ରୀ । ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ । ଅଧିକ ପଢନ୍ତୁ

କୋଲକାତାରେ ଗଡିବ ଦେଶର ପ୍ରଥମ ଅଣ୍ଡର-ଓ୍ବାଟର ମେଟ୍ରୋ, ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ

author img

By ETV Bharat Odisha Team

Published : Mar 5, 2024, 10:58 PM IST

କୋଲକାତା: ପ୍ରଥମ ଥର ପାଇଁ 1984 ମସିହା ଅକ୍ଟୋବର 24 ତାରିଖରେ ଦେଶରେ ଅଣ୍ଡରଗ୍ରାଉଣ୍ଡ ବା ଭୂତଳ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହୋଇଥିଲା । କୋଲକାତା ମେଟ୍ରୋ ରେଳ ସେବା ସହିତ ଭାରତ ବିଶ୍ବ ମେଟ୍ରୋ ରେଳ ମାନଚିତ୍ରରେ ସ୍ଥାନିତ ହେବାର ଅବସର ପାଇଥିଲା । ତେବେ ଏହିକ୍ରମରେ ଆଉ ଏକ ନୂଆପୃଷ୍ଠା ଯୋଡି ହେବାକୁ ଯାଉଛି । ଆସନ୍ତାକାଲି (ମାର୍ଚ୍ଚ 6 ତାରିଖ)ରେ କୋଲକାତାରେ ଦେଶର ମେଟ୍ରୋ ନେଟୱାର୍କରେ ଏକ ନୂତନ ସ୍ବର୍ଣ୍ଣିମ ପୃଷ୍ଠା ଯୋଡିହେବାକୁ ଯାଉଛି । ଦେଶର ପ୍ରଥମ ଅଣ୍ଡର ଓ୍ବାଟର ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବ-ପଶ୍ଚିମ ମେଟ୍ରୋ କରିଡରର ଏକ ଅଂଶ ଭାବରେ ଦେଶର ଏହି ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହାଓ୍ବଡା- ଏସପ୍ଲାନେଡ୍ ମଧ୍ୟରେ ଆରମ୍ଭ ହେବ । ହୁଗଳି ନଦୀଗର୍ଭରେ ଏହି ମେଟ୍ରୋ ଟନେଲ ମାଧ୍ୟମରେ ଯାତ୍ରା କରିବ । ଯାତ୍ରୀମାନେ ନଦୀଶଯ୍ୟା ମଧ୍ୟରେ ମେଟ୍ରୋ ସେବାର ମଜା ନେଇପାରିବେ ।

ଦେଶର ସର୍ବପୁରାତନ ସହର ଭାବେ ଖ୍ୟାତି ଅର୍ଜନ କରିଥିବା କୋଲକାତାରେ ହିଁ 1984 ମସିହାରେ ପ୍ରଥମେ ମେଟ୍ରୋ ସେବା ଆରମ୍ଭ ହୋଇଥିଲା । ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନ୍ୟ ପ୍ରମୁଖ ସହରରେ ଏହାକୁ ଆରମ୍ଭ କରାଯାଇଥିଲା । ଏବେ ପ୍ରାୟ ସମସ୍ତ ମହାନଗରରେ ମେଟ୍ରୋ ସେବା ଜାରି ରହିଥିବା ବେଳେ ଅନ୍ୟ କିଛି ସହରରେ ମେଟ୍ରୋ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ସହରର ବଢୁଥିବା ଲୋକସଂଖ୍ୟା ଓ ଯାନବାହନ ଏବେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି କାଲାଣି । ଯାହା ଯାତାୟତରେ ବ୍ୟାପକ ସମସ୍ୟା ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ:- ଡାଉନ ହେଲା ଫେସବୁକ ଓ ଇନଷ୍ଟାଗ୍ରାମ, ହେଉନି ଲଗ ଇନ୍

ଦୁର୍ଘଟଣା ଓ ସମୟ ଅପଚୟ ରୋକିବା ଦିଗରେ ମେଟ୍ରୋ ରେଳ ସେବା ଏବେ ବହୁ ପ୍ରମୁଖ ସହରରେ ବିକଳ୍ପ ଭାବେ ଆଶ୍ବସ୍ତି ପ୍ରଦାନ କରୁଛି । ଏହି ସେବା କ୍ଷେତ୍ରରେ ପୂର୍ବରୁ ପରିଚୟ ସୃଷ୍ଟି କରିପାରିଥିବା କୋଲକାତା ଏବେ ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛି । ଏବେ ପୋଲ ନୁହେଁ ବରଂ ନଦୀଗର୍ଭରେ ଦୌଡିବ ମେଟ୍ରୋ ଟ୍ରେନ । ଯାହା ବ୍ୟସ୍ତବହୁଳ କୋଲକାତାର ଯୋଗାଯୋଗକୁ ଆହୁରି ସହଜ କରିପାରିବ । ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ସହରରେ ମଧ୍ୟ କାର୍ଯ୍ୟକାରୀ କରାଯିବାର ସମ୍ଭାବନା ରହିଛି । ଆଜି କୋଲକାତାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ଏହି ସେବାକୁ ଶୁଭାରମ୍ଭ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.